ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ 

ବନ୍ଧୁଗାଁ ବ୍ଲକସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ 

ବନ୍ଧୁଗାଁ ତା ୧୯/୯/୨୫ ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିନି ଷ୍ଟାଡିୟମ ଖେଳ ପଡିଆରେ ଗୋଟିଏ ଦିନ ଧରି ଆୟୋଜିତ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆଇ ଆଇ ସି ପ୍ରସନ୍ନ କୁମାର ମିଶ୍ର ପ୍ରତିଯୋଗିତାକୁ ଉଦଘାଟନ କରି କ୍ରୀଡା ରେ ବିଭିନ୍ନ ପ୍ରକାର ଖେଳ ରହିଛି। ବର୍ତ୍ତମାନ ପାଠ ପଢିବା ସହିତ ଖେଳକୁ ସାମିଲ କରାଯାଇ ଛାତ୍ରଛାତ୍ରୀଙ୍କ ଶରୀର ଓ ଭବିଷ୍ୟତ କୁ ନେଇ ଗୁରୁତ୍ଵପୂର୍ଣ୍ଣ ରହିଥିବା ପିଲାଙ୍କୁ କହିଥିଲେ। ଶାନ୍ତି ଶୃଙ୍ଖଳା ର ସହିତ ଖେଳିବା ପାଇଁ ପରାମର୍ଶ ଦେଇଥିଲେ। ଆଜି ୧୮୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଜୋନ ସ୍ତରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଙ୍କୁ ନେଇ ଦୌଡକୁଡ, ଲମ୍ବ ଡିଆଁ, ଖୋ ଖୋ, କବାଡି ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜୋନ ସ୍ତରରେ ୧୪ ବର୍ଷରୁ କମ କନିଷ୍ଟ ବର୍ଗର ଓ ୧୭ ବର୍ଷ ରୁ କମ ବରିଷ୍ଟ ବର୍ଗ ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନ ଖୋଖୋ, କବାଡି, ବ୍ୟାଡମିଣ୍ଟାନ, ୟଗା, ଦୌଡ଼ି ଡିଆଁ ଓ ଫୁଟବଲ ଖେଳ ଖେଳା ଯାଇଥିଲା। ବାର୍ଷିକ କ୍ରୀଡା ପ୍ରତିଯୋଗିତା କୁ ବିଇଓ ଅର୍ପିତା ପ୍ରଧାନ, ବ୍ଲକ ସେକ୍ରେଟେରି ଦିବ୍ୟରଞ୍ଜନ୍ ମହାନ୍ତି ଓ ଏବିଇଓ ମଦନ ପାଣି ଙ୍କ ତତ୍ଵାବଧାନରେ ପରିଚାଳିତ ହୋଇଥିଲା। ଆୟୋଜିତ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ସମ୍ମାନିତ ଅତିଥି ଭାବେ ବ୍ଲକ ବିଜେଡି ସଭାପତି ବାଲା ନାଗ, କଂଗ୍ରେସ ବ୍ଲକ ସଭାପତି ଡି ଏଙ୍କାଟି, ପୂର୍ବତନ ବିଜେପି ଜିଲ୍ଲା ଉପ ସଭାପତି ଶରତ ପାତ୍ର, ସାଂସଦ ପ୍ରତିନିଧି ଲକ୍ଷଣ ଖୋସଲା,ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ମୁକୁନ୍ଦ ଚରଣ ମିଶ୍ର, ସମ୍ବାଦ ପ୍ରତିନିଧି ଉତ୍ତମ ନାୟକ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ଚୌଧୁରୀ, ସିଆରସିସି କେ ପ୍ରତାପ କୁମାର, ସଞ୍ଜୟ କୁମାର ସିଂ, ରାଜ୍ଯ ପାଳଙ୍କ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଚନ୍ଦ୍ର କଳା ଦେବୀ, ଶିକ୍ଷକ ପ୍ରଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଥିଲେ। ସମସ୍ତ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇ ଥିଲା। ଉଦଯାପନୀ ଉତ୍ସବରେ କ୍ରୀଡାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।କ୍ରୀଡା ଶିକ୍ଷକ ପ୍ରତିମା ବୋହିଦର୍, ଦିଲ୍ଲୀପ କୁମାର ଦାସ, ଗଜେନ୍ଦ୍ର କୁମାର ସ୍ବାଇଁ ,ଲକ୍ଷ୍ମଣ ସେଠୀ,ଲମ୍ବଧର ମାଣ୍ଡିଙ୍ଗି, ଓ ରମେଶ ଚୌଧରୀ ଙ୍କ ସହାୟତାରେ ବାର୍ଷିକ ପ୍ରତିଯୋଗିତା ପରିଚାଳିତ ହୋଇଥିଲା।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ 

masiha

ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ ଉଦଘାଟନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

5T  ସ୍କୁଲ ରୁପାନ୍ତରିତ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!