ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ବୁଣାପାଣ ଜାତୀୟ ମହାସଂଘ ପକ୍ଷରୁ ବୈଠକ

ଢେଙ୍କାନାଳ ଜିଲ୍ଲା ବୁଣାପାଣ ଜାତୀୟ ମହାସଂଘ ପକ୍ଷରୁ ବୈଠକ

ଢେଙ୍କାନାଳ,୩୧।୧୦: ଢ଼େଙ୍କାନାଳ କୈବଲ୍ୟ ବଜାରସ୍ଥିତ ଦଧୁବାମନ ଜୀଉ ମଠ ପ୍ରାଙ୍ଗଣରେ ଥିବା ଭାଗବତ ମଣ୍ଡପ ଠାରେ ଜିଲ୍ଲା ବୁଣାପାଣ ଜାତୀୟ ମହାସଂଘ ପକ୍ଷରୁ ଏକ ବୈଠକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାଏକ ଓ ସଂପାଦକ କୁଳମଣି ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସମାଜର ଉନ୍ନତି ତଥା ଦୁର୍ନୀତି ବିଷୟରେ ଆଲୋଚନା କରାଯାଇଥିଲା । ସମାଜର ସଭାଗୃହ ପୂର୍ଣାଙ୍ଗ ନହେବା ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପ୍ରତ୍ୟେକ ବଂଶର ସଭାପତି, ସଂପାଦକ, ଡାକଭାଇ ଏବଂ ଜିଲ୍ଲା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । ପତଳା ସର୍କଲ୍‌ର ସଭାପତି ନୃସିଂହ ନାଏକ, ବମ୍ପା ସଭାପତି ଦାମୋଦର ନାଏକ, ରାଇସିଂହପ୍ରସାଦ ବଂଶ ସଭାପତି ସନ୍ତୋଷ ନାଏକ, ଗୌଡଦେଶ ବଂଶର ସଭାପତି ସୁରଥ ନାଏକ, ଇଜିଡିଗଡ (କ) ସଭାପତି ଇନ୍ଦ୍ରମଣି ନାଏକ, ବଣିଆପଡା ସଭାପତି ବିନୟ ନାଏକ, ପଶ୍ଚିମ ଜେନାଦସ ସଭାପତି ନିରଞ୍ଜନ ନାଏକ, ସଂପାଦକ ରୋହିତ ନାଏକ, ଛଦେଶ ସଭାପତି ଅଖୁଳ ନାଏକ, କଳାଙ୍ଗ ସଭାପତି ନୂତନ ନାଏକ, ପାରିମାଳ ସଭାପତି ବିଭୂତି ନାଏକ, କୁଳକାଶିଆ ସଭାପତି ନିତ୍ୟାନନ୍ଦ ନାଏକ, ବଳରାମପୁର ସଭାପତି ସୁରେଶ ନାଏକ, ବଳରାମପ୍ରସାଦ ସଭାପତି କନ୍ଦର୍ପ ନାଏକ, ଲକ୍ଷ୍ମୀପ୍ରସାଦ ସଭାପତି ଉଲ୍ଲାସ ନାଏକ ଓ ଢେଙ୍କାନାଳ ଜିଲ୍ଲାର ପ୍ରତ୍ୟେକ ବଂଶର ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ଏହି ବୈଠକରେ ଯୋଗଦେଇଥିଲେ । ଶେଷରେ ଦାମୋଦର ନାଏକ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

Sunil Chandra Nayak

ଖଜୁରିଆ ଗ୍ରାମ ରେ ପବିତ୍ର ରାମ ନବମୀ ମହା ଆଡ଼ମ୍ବର ରେ ପାଳିତ 

Sunil Chandra Nayak

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!