ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦ୍ମବଜାର ମାଣ୍ଡବା ସାହିରେ ୨୭ତମ କାର୍ତିକେଶ୍ବର ପୂଜା ଉପଲକ୍ଷେ କଳସଯାତ୍ରା

ପଦ୍ମବଜାର ମାଣ୍ଡବା ସାହିରେ ୨୭ତମ କାର୍ତିକେଶ୍ବର ପୂଜା ଉପଲକ୍ଷେ କଳସଯାତ୍ରା

ଢେଙ୍କାନାଳ, ୩୧/୧୦: ଢେଙ୍କାନାଳ ପଦ୍ମ ବଜାର ମାଣ୍ଡବା ସାହିରେ ୨୭ତମ କାର୍ତିକେଶ୍ୱର ପୂଜା ଉପଲକ୍ଷେ ଆଜି ପବିତ୍ର ଅଁଳା ନବମୀରେ ସ୍ଥାନୀୟ କମଗରା ଘାଟ ଠାରୁ ପୂଜାର୍ଚ୍ଚନା କରାଯାଇ ୨୧ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ କଳସ ଧରି ବାଦ୍ୟ ଦ୍ବାରା ସହର ପରିକ୍ରମା କରାଯାଇ ମଣ୍ଡପରେ ପହଁଚିଥିଲେ । ପରେ କାର୍ତିକେଶ୍ୱରଙ୍କର ଅଧୁବାସ ପୂଜା ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ସକାଳୁ ନୀତି ପୂଜା, ମଧ୍ୟାହ୍ନ ପୂଜା, ସଂଧ୍ୟା ଆଳତି ସହିତ ବିଭିନ୍ନ ଭୋଗ କାର୍ତିକେଶ୍ୱରଙ୍କ ପାଖରେ ଲାଗି କରାଯିବ। ପ୍ରତ୍ୟେକ ଦିନ ପ୍ରତଃପୂଜା ଓ ହୋମ ସହିତ ଆସନ୍ତା ୫ ତାରିଖ କାର୍ତିକ ପୂର୍ଣ୍ଣିମା ଦିନ ପୂର୍ଣାହୁତି ଅନୁଷ୍ଠିତ ହେବ । ମୁଖ୍ୟ ପୂଜକ ସିଦ୍ଧେଶ୍ଵର ମିଶ୍ର ଓ କର୍ତା ସୁଜିତ୍ କୁମାର ସାହୁ ଏବଂ କର୍ତୀ ଝୁନୁ ସାହୁ ସମସ୍ତ ପୂଜାକୁ ସଂପାଦନ କରିଥିବାବେଳେ କର୍ମକର୍ତା ଦେବବ୍ରତ ସାହୁ, ଶ୍ରୀନିବାସ ସାହୁ, ସାନୁ ପୃଷ୍ଟି, ସଞ୍ଜୟ ସାହୁ, ସାଗତ କୁମାର ସାହୁ, ବିଚିତ୍ର ସାହୁ, ଅନିଲ୍ ସାହୁ, ଲିଙ୍କୁ ସାହୁ ଓ ଜିଲୁ ସାହୁଙ୍କ ସମେତ ବହୁ କର୍ମକର୍ତା ସାହାଯ୍ୟ କରିଥିଲେ। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରାତି ଅଧରେ ବିଧାନସଭା ଅଧିବେଶନ ବାତିଲ ନିଷ୍ପତ୍ତିର ପ୍ରତିବାଦ ବିଜୁ ବାବୁଙ୍କୁ ଅପମାନସୂଚକ ମନ୍ତବ୍ୟର ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହୁଁ ନାହାନ୍ତି ରାଜ୍ୟ ସରକାର: ବିଜେଡି

Sunil Chandra Nayak

ସୁନ୍ଦରଗଡ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ରଘୁନାଥପାଲ୍ଲୀ ବିଧାୟକ

Sunil Chandra Nayak

କ୍ଷତି ପୂରଣ ଦାବିରେ କୁମ୍ଭାରୀପୁଟ ଗ୍ରାମ ନିକଟରେ ରାସ୍ତା ଅବରୋଧ, ଅଟକିଛି ବହୁ ଯାନ

masiha

Leave a Comment

error: Content is protected !!