ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ

ରାଜ୍ୟ ସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ

କନ୍ଧମାଳ, ତା, ୦୩/୦୫:(ମନିସ): ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ‘ବିଶ୍ୱ ପ୍ରେସ ଦିବସ’ ଅବସରରେ ଆୟୋଜିତ ହୋଇଯାଇଛି ଦୁଇଦିନିଆ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀ – ୨୦୨୫। ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏହି ଫଟୋ ପ୍ରଦର୍ଶନୀକୁ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର କଥାବସ୍ତୁ ରହିଥିଲା “ପ୍ରେସ୍ ଫର୍ ଦ ପ୍ଲାନେଟ୍” । ପରିବେଶ ସଚେତନତା ଏବଂ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବାରେ ଏକ ମୁକ୍ତ ପ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆକର୍ଷଣୀୟ ଫଟୋଚିତ୍ର ମାଧ୍ୟମରେ ଏହି ପ୍ରଦର୍ଶନୀରେ ପ୍ରେସ୍ ସ୍ୱାଧୀନତା ଏବଂ ଧରାପୃଷ୍ଠର ସୁରକ୍ଷା ଉପରେ ମହତ ବାର୍ତ୍ତା ଦିଆଯାଇଥିଲା ।ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସୁରେନ୍ଦ୍ର କୁମାର ବେହେରା (ବୁଲୁ ) ଏଥିରେ ଅଂଶ ଗ୍ରହଣ କରି ୫ ଟି ଫଟୋ ରୁ ୪ ଟି ଫଟୋ ସ୍ଥାନ ପାଇ ଅତିଥି ମାନଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି I ସମଗ୍ର କନ୍ଧମାଳ ଜିଲା ରୁ ସୁରେନ୍ଦ୍ର ଜଣେ ମାତ୍ର ସମ୍ମାନିତ ହୋଇଥିବାରୁ ଜିଲ୍ଲା ପାଇଁ ଗୌରବ ଆଣିପାରି ଛନ୍ତି l ଏ ନେଇ ସବୁ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି। 

କନ୍ଧମାଳ ରୁ ସଞ୍ଜୟ କୁମାର ପାଣିଗ୍ରାହି ଙ୍କ ରିପୋର୍ଟ୍ 

Related posts

ଜୁକନଣ୍ଡି ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କୁଟି ଚାଳକ ଗୁରୁତର

masiha

୩୯ତମ ବର୍ଷାନ୍ତ ସାରସ୍ବତ ସମ୍ମେଳନ, ସମ୍ବର୍ଦ୍ଧିତ ହେଲେ ଗୀତାରାଣୀ, କାଞ୍ଚନ, ଜ୍ୟୋତି ଓ ପ୍ରଶାନ୍ତ

masiha

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସାମୁହିକ ଶପଥପାଠ

Sunil Chandra Nayak

Leave a Comment

error: Content is protected !!