ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଧାଅନ୍ବେଷଣ ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ବରଗଡ଼ ଜିଲ୍ଲା

ମେଧାଅନ୍ବେଷଣ ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ବରଗଡ଼ ଜିଲ୍ଲା

ଖଇରା,୩୧/୧୦/୨୫- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ହ୍ଵାଟ୍ସଆପ୍ ଗୃପରେ ପ୍ରତ୍ୟେକ ରବିବାର ମେଧାଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଭାଗ ନେଇଥାନ୍ତି । ବେଳେବେଳେ ରାଜ୍ୟ ବାହାରେ ବସବାସ କରୁଥିବା ଆଗ୍ରହୀ ଓଡ଼ିଆ ସାହିତ୍ୟ ବନ୍ଧୁ ମାନେ ମଧ୍ୟ ଭାଗନେଇ ନିଜକୁ ଗର୍ବ ଅନୁଭବ କରିଥାନ୍ତି । ଏଇ ପରିପ୍ରେକ୍ଷୀରେ ଗତ ତା ୨୮/୯/୨୦୨୫ ରିଖରେ ଅନୁଷ୍ଠିତ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ ବରଗଡ଼ର ଶିକ୍ଷୟିତ୍ରୀ ତଥା ସାହିତ୍ୟ ସାଧିକା ଶେଖ୍ ମୁନ୍ ତାଜ୍ ଖାତୁନ୍ ପ୍ରଥମ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ତଥା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ଉକ୍ତ ପ୍ରତିଯୋଗିତାରେ ମୋଟ ୨୧ ଜଣ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ (୧) ଅଲିଭା ଘୋଷ, ଜଳେଶ୍ବର, ବାଲେଶ୍ଵର (୨) ଶ୍ରଦ୍ଧାଞ୍ଜଳି ଖମାରୀ, ଧାନଘର, ଭଦ୍ରକ (୩) ବବୁଲୁ ବାଘ, ସୀଙ୍ଗାରୀମୁଣ୍ଡା, ଅନୁଗୋଳ (୪) ଶେଖ୍ ମୁନ୍ ତାଜ୍ ଖାତୁନ୍, ବରଗଡ଼ (୫) ସୁଲୋଚନା ବଳ, ସୋର, ବାଲେଶ୍ଵର (୬) ସମୀକ୍ଷା ସମନ୍ବିତା ଶତପଥୀ, ଖଇରା, ବାଲେଶ୍ଵର (୭) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ଭଦ୍ରକ (୮) ତନୁଶ୍ରୀ ରାଉଳ, ଔପଦା, ବାଲେଶ୍ଵର (୯) ସାଇ ଶୁଭମ୍ ରାଉଳ, ସୋର, ବାଲେଶ୍ଵର (୧୦) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୧) ମନସ୍ମିତା ମାଝୀ, ଧୂଷୁରୀ, ଭଦ୍ରକ (୧୨) କମଳିନୀ ସେନାପତି, ଜଳେଶ୍ବର, ବାଲେଶ୍ଵର (୧୩) କଳ୍ପନା ବିନ୍ଧାଣୀ, ମୟୂରଭଞ୍ଜ (୧୪) ବନଲତା ଜାଲି, କୃଷ୍ଣ ପ୍ରସାଦ, ପୁରୀ (୧୫) ଅନିତା ପଣ୍ଡା, ବ୍ରହ୍ମପୁର (୧୬) ନିବେଦିତା ପଣ୍ଡା, ରାଉରକେଲା (୧୭) ସ୍ମୃତି ପ୍ରିୟଦର୍ଶିନୀ ପ୍ରଧାନ, ପୂରଣ, ଜଗତସିଂହପୁର (୧୮) ଜିତ୍ ଆଦିତ୍ୟ ରାଉତ, ଖଇରା, ବାଲେଶ୍ଵର (୧୯) ଭୁମିକ୍ ସାହୁ, ଧୂଷୁରୀ, ଭଦ୍ରକ (୨୦) ତନିଷା କେଶ, ଧୂଷୁରୀ, ଭଦ୍ରକ (୨୧) ନିବେଦିତା ପତି, ବାଲେଶ୍ଵର ଅନ୍ତର୍ଭୁକ୍ତ । ସମୀକ୍ଷା କରିଥିଲେ ଭଦ୍ରକ ଜିଲ୍ଲାର ସାହିତ୍ୟିକା ଅପରାଜିତା ରଥ । ତାଙ୍କୁ ସହଯୋଗ କରିଥିଲେ ତାଙ୍କର କୁନି ପ୍ରତିଭା ଝିଅ ସାଇ ସମୀକ୍ଷା ରଥ, ଯିଏକି ଚଳିତ ବର୍ଷ ବାର୍ଷିକ ଉତ୍ସବରେ ରୂପା ମୁକୁଟ ପାଇବେ । ତାଙ୍କ ସମୀକ୍ଷାରୁ ଶେଖ୍ ମୁନ୍ ତାଜ୍ ଖାତୁନ୍ ପ୍ରଥମ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି । ଅନୁଷ୍ଠାନର ସଭାପତି କୁଞ୍ଜଲତା ମାହୁଁନ୍ତ ଏବଂ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସିଭିଲ ଜଜ୍ କୋର୍ଟ ସ୍ଥାନାନ୍ତରକୁ ନେଇ ଅସନ୍ତୋଷ

କେନାଲ ପାଣିରେ ବୁଡି ଯୁବକର ସଲିଳ ମୃତ୍ୟୁ 

masiha

ଛତିଶଗଡ ର ଅବକାରୀ ମନ୍ତ୍ରୀଙ୍କ ଦିନିକିଆ ଡାବୁଗାଁ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!