ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧-;ବିଶ୍ଵକର୍ମା ବିସର୍ଜନ ପାଇଁ ଆସିଥିବା ଡି ଜେ ସାଉଣ୍ଡ ବକ୍ସ ଗାଡ଼ି ଥାନାରେ ଅଟକ, ବିଦ୍ଯୁତ ବିଭାଗ କର୍ମୀ ଙ୍କ ମଧ୍ୟରେ ଅଶାନ୍ତି, ସେପଟେ ଥାନାରୁ ବିଦ୍ୟୁତ କଟି ଥାନା ଅନ୍ଧାର ,୨– ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ 

ବିଶ୍ଵକର୍ମା ବିସର୍ଜନ ପାଇଁ ଆସିଥିବା ଡି ଜେ ସାଉଣ୍ଡ ବକ୍ସ ଗାଡ଼ି ଥାନାରେ ଅଟକ, ବିଦ୍ଯୁତ ବିଭାଗ କର୍ମୀ ଙ୍କ ମଧ୍ୟରେ ଅଶାନ୍ତି, ସେପଟେ ଥାନାରୁ ବିଦ୍ୟୁତ କଟି ଥାନା ଅନ୍ଧାର 

ବନ୍ଧୁଗାଁ ତା ୨୦/୯/୨୫ ବନ୍ଧୁଗାଁ ବ୍ଲକ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କର୍ମଚାରୀ ମାନଙ୍କ ଦ୍ଵାରା ଗତ ୧୭ ତାରିଖରୁ ବିଶ୍ଵ କର୍ମା ପୂଜା କରାଯାଇ ଆଜି ବିସର୍ଜନ ପାଇଁ ସଜବାଜ ହେଉଥିଲେ। ଏଥି ପାଇଁ ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକ ର ବିଦ୍ୟୁତ ବିଭାଗ କର୍ମଚାରୀ ବିଶ୍ଵକର୍ମା ଙ୍କ ମୂର୍ତ୍ତୀ କୁ ଧୁମ ଧାମରେ ନାଚ ଗୀତ ସହିତ ବିସର୍ଜନ ପାଇଁ ଦୁଇଟି ଡି ଜେ ସାଉଣ୍ଡ ବକ୍ସ ଭଡ଼ା ଆନ୍ଧ୍ର ରୁ ଆଣି ଥିଲେ। ବନ୍ଧୁଗାଁ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର ନାରାୟଣପାଟଣା ଯାଉଥିବା ଡି ଜେ ସାଉଣ୍ଡ ବକ୍ସ କୁ ଥାନାରେ ଅଟକ ରଖି ଯାଞ୍ଚ କରିଥିଲେ। ଗାଡ଼ି ର କାଗଜ ପତ୍ର ୨୦୨୪ ରୁ ସଠିକ ନ ଥିବାରୁ ପୋଲିସ ଗାଡ଼ିକୁ ଛାଡ଼ି ନଥିଲେ। ଏହା ପରେ ଥାନାରେ ବିଦ୍ୟୁତ କଟି ଅନ୍ଧାର ଥିବା ଦେଖିବାକୁ ମିଳିଥିଲା। କେଉଁ କାରଣରୁ ଥାନାର ବିଦ୍ୟୁତ କଟି ଛି ତାହା ଅନୁସନ୍ଧାନ କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇ ଆଇ ସି ଆମ ଗଣମାଧ୍ୟମ ଙ୍କୁ ଫୋନ ମାଧ୍ୟମରେ ଜଣାଇଛନ୍ତି।

ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ 

ବନ୍ଧୁଗାଁ ତା ୨୦/୯/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ ହୋଇଯାଇଛି। ଅଭିଯାନ ମାଧ୍ୟମରେ ମହିଳା ସ୍ୱାସ୍ଥ୍ୟ, ପୋଷଣ ଖାଦ୍ୟ ସମ୍ପର୍କରେ ସଚେତନତା, ରକ୍ତହୀନତା, ରକ୍ତ ଶିଖୁଲି, ଉଚ୍ଚ ରକ୍ତଚାପ, ମଧୁମେହ, ଯକ୍ଷ୍ମା ଓ ଅନ୍ୟାନ୍ୟ ରୋଗ ପରୀକ୍ଷା କରାଯାଇ ଚିକିତ୍ସା କରାଯିବ। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ୱର ୧୭ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ଉଲୁକା ଉପସ୍ଥିତ ରହି ଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଡିଏମଓ କୋରାପୁଟ ଡ଼ା ରବି ନାରାୟଣ ମିଶ୍ର, ଷ୍ଟାଫ ନୋଡ଼ାଲ ଅଫିସର ଡ଼ା ଆଦିତ୍ୟ ମହାପାତ୍ର , ବ୍ଲକ ନୋଡାଲ ଅଫିସର ଡ଼ା ନବ କିଶୋର କୁଣ୍ଡୁ , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରଶ୍ମି ରଞ୍ଜନ ସାମଲ, ବିଧାୟକ ପ୍ରତିନିଧି ଡି ଏଙ୍କାଟି ଓ ସାଂସଦ ପ୍ରତିନିଧି ଲକ୍ଷଣ ଖୋସଲା ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ସ୍ୱାସ୍ଥ୍ୟ କେମ୍ପ ୪୦୦୦ରୁ ଉର୍ଦ୍ଧ ସ୍ଥାନରେ କରାଯିବ, ରୋଗୀ ମାନଙ୍କୁ ଅଧିକ ଭଲ ଚିକିତ୍ସା ପାଇଁ ବହୁ ସଂଖ୍ୟାରେ ବିଶାଖାପାଟଣା ମେଡିକାଲ କୁ ପଠା ଯାଇଛି, ଏହାକୁ କମାଇବା ପାଇଁ ସମସ୍ତ ରାଜସ୍ୱ ଗ୍ରାମ ଗୁଡିକରେ ଏହି ସ୍ୱାସ୍ଥ୍ୟ କେମ୍ପ୍ କରାଯାଇ ମହିଳା ଓ ଶିଶୁ ଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିବ ଡାକ୍ତର ଚିକିତ୍ସା କରିବେ। ଦିଲ୍ଲୀ ରେ ଚିହ୍ନଟ ହୋଇ ଦୃତ ଭାବେ ନୂତନ ଭାଇରସ ବ୍ୟାପୁଛି ଏଥିପ୍ରତି ଜାଗ୍ରତ ରହିବାକୁ ଜଣାଇ ଥିଲେ। ଅଙ୍ଗନୱାଡ଼ି ଓ ଆଶା ଗାଁ ଗହଳିରେ ରହି ଅଧିକ ସେବା ଯୋଗାଉଛନ୍ତି, ସେମାନଙ୍କ ଦରମା ବୃଦ୍ଧି ପାଇଁ ଲଢେଇ କରୁଛୁ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଉଲ୍ଟ୍ରା ସାଉଣ୍ଡ ସମେତ ଅନେକ ସୁବିଧା ରହିଛି ଲୋକେ ସୁବିଧା ନେବାକୁ ହେବ, ରାୟଗଡ଼ାରେ ମେଡିକାଲ କଲେଜ କରିବା ପାଇଁ ଦାବି କରାଯିବ, ରାଜନୈତିକ ନେତାଙ୍କ ଅବସର ଗ୍ରହଣ ନାହିଁ ତେଣୁ ଡାକ୍ତର ମାନଙ୍କ ଅବସର ମଧ୍ୟ ରହିବା କୁ ହେବ ନାହିଁ। ନୂତନ ଭାବେ ନିର୍ମିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅତି ସୁନ୍ଦର ହୋଇ ଥିବାରୁ ଖୁସିବ୍ୟକ୍ତ ହୋଇଥିଲେ। ଆଗକୁ ଅବିଭକ୍ତ କୋରାପୁଟ ଜିଲ୍ଲା ବିକାଶ କରିବାକୁ ପ୍ରତିଶ୍ରୁତି ଦେଇ ଥିଲେ। ସ୍ୱାସ୍ଥ୍ୟ କେମ୍ଫ ଭେଶଜ୍ ବିଭାଗ ଡ଼ା ଉପେନ୍ଦ୍ର, ଶିଶୁ ବିଭାଗ ଡ଼ା ଏମ ଭି ସତ୍ୟେନ୍ଦ୍ର, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ଼ା ନବ କିଶୋର କୁଣ୍ଡୁ, ଦନ୍ତ ବିଭାଗ ଡ଼ା ଦିପାଞ୍ଜଳି ବାଗ ଓ ଚକ୍ଷୁ ବିଭାଗ ନାରାୟଣ ମାଝୀ (ଓ ଏ) ପ୍ରମୁଖ ଉପସ୍ଥିତ ରହି ଥିଲେ। ଏହି କାର୍ଯ୍ୟକ୍ରମରେ ୪୧୮ ଜଣ ମହିଳା ରୋଗୀଙ୍କ ନାମ ପଞ୍ଜିକୃତ କରାଯାଇ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା କରି ଚିକିତ୍ସିତ କରିଥିଲେ। ଏଥିରେ ମୁଖ୍ୟତ କିଶୋରୀ ଓ ମହିଳା ମାନଙ୍କ ରକ୍ତଚାପ, ମଧୁମେହ , ଦାନ୍ତ, କାନ, ଚକ୍ଷୁ ପରୀକ୍ଷା, ରକ୍ତ ହୀନତା, ମୁଖ ଗୋହର, ସ୍ତନ୍ୟ ଓ ଗ୍ରିବା କର୍କଟ , ଗର୍ଭବତୀ ମହିଳାଙ୍କ ପ୍ରସବ ପରବର୍ତୀ ସ୍ୱାସ୍ଥ୍ୟ ପରୀକ୍ଷା, ସିକେଲସେଲ, ଆନିମିଆ ରୋଗୀ ଙ୍କୁ ପରୀକ୍ଷା କରି ଔଷଧ ଦେଇ ଚିକିତ୍ସା କରାଯାଇଥିଲା।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

ମେସିନ ରେ ଚାଲିଛି ହଳଦୀଡ଼ଙ୍ଗରି ରୁ ଜଗିଚଟାନ ରାସ୍ତା କାମ ପ୍ରଶାସନ ର ଦୃଷ୍ଟି ପଡୁନି

masiha

ଗୁରୁ ଗୌରବ ସମ୍ମାନରେ ସମ୍ମାନିତ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅସିତ୍ କୁମାର ଜେନା

masiha

ମାମୁଁ ଘର ବୁଲି ଆସି ପୋଖରୀରେ ପଡ଼ି ଶିଶୁ ମୃତ 

masiha

Leave a Comment

error: Content is protected !!