ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଏଗ୍ରୋ ଉତ୍ପାଦକ କମ୍ପାନୀ ଲିମିଟେଡ଼ ର କାର୍ଯ୍ୟକର୍ତ୍ତା ଙ୍କ ବୈଠକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଏଗ୍ରୋ ଉତ୍ପାଦକ କମ୍ପାନୀ ଲିମିଟେଡ଼ ର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା।ଏଥିରେ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ତିରଞ୍ଜି ମେର୍ଲି, ନିର୍ଦ୍ଧେଶିକା ଭାନୁମତି ପ୍ରଧାନ, ନିଳେନ୍ଦ୍ରୀ ସାହୁ,ଗୌରୀ ଦୀପ, ନିର୍ଦେଶକ କୃଷ୍ଣଚନ୍ଦ୍ର ନାଗ,ବିରେନ୍ଦ୍ର ସାହୁ,ଦ୍ରୋଣ ସାହୁ,ବାଲ୍ମୀକି ଛତ୍ରୀଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ସହଭାଗୀ ବିକାଶ ଅଭିଯାନ ର ଧର୍ମ ସାଗର ପ୍ରଧାନ ଯୋଗଦେଇ କମ୍ପାନୀ ଜୁ ସୁପରିଚାଳନା ନିମନ୍ତେ ଆବଶ୍ୟକ କାଗଜପତ୍ର ,ଅଂଶ ଧନ ସଂଗ୍ରହ, ସିଇଓ ନିଯୁକ୍ତି, ଵ୍ୟବସାୟ ଯୋଜନା,କମ୍ପାନୀର ପୁଞ୍ଜି ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜଗଦୀଶ ପ୍ରସାଦ ରଣା, ପ୍ରଦୀପ କୁମାର ସାହୁ, ଅଜିତ କୁମାର ପ୍ରଧାନୀ ଉପସ୍ଥିତ ଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଓଡିଶାର ପ୍ରଥମ ବିଶ୍ଵବିଦ୍ୟାଳୟ ଭାବରେ ମାଉଣ୍ଟ ରୁଦୁଗେରା (୧୯,୧୦୦ ଫୁଟ) ଶିଖରରେ ପହଞ୍ଚିଲା କଳାହାଣ୍ଡି ବିଶ୍ବବିଦ୍ୟାଳୟର ପର୍ବତାରୋହୀ ଦଳ

masiha

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ କର୍ମଚାରୀ ସମସ୍ୟା :କିନ୍ତୁ ବଦଳି ଆଦେଶ ବାହାରିବା ପରେ ବିନା ରିଲିଭର ରେ ରିଲିଭ କରୁଛନ୍ତି ଥିବା କର୍ମଚାରୀଙ୍କୁ

Sunil Chandra Nayak

ଓଡ଼ିଶା ରତ୍ନ ଆଓ୍ବାଡ ୨୦୨୫ ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ରିଷିଡ଼ା ର ଯୁବ ସାମ୍ବାଦିକ ସୁଶାନ୍ତ ମଲ୍ଲିକ 

Sunil Chandra Nayak

Leave a Comment

error: Content is protected !!