ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ 

ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ 

  ମୟୂରଭଞ୍ଜ – ୨୨/୧୧ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ଯୁଡିଆ ଗ୍ରାମ ନିକଟସ୍ଥ କାଣାପାଟ ସରକାରୀ ହାଇସ୍କୁଲ ଓ ସରକାରୀ ଉପ୍ରା ସ୍କୁଲ ପରିସରରେ ବିଜାତଳା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳା ଅନୁଷ୍ଠିତ ହୋଇଯାଇଛି l ବିଇଓ ନେପାଳ ମୁଣ୍ଡାଙ୍କ ସଭାପତିତ୍ୱରେଋ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସଡ଼ିପିଓ ଗୋକୁଳାନନ୍ଦ ସାହୁ, ମୁଖ୍ୟ ବକ୍ତା ଭାବେ ବିଡ଼ିଓ ବଂଶୀଧର ଖୋସଲା, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତି, ସବ ଇନ୍ସପେକ୍ଟର ମଧୁସୂଦନ ଦତ୍ତ, ବନପାଳ ଏସକେ ମହମ୍ମଦ ଯୋଗ ଦେଇଥିଲେ l ସେହିପରି ଉଦଯାପନୀ ଉତ୍ସବରେ ସଙ୍ଗଠନ ସମ୍ପାଦକ ତଥା କଣାପାଟ ହାଇସ୍କୁଲ ପ୍ରଧାନ ଶିକ୍ଷକ ଟୁକଲୁ ବାସ୍କେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତହସିଲଦାର ବିଶ୍ୱ ବିସ୍ତୃତ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଏବିଇଓ ରଞ୍ଜନ କୁମାର ସାଣ୍ଡିଲ, ରାଜସ୍ବ ପରିଦର୍ଶକ ପଙ୍କଜ କୁମାର ନାଥ ଯୋଗ ଦେଇଥିଲେ l ବିଚାରକ ଭାବେ ରାଇରଙ୍ଗପୁର ମହିଳା ମହା ବିଦ୍ୟାଳୟର ଅଧ୍ୟାପିକା ଏଲିନା ପାଣିଗ୍ରାହୀ ଓ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ମହାନ୍ତ ଉପସ୍ଥିତ ଥିଲେ l ଏଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ୬୦ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ।ଶ୍ରେଷ୍ଠ ବିବେଚିତ ୫ ଟି ପ୍ରକଳ୍ପ ନିର୍ମାତା ହେଲେ ବଡାମତଳିଆ ହାଇସ୍କୁଲର ପ୍ରାପ୍ତିରେଖା ଗିରି, ସରକାରୀ ଉପ୍ରା ସ୍କୁଲର ମାମୁନି ହେମ୍ବ୍ରମ, ସରଗଡା ହାଇସ୍କୁଲର ରୀନା ବେହେରା, ପୂର୍ଣ୍ଣେଶ୍ୱର ନୋଡାଲ ସ୍କୁଲର ଅଭିଳାଷ ଦାସ, ଗୋଳମୁଣ୍ଡା ସ୍କୁଲର ଗିରିଜା ଶଙ୍କର ସିଂ l ଆୟୋଜିତ ମିଲେଟ ଆଧାରିତ ବକ୍ତୃତା ପ୍ରତିଯୋଗିତାରେ ପ୍ରାପ୍ତିରେଖା ଗିରି ଓ ମୂଚିରାମ ବାସ୍କେଙ୍କୁ ଏବଂ କୁଇଜ ପ୍ରତିଯୋଗିତାରେ ଉତ୍କଳିନୀ ଗିରି ଓ ହରେକୃଷ୍ଣ ବେହେରା ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ପୁରସ୍କାର ପାଇଥିଲେ l ଉକ୍ତ ପ୍ରକଳ୍ପ ଗୁଡିକ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ l ଶ୍ରେଷ୍ଠ 10ଜଣକୁ ପ୍ରମାଣପତ୍ର ସହ କପ ଦିଆ ଯାଇଥିବା ବେଳେ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ପ୍ରଶଂସା ପତ୍ର ଦିଆ ଯାଇଛି l ସିଆରସିସି ଦେବବ୍ରତ ମଙ୍ଗଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଲେଡି ଲାୟନ ର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ ରେ……

masiha

ଓଡିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ଓ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମ 

Sunil Chandra Nayak

ସଙ୍କଟରେ ବୁଣାକାର ପରିବାର 

Sunil Chandra Nayak

Leave a Comment

error: Content is protected !!