ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୈବିକ ସାର ଉତ୍ପାଦନ କମ୍ପାନୀ ‘ବାୟୋତେଜ ଏଗ୍ରିନୋଭେସନ’ ର ନୂତନ ପ୍ଲାଣ୍ଟ ଉଦଘାଟିତ 

ଜୈବିକ ସାର ଉତ୍ପାଦନ କମ୍ପାନୀ ‘ବାୟୋତେଜ ଏଗ୍ରିନୋଭେସନ’ ର ନୂତନ ପ୍ଲାଣ୍ଟ ଉଦଘାଟିତ 

ରାଉରକେଲା: ଜୈବିକ ସାର ଉତ୍ପାଦନ କମ୍ପାନୀ ବାୟୋତେଜ ଏଗ୍ରିନୋଭେସନ ର ନୂତନ ପ୍ଲାଣ୍ଟ ଆଜି ଲାଠିକଟା ବ୍ଲକ ଅଧିନସ୍ଥ ସୁଇଡ଼ିହି ଗ୍ରାମରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଏନଆଇଟି ଏଫଟିବିଆଇ ସେଣ୍ଟର ର ମୁଖ୍ୟ ମନୋଜ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନିତ ବକ୍ତା ଭାବେ ରାଜ୍ୟ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଡ଼. ଜୟନ୍ତ କୁମାର ପତି ଓ ଜିଲ୍ଲା କୃଷି ଅଧିକାରୀ, ପାନପୋଷ ଜି. ଜୟନ୍, ଏନଆଇଟି ସେରାମିକ ଇଞ୍ଜିନିଅରିଙ୍ଗ ବିଭାଗ ପ୍ର. ସ୍ବଦେଶ କୁମାର ପ୍ରତିହାର ମଞ୍ଚାସୀନ ଥିଲେ l 

ସମ୍ମାନିତ ଅତିଥି ଭାବେ ଏନଆଇଟି ର ପ୍ର. ଭିନି ରାଉତରାୟ ଓ ପ୍ର. କ୍ରିଷ୍ଣା ପ୍ରାମାଣିକ ପ୍ରମୁଖ ଯୋଗ ଦେଇଥିଲେ l କମ୍ପାନୀର ଅନ୍ୟତମ ନିର୍ଦ୍ଦେଶିକା ମୀନା କୁମାରୀ ମହାରଣା ଶୁଭେଚ୍ଛା ଜଣାଇଥିଲେ lକମ୍ପାନୀ ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡ଼. ଶିତାରଶ୍ମି ସାହୁ ସ୍ୱାଗତ ଭାଷଣ ଦେବା ସହ କମ୍ପାନୀ ବିଷୟରେ ଆଲୋକପାତ କରିଥିଲେ l ସେ କହିଲେ ଯେ, ଆଇ.ସି.ଏ.ଆର – ଏନ.ଆର.ଆର.ଆଇ, କଟକଙ୍କ ମିଳିତ ଉଦ୍ୟମରେ ଇସ୍ପାତ ଶିଳ୍ପ ରୁ ବାହାରୁଥିବା ଏଲ.ଡି ସ୍ଲାଗ ଓ ଥର୍ମାଲ ପାୱାର ପ୍ଲାଣ୍ଟର ବର୍ଜ୍ୟ ପାଉଁଶକୁ ପ୍ରକ୍ରିୟାକରଣ କରି ଜୈବିକ ସାର ଉତ୍ପାଦନ କ୍ଷେତ୍ରରେ ରେ ଵୟୋତେଜ ଓଡିଶା ର ପ୍ରଥମ କମ୍ପାନୀ l ଏହି ଜୈବିକ ସାର ଚାଷ ଜମିରେ ଥିବା ଏସିଡ ପରିମାଣ କୁ ହ୍ରାସ କରିବା ସହ ଉର୍ବରତା ବୃଦ୍ଧି କରିବାରେ ସହାୟ ହେଉଛି l କେବଳ ସାର ଉତ୍ପାଦନ ନୁହଁ, ଜୈବି କୃଷି ପରାମର୍ଶ ପ୍ରଦାନ ଦିଗରେ ମଧ୍ୟ କାର୍ଯ୍ୟ କରିଆସୁଛି l ଚାଷୀ ମାନେ ଏହାର ସୁଯୋଗ ନେବାକୁ ଡ଼. ସାହୁ ନିବେଦନ କରିଥିଲେ l ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ଜୈବ କୃଷି ପ୍ରଣାଳୀ, ଜୈବିକ ସାରର ବ୍ୟବହାର ଓ ପୁଷ୍ଟିକର ଖାଦ୍ୟ ଶସ୍ୟ ଓ ପନିପରିବା ଉତ୍ପାଦନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ l ଶେଷରେ କମ୍ପାନୀ ର ଅନ୍ୟତମ ନିର୍ଦ୍ଦେଶକ ସୁନୀଲ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ l ଏନଆଇଟି ର ଏଫଟିବିଆଇ ଓ ଅନ୍ୟ ପୃଷ୍ଠପୋଷାକ ମାନଙ୍କ ସହାୟତା ପାଇଁ ମଧ୍ୟ ଧନ୍ୟବାଦ ଜଣାଇଥିଲେ l 

ଅତିଥି ମାନେ ପ୍ଲାଣ୍ଟ କୁ ଉଦଘାଟନ କରିବା ସହ ବୁଲି ଦେଖିଥିଲେ l ଏଥିସହ ପ୍ଲାଣ୍ଟ ପରିସରରେ ବୃକ୍ଷ ରୋପଣ କରିଥିଲେ l ଜୈବିକ ସାର ସହ ଚାରା ଉତ୍ପାଦନ, ଜିଆ ଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଭୃତି ଦେଖି ଆନନ୍ଦ ପ୍ରକାଶ କରିବା ସହ ଚାଷ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ଦୃଢ ଆଶା ପୋଷଣ କରିଥିଲେ l ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି କମ୍ପାନୀ ବିଭିନ୍ନ ସରକାରୀ ଓ ବେସରକାରୀ ବିଭାଗ ସହଯୋଗ ରେ ଜୈବ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ପାଇଁ ଉଦ୍ୟମ ଜାରି ରଖିଛି ଏବଂ ବିଭିନ୍ନ ସଂସ୍ଥା ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଛି l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ମାନଙ୍କ ଧର୍ମଘଟ ଆରମ୍ଭ

masiha

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

ଉଦ୍ଭିଦ ବିଜ୍ଞାନ ଉପରେ ଡକ୍ଟରେଟ ଡିଗ୍ରୀ ହାସଲ କଲେ ବିଶ୍ୱଜିତ୍

masiha

Leave a Comment

error: Content is protected !!