ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ୧୮ଜଣ ଶିକ୍ଷକଙ୍କୁ ଅବସର କାଳୀନ ସମର୍ଦ୍ଧନା ସମାରୋହ ଅନୁଷ୍ଠିତ

ବନ୍ଧୁଗାଁ ତା,୨୫/୨/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ତତଫରୁ ୧୮ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଆଞ୍ଚଳିକ ସମ୍ପାଦକ ସୁରେନ୍ଦ୍ର କୁଲଦୀପ, ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ସାହୁ,ବନ୍ଧୁଗାଁ ବ୍ଲକ ଶିକ୍ଷକ ସଙ୍ଗ ସଭାପତି ମନୋଜ ବାଘ୍, ସମ୍ପାଦକ ଭାବଗ୍ରାହୀ ମୁଦୁଲି, ଜିଲ୍ଲା ଉପ ସଭାନେତ୍ରୀ ବି.ଏମ୍ ଖସଲା, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ମୋଦନ ମୋହନ ମୁଦୁଲି,ପୁର୍ବତନ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର କୁମାର ମୁଦୁଲି , ଉପ ସଭାପତି ମୁରଲୀ ଧର ସାହୁ, କଷାଧ୍ୟକ ଜଗନ୍ନାଥ ଜେନା ଉପସ୍ଥିତ ରହି ଥିଲେ । ଶିକ୍ଷକତା ଆରମ୍ଭ କରିବା ସହିତ ଶିକ୍ଷକତା ଚାକିରିରୁ ଅବସର ନେବା ଭିତରେ ଥିବା ବିଭିନ୍ନ ବାଧାବିଘ୍ନ ଦେଇ ନିଜର କର୍ତ୍ତବ୍ୟ ପାଳନ କରୁଥିବା ସମସ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ ମାନେ ନିଜର ଅଙ୍ଗେନିଭାଇଥିବା ଅନୁଭୂତି ବଖାଣି ଥିଲେ । ସମସ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ ବନ୍ଧୁଗାଁ ବ୍ଲକର ବଣ ଜଙ୍ଗଲ ଘେରା ପରିବେଶ ,ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କୁ ଅତି ଭଲ ଓ ସରଳ କହି ମନେ ପକାଇ ଥିଲେ । ଏହି ପ୍ରକାର ଶାନ୍ତ ସିଷ୍ଟ ପରିବେଶ ଆମେ ଅବସର ପରେ ନିଜ ଗାଁରେ ରହୁଥିବା ଠାରେ ଦେଖି ପାରୁ ନାହିଁ।ଶିକ୍ଷକତା ଚାକିରିରୁ ଅବସର ନେବା ପରେ ପେନସନ ପାଇବା ଓ ଅନ୍ୟାନ୍ୟ କାଗଜ ପତ୍ର କରିବାକୁ ବ୍ଲକ ଶିକ୍ଷା ବିଭାଗ ତରଫରୁ ଅତି ଶୀଘ୍ର ହୋଇ ପାରିଥିବାରୁ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ପରେ ଅବସର ଗ୍ରହଣ କରିଥିବା ଶିକ୍ଷକ ରଘୁନାଥ ସେଠୀ, ବିନାୟକ ସାହୁକାର, ବନମାଳି ମିଶ୍ର, ସୁକାନ୍ତ ପଟ୍ଟନାୟକ, ଶରତ ଚନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ମିଶ୍ର, ସୁରେନ୍ଦ୍ର ଦାସ, ଏ ଆର୍ ପାତିଗା , ଯୋଗେନ୍ଦ୍ର ନାୟକ, ବିଶ୍ବମ୍ବର ହଲୱା, ଶଶିକାନ୍ତ ଜେନା, ନିଳମଣି ସାହୁ, ଶ୍ୟାମସୁନ୍ଦର ମହାପାତ୍ର, ଗୋପାଳ ଚନ୍ଦ୍ର ସାମଲ, କେଶବ ଚନ୍ଦ୍ର ପଣ୍ଡା, ଘନଶ୍ୟାମ ପାରି, ପରମାନନ୍ଦ ସାମଲ ଓ ରମେଶ ଚନ୍ଦ୍ର ମହାନ୍ତି ଙ୍କୁ ପୁଷ୍ପ ମାଲ୍ୟ ପିନ୍ଧାଇ, ଉପଢୌକନ ସହିତ ମାନପତ୍ର ଗୁଡ଼ିକ ମୂଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହକୁ ଜଗନ୍ନାଥ ଜେନା ପରିଚାଳନା କରି ଥିବା ବେଳେ ବନ୍ଧୁଗାଁ ବ୍ଲକ ଶିକ୍ଷକ ସଙ୍ଗ ସମ୍ପାଦକ ଭାବଗ୍ରାହୀ ମୁଦୁଲି ଶେଷରେ ଉପସ୍ଥିତ ଶତାଧିକ ଶିକ୍ଷକ ଓ ଅତିଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

କାମାକ୍ଷାନଗର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ସପ୍ତଦିବସୀୟ ସ୍ଵତନ୍ତ୍ର ଶିବିର

Sunil Chandra Nayak

କୋରାପୁଟ ଜିଲ୍ଲା କୋଟିଆ ଗସ୍ତରେ ରାଜ୍ୟ କୃଷି ସଚିବ

Sunil Chandra Nayak

କଳାହାଣ୍ଡି ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ “ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ”

masiha

Leave a Comment

error: Content is protected !!