ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ଅବସରରେ “ଯୁବ ଲେଖକ ସମ୍ମିଳନୀ” ଅନୁଷ୍ଠିତ

ଓଡ଼ିଆ ପକ୍ଷ ପାଳନ ଅବସରରେ “ଯୁବ ଲେଖକ ସମ୍ମିଳନୀ” ଅନୁଷ୍ଠିତ

ସୁନ୍ଦରଗଡ଼, ୧୧/୦୪/୨୫: ଓଡ଼ିଆ ପକ୍ଷ ପାଳନର ୧୧ତମ ଦିବସରେ “ଯୁବ ଲେଖକ ସମ୍ମିଳନୀ ” ଆୟୋଜିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଏବଂ ଜିଲ୍ଲା ପ୍ରଶାସନ , ସୁନ୍ଦରଗଡ଼ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। 

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ,ଜିଲ୍ଲା ଯୋଜନା ବିଭାଗର ସହାୟକ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ତିର୍କୀ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନ ଦ୍ଵାରା ଯୁବ ଲେଖକ ମାନଙ୍କ ଲେଖନୀକୁ ଆହୁରି ସମୃଦ୍ଧ କରିବ ଏବଂ ସେମାନଙ୍କୁ ଉତ୍ସାହିତ କରିବା ଦିଗରେ ଏହା ଏକ ଅଭିନବ କାର୍ଯ୍ୟକ୍ରମ ବୋଲି ଅତିଥିମାନେ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ଆଜିର ଏହି ଯୁବ ଲେଖକ/ଲେଖିକା ମାନେ ଆସନ୍ତା କାଲି ପ୍ରସିଦ୍ଧ ଲେଖକ ଭାବେ ପରିଗଣିତ ହେବେ ଏବଂ ସେମାନଙ୍କ ମହାନ୍ ଲେଖନୀ ଦ୍ଵାରା ସମଗ୍ର ସମାଜକୁ ମଧ୍ୟ ଅଲୋକିକରଣ କରିବେ ବୋଲି ଅତିଥିମାନେ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ।

  କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଇନ୍ଦିରା ଗଡ଼ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସରକାରୀ ମହାବିଦ୍ୟାଳୟ ର ସହକାରୀ ପ୍ରଫେସର ଶ୍ରୀ ନୂତନ ଖମାରୀ, ଅନ୍ୟାନ୍ୟ ଅଧିକାରୀ ଏବଂ ମହିଳା ମହାବିଦ୍ୟାଳୟ ର ପ୍ରଫେସରମାନେ ଏବଂ ଜିଲ୍ଲା ର ବିଭିନ୍ନ ମହାବିଦ୍ୟାଳୟ ରୁ ଯୁବ ଲେଖକ ଏବଂ ଲେଖିକା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। 

ପରେ ପରେ ଏହି ଯୁବ ଲେଖକ ଲେଖିକା ମାନଙ୍କ ମଧ୍ୟରେ ଓଡ଼ିଆ ଗଳ୍ପ, କବିତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ଶ୍ରୀ ଗୋପ କୃଷ୍ଣ ନାୟକ, ଶ୍ରୀ ଗଣେଶ ତ୍ରିପାଠୀ ଏବଂ ଶ୍ରୀମତୀ ସଞ୍ଚିତା ପ୍ରଧାନ ବିଚାରକ ଭାବେ ଯୋଗ ଦେଇଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ହେମଲତା ପାତ୍ର – ସରକାରୀ ମହିଳା ମହାବିଦ୍ୟାଳୟ, ସୁନ୍ଦରଗଡ଼ ପ୍ରଥମ ସ୍ଥାନ ଅଧିକାର କରିଥିଲେ,  ବର୍ଷା ବସୁନ୍ଧରା ବାଘ, ଭେଷଜ ପଟେଲ ସ୍ନାତକ ମହାବିଦ୍ୟାଳୟ, ଡୁଡୁକା, ହେମଗିର ଦ୍ୱିତୀୟ ଏବଂ ଚନ୍ଦନ ନାଏକ – ଆଞ୍ଚଳିକ ସହଯୋଗ ସ୍ନାତକ ମହାବିଦ୍ୟାଳୟ, ସବଡେଗା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ଗଳ୍ପ ପ୍ରତିଯୋଗିତାରେ ଟେଷ୍ଟି ପ୍ରିୟା ସାହୁ, ସରକାରୀ ମହିଳା ମାବିଦ୍ୟାଳୟର, ସୁନ୍ଦରଗଡ଼ ପ୍ରଥମ, ସ୍ନେହା କେରକେଟା, ଆଞ୍ଚଳିକ ସହଯୋଗ ସ୍ନାତକ ମହାବିଦ୍ୟାଳୟ, ସବଡେଗା ଦ୍ୱିତୀୟ ଏବଂ ଇଭାଞ୍ଜଳି ବାର୍ଲା, ସୁଶୀଳାବତୀ ସରକାରୀ ମହାବିଦ୍ୟାଳୟ, ରାଉରକେଲା ତୃତୀୟ ହୋଇଥିଲେ। କବିତା ପ୍ରତିଯୋଗିତା ରେ ଦିପେଶ ସାହୁ, ସରକାରୀ ମହାବିଦ୍ୟାଳୟ, ସୁନ୍ଦରଗଡ଼ ପ୍ରଥମ ସ୍ଥାନ ଅଧିକାର କରିଥିଲେ, ଅନୁଶ୍ରୀ ରାଉତ, ସରକାରୀ ମହାବିଦ୍ୟାଳୟ, ସୁନ୍ଦରଗଡ଼ ଦ୍ୱିତୀୟ ଏବଂ ସୁଶ୍ରୀ ପୁନମ ମହାନ୍ତି, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଶଙ୍କରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିଭଳି ଅନ୍ୟ ସମସ୍ତ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ ସୁରକ୍ଷା ସମିତି କମିଟି ର ନୂତନ ଗୃହ ନିର୍ମାଣ କାର୍ଯ୍ୟ ନିମ୍ନ ମାନର:ଉକ୍ତ କାର୍ଯ୍ୟର ତଦନ୍ତ ଦାବୀ କରିଛନ୍ତି କମିଟି ଓ ଗ୍ରାମବାସୀବୃନ୍ଦ       

masiha

ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ଠାରେ ହର୍ସ ଉଲ୍ଲାସ ର ସହ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

କୋଲ୍ହାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ଆକସ୍ମିକ ବିୟୋଗରେ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

masiha

Leave a Comment

error: Content is protected !!