ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା 

ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା 

ରାଉରକେଲା/ ସରକାରୀ ଉଚ୍ଚ ବିଦ୍ୟାଳୟ,ଆର୍ ଇ ସି କ୍ୟାମ୍ପସ ଏନ୍ ଆଇ ଟି ରାଉରକେଲା ର ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରା ଙ୍କ ତତ୍ତ୍ୱାବଧାନରେ ଵିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାଵେ ଏନ୍ଆଇଟି ସିଭିଲ ଇଂଜିନିୟରିଂ ଵିଭାଗ ର ପ୍ରଫେସର ଡଃ ସୋମେଶ ଜେନା , ସମ୍ମାନିତ ଅତିଥି ଭାଵେ ସିଆରସିସି ସିପ୍ରା ସାହୁ, ଵରେଣ୍ୟ ଅତିଥି ଭାଵେ ପିଏଚଡ଼ି ଛାତ୍ର ରାଜୀବ କୁମାର ଉପସ୍ଥିତ ଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ପତି ସଂଯୋଜନା କରିଥିବା ଵେଳେ ବିଜ୍ଞାନ ଶିକ୍ଷୟିତ୍ରୀ ଛଵିରାଣୀ ଓ ମମତା ସେନାପତି ଏହାର ଦାୟିତ୍ଵ ନିର୍ବାହ କରିଥିଲେ। ମୁଖ୍ୟ ଅତିଥି କହିଲେ ଯେ ବିଜ୍ଞାନର ଯୁଗ ରେ ଅନେକ ବିସ୍ମୟକର ଘଟଣାଗୁଡ଼ିକ ସହଜ ସରଳ ଉପାୟରେ ହୋଇ ପାରୁଛି। ତେଣୁ ଏଭଳି ମେଳା ର ଉପାଦେୟତା ଅନେକ। ଏହି ମେଳାରେ ୬୦ ରୁ ଉର୍ଦ୍ଧ ପ୍ରୋଜେକ୍ଟ ପ୍ରଦର୍ଶିତ କରାଯାଇଥିଲା। ସେଥିମଧ୍ୟରୁ ପ୍ରଥମ ୫ ଟିକୁ ଅତିଥି ମାନଙ୍କ ଦ୍ବାରା ମନୋନୀତ କରାଯାଇଛି । ଏଥିରେ ସଭାପତି ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ସ୍ବାଗତ ଭାଷଣ ଦେଇଥିବା ବେଳେ ଏନସିସି ର ଶିକ୍ଷକ ସରୋଜ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଵିଜ୍ଞାନ ଭିତ୍ତିକ ସଂଗୀତ ମିନତୀ ଖମାରୀ ଙ୍କ ତତ୍ତ୍ୱାବଧାନରେ ଛାତ୍ର ମାନଙ୍କ ଦ୍ଵାରା ଗାନ କରାଯାଇଥିଲା । ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସର୍ବଶ୍ରୀ ଅଜୟ କୁମାର ରାଉତ, ନମିତା ଦନ୍ତା,ଭରତ ସେଠୀ, ସାଗର ପରିଡା ଅନ୍ନପୂର୍ଣ୍ଣା ସାହୁ, ସସ୍ମିତା ପଟ୍ଟନାୟକ, ସୁଜାତା ମିଶ୍ର, ସୀତାରାମ ସାହୁ, ସମୀକ୍ଷା ସେନାପତି, ଵିଜୟ କୁମାର ମହନ୍ତ, ଜତିନ୍ଦ୍ର ଭୋଇ,ସୁରେଖା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏନସିସି ର ପ୍ରଶିକ୍ଷାତ୍ରୀ ମାନଙ୍କୁ ଅତିଥିଗଣ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀଙ୍କ ଉଚ୍ଚତର ପାରଦର୍ଶିତା ଅର୍ଜନ କରି ଵହୁ ପ୍ରତିଯୋଗୀତା ମଧ୍ୟରେ ତୃତୀୟ ପୁରସ୍କାର ଗ୍ରହଣ କରି ବିଦ୍ୟାଳୟ ର ଗୌରବ ତଥା ସମ୍ମାନ ଆଣିପାରିଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ଖୁସିର ଵାତାଵରଣ ଖେଳି ଯାଇଥିଲା। ଏହି ମେଳା ଦ୍ୱାରା ଅନେକ ଛାତ୍ରଛାତ୍ରୀ ଙ୍କୁ ପ୍ରେରଣା ମିଳି ପାରିଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ

Sunil Chandra Nayak

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଲୌହମାନବୀ ସ୍ବର୍ଗତ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ‌ଦିବସରେ ରାଇରଙ୍ଗପୁର‌କଂଗ୍ରେସ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଡାବୁଗାଁରେ ଖାଦ୍ୟ ସୁରକ୍ଷା ମେଳା

Sunil Chandra Nayak

Leave a Comment

error: Content is protected !!