ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛରେ ପିଟି ହେଲା କାର,୧ମୃତ,୫ ଆହତ

ଜୁନାଗଡ଼,୨୫/୨(ମ ନି ସ) ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଲା ନିକଟ ଜାତୀୟ ରାଜପଥ ୨୬ ଠାରେ କାର ଦୁର୍ଘଟଣାରେ ଜଣେ ମୃତ ହୋଇ ଥିବାବେଳେ ୫ ଜଣ ଗୁରୁତର ଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ଭବାନୀପାଟଣା ର ସୁଶାନ୍ତ କୁମାର ପାଢ଼ୀ ତାଙ୍କ ସପରିବାର ସହ ଜୟପୁର ର ଏକ ସଂପର୍କୀୟ ଙ୍କ ବ୍ରତ ପାଳନ ଉତ୍ସବରେ ଯୋଗଦେଇ ଫେରୁ ଥିଲେ l ସୁଶାନ୍ତ ନିଜେ କାର ଚଳାଉଥିବା ବେଳେ ସେଥିରେ ତାଙ୍କ ସ୍ତ୍ରୀ,ପୁଅ,ଝିଅ,ଭଉଣୀ ଓ ଭାଉଜ ବସିଥିଲେ l ହେଲେ ଜୁନାଗଡ଼ ପାଖ ମହିଚଳା ଗ୍ରାମ ନିକଟରେ କାର ଟି ଭାର ସlମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା l ପରେ ସ୍ଥାନୀୟ ଲୋକତଥା ପୋଲିସ ର ସହାୟତାରେ ଜୁନାଗଡ଼ ଡାକ୍ତର ଖାନlକୁ ନିଆଯାଇଥିଲା l ସେଠାରେ ଡାକ୍ତର ସୁଶାନ୍ତ କୁମାର ପାଢ଼ୀ ଙ୍କୁ ମୃତ ଘୋଷଣା କରିଥିଲେ l ସମସ୍ତ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ l ଅବସ୍ଥା ଅତି ସଙ୍କଟାପନ୍ନ ହେତୁ ମୃତକଙ୍କ ସ୍ତ୍ରୀ ,ପୁଅ ଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି l ଅନ୍ୟ  ତିନଜଣ ଅର୍ଥାତ୍ ଝିଅ,ଭାଉଜ,ଭଉଣୀଙ୍କୁ ଭବାନୀପାଟଣା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଧୀନ ଅଛନ୍ତି l ମୃତ ସୁଶାନ୍ତ କୁମାର ପାଢ଼ୀ ଗୋଲାମୁଣ୍ଡା ବ୍ଲକ ର ଚପ୍ରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଏକାଉଣ୍ଟ୍ ଟେଣ୍ଟ ଭାବେ କାର୍ଯ୍ୟରତ ଥିଲେ l ଘଟଣା କୁ ସମଗ୍ର ଅଞ୍ଚଳ ଶୋକର ଛାୟା ଖେଳି ଯାଇଥିବାବେଳେ ଏବେବି ସ୍ତୀ ଓ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସl ଧୀନ ଅଛନ୍ତି l ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ତଦନ୍ତ ଚାଲୁରହିଥିବ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କାଉଡୋଳା ଗ୍ରାମର ସରକାରୀ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

masiha

୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

Sunil Chandra Nayak

ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ତଥା ଅଙ୍ଗନବାଡି ଶିଶୁ ଓ ଗର୍ଭବତୀ ଙ୍କୁ ଦିଆଯାଉଥିବା ଅଣ୍ଡା ର ଧାର୍ଯ୍ୟ ମୁଲ୍ୟ ଠାରୁ ବଜାରରେ ମୂଲ୍ୟ ଅଧିକା

Leave a Comment

error: Content is protected !!