ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ଆଦର୍ଶ ପାଠାଗାରର ଐତିହାସିକ ମୃତ୍ୟୁ

ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ଆଦର୍ଶ ପାଠାଗାରର ଐତିହାସିକ ମୃତ୍ୟୁ

ରାଉରକେଲା: ଦୀର୍ଘ ଷାଠିଏ ଦଶକରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପୀଠସ୍ଥଳୀ ରୂପେ ଆଦର୍ଶ ପାଠାଗାର ଓଡ଼ିଆ ଅସ୍ମିତାର ଥିଲା କୀର୍ତ୍ତିସ୍ତମ୍ଭ। ପୁସ୍ତକମେଳା ଠାରୁ ଆରମ୍ଭ କରି ସମୟାନ୍ତରରେ ବିଭିନ୍ନ ସାହିତ୍ୟ ସଂପାନମାନ ଆୟୋଜନ କରି ରାଉରକେଲାର ସାରସ୍ଵତ ପରିମଣ୍ଡଳକୁ ଏ ଅନୁଷ୍ଠାନ କରୁଥିଲା ଝଙ୍କୃତ।ଦୀର୍ଘ ବର୍ଷର ଦାବି, ନିବେଦନ, ଆବେଦନ ପରେ ବି ମଧ୍ୟ ହଜାର ହଜାର ଓଡ଼ିଆ ଭାଷାଭାଷୀ ବୁଦ୍ଧିଜୀବୀମାନଙ୍କର ଆଶା ଆକାଂକ୍ଷାକୁ ଧୂଳିସାତ୍ କରି ବକ୍ରଚଞ୍ଚୁରେ ରାଉରକେଲା ଇସ୍ପାତ କାରଖାନା ଏହାକୁ କରଗତ କରି ଭାଷା- ସାହିତ୍ୟ- ସଂସ୍କୃତିର ଏ ମହାନ ପୀଠକୁ ନିଜ କବଜା୍‍କୁ ନେଇଯିବା ପରେ ଓଡ଼ିଆ ଅସ୍ମିତାର ସାରସ୍ଵତ ମୃତ୍ୟୁ ଘଟିଛି।

ରାଉରକେଲା ସାରସ୍ଵତ ଯଜ୍ଞର ଏ ଆଦିପୀଠର ଐତିହାସିକ ପରାଜୟ, ଓଡ଼ିଆ ଅସ୍ମିତାର ପରାଜୟ 

ଜନସାଧାରଣଙ୍କ ଅର୍ଥରେ ରାଜ୍ୟସରକାରଙ୍କ ଭୂମିରେ ନିର୍ମିତ ହୋଇଥିବା ଏକ ଐତିହାସିକ ଅନୁଷ୍ଠାନକୁ ଆଦର୍ଶ ପାଠାଗାର ପରିଚାଳନା କମିଟିକୁ ହସ୍ତାନ୍ତର କରିବା ପାଇଁ ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର , ସଭାପତି ପ୍ରଶାନ୍ତ କୁମାର ପତି,ଉପସଭାପତି କବି ବଳରାମ ରାଉଳଙ୍କ ସମେତ ଧନଞ୍ଜୟ ମଲ୍ଲିକ, ଚନ୍ଦ୍ରଶେଖର ପାଇକରାୟ, କବି ପ୍ରତାପ କୁମାର ପଣ୍ଡା , ଅଶୋକ କୁମାର ରାଉତ ପ୍ରମୁଖ ଏକ ମିଳିତ ବିବୃତିରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ନିବେଦନ କରିବା ସଙ୍ଗେ ସଙ୍ଗେ ରାଜ୍ୟ ଓ କେନ୍ଦ୍ର ସରକାର ଏହି ନିଷ୍ପତ୍ତିରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ସହଦେବ ପଟ୍ଟନାୟକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

ତେଜିଲା କୁରୁଗୁଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ଦାବୀ 

Sunil Chandra Nayak

ଜନ୍ମ ଦିନରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ଅଷ୍ଟମ ଶ୍ରେଣୀର ଛାତ୍ର

Sunil Chandra Nayak

Leave a Comment

error: Content is protected !!