ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈଦେଶ୍ଵର ମହାଦେବଙ୍କ ପୀଠରେ ତୃତୀୟ ବାର୍ଷିକ ଯାଜ୍ଞ

ସମୟ ବଦଳାଇ ଦେଇଛି ମଣିଷ ମାନଙ୍କର ଭାବନାକୁ ! ବିପଦ ପରେ ବିପଦ ମାଡିଆସୁଛି ପୃଥିବୀ ଉପରକୁ ! ମଣିଷ ସମାଜ କଣ ବିଲୁପ୍ତ ହୋଇଯିବ କି ? ଭୟ ସଂକୁଳ ଅବସ୍ଥାରେ ମାନବ ସମାଜ ! ସର୍ବତ୍ର ଚାଲିଛି ବିଶ୍ଵଶାନ୍ତି ଯଜ୍ଞ ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ, ଦାଇଁଲୋ ପଞ୍ଚାୟତ ତଥା ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବୈଦେଶ୍ଵର ମହାଦେବଙ୍କ ଠାରେ ଚାଲିଛି ବିଶ୍ୱକଲ୍ୟାଣ ମହାଯଜ୍ଞ ! ଏହି ଅନୁଷ୍ଠାନର ମୁଖ୍ୟ ପୁରୋଧା ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର ଥିବାବେଳେ ମୁଖ୍ୟ କର୍ତ୍ତା ବିରଜା ପ୍ରସନ୍ନ କର ଓ ତାଙ୍କର ଧର୍ମପତ୍ନୀ ଶସ୍ମିତା କର ପ୍ରତିବର୍ଷ ନିଷ୍ଠା ଓ ଦାୟିତ୍ୱର ସହ କାର୍ଯ୍ୟ କରିଆସୁଛନ୍ତି !ସହଯୋଗୀ ପଣ୍ଡିତ ମାନେ ତଥା ମନ୍ଦିର ପୂଜକ ରତିକାନ୍ତ ପଣ୍ଡା, ନିରଞ୍ଜନ ପଣ୍ଡା, ଦୁର୍ଗା ଚରଣ ପଣ୍ଡା, ପ୍ରମୋଦ ପଣ୍ଡା, ଗୟାଧର ପଣ୍ଡା, ଗଙ୍ଗାଧର ପଣ୍ଡା, ନୃସିଂହ ଚରଣ ପତିଶର୍ମା, ଦେବେନ୍ଦ୍ର ନାଥ ମିଶ୍ର, ସନ୍ତୋଷ ମିଶ୍ର, ପ୍ରଶାନ୍ତ ପଣ୍ଡା, ଲକ୍ଷ୍ମୀଧର କର, ତ୍ରିବିକ୍ରମ ପଣ୍ଡା,ଏବଂ ବୈଦ୍ୟନାଥ ପଣ୍ଡା ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟକୁ ପରିଚାଳନା କରିଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ-୨୦୨୪ ପାଳିତ

masiha

ତ୍ରିଦିବସୀୟ ମାନସିକ ଅବସାଦ ସମ୍ପର୍କୀତ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ 

masiha

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳନ ସମାରୋହ

masiha

Leave a Comment

error: Content is protected !!