ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମ ଓ ଆଧ୍ୟାତ୍ମିକତା ପୂଜ୍ୟ ପୂଜାର ପ୍ରାଥମିକତା–ସ୍ବର୍ଗତ ସଦାଶିବ ମହାନ୍ତିଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକୀ 

ଧର୍ମ ଓ ଆଧ୍ୟାତ୍ମିକତା ପୂଜ୍ୟ ପୂଜାର ପ୍ରାଥମିକତା–ସ୍ବର୍ଗତ ସଦାଶିବ ମହାନ୍ତିଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକୀ 

ଜଳେଶ୍ଵର,୨୫/୭(ମନିସ)-ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଆରୁହା ପଞ୍ଚାୟତ ଅଧୀନସ୍ଥ ଶାଳିକୋଠା ଗ୍ରାମର ସ୍ବର୍ଗତ ସଦାଶିବ ମହାନ୍ତିଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଦ୍ୱାରା ୧୯୭୭ ମସିହାରେ ପ୍ରତିଷ୍ଠା ହୋଇଥିବା ସଦାଶିବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପାଳିତ ହୋଇଯାଇଛି। ଆଜକୁ ୪୯ ବର୍ଷ ଧରି ପ୍ରତିଷ୍ଠା କରାଯାଇଥିବା ଉଚ୍ଚ ବିଦ୍ୟାଳୟ ଆଉ ଗୋଟିଏ ବର୍ଷ ପରେ ସୁବର୍ଣ୍ଣ ଜୟନ୍ତୀ ପାଳନ ହେବା ପାଇଁ ଯୋଗ୍ୟତା ହାସଲ କରିବ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ବାଳ ସଭାପତିତ୍ଵ କରିଥିଲେ।ମୁଖ୍ୟ ଅତିଥି ଭାବରେ ଜଳେଶ୍ୱର ବିଧାୟକ ଅଶ୍ଵିନୀ କୁମାର ପାତ୍ର, ମୁଖ୍ୟ ବକ୍ତା ଭାବରେ ବାଗିଶ୍ବରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିବେକାନନ୍ଦ ସାହୁ, ସମ୍ମାନୀତ ଅତିଥି ରୂପେ କବି ବ୍ରଜେନ୍ଦ୍ର ନାଥ ଗିରି, ଜେଷ୍ଠ ପୁତ୍ର ବିଷ୍ଣୁପଦ ମହାନ୍ତି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ଜେନା,ଅନ୍ୟତମ ପୁତ୍ର ତଥା ଅବସରପ୍ରାପ୍ତ ଅଧକ୍ଷ ହରିପଦ ମହାନ୍ତି,ଜିଲ୍ଲା ଓଷ୍ଟା ସଭାପତି ମନୋରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଧର୍ମ ଓ ଆଧ୍ୟାତ୍ମିକତା ପୂଜ୍ୟ ପୂଜାର ପ୍ରାଥମିକତା ବୋଲି ବର୍ଣ୍ଣନା କରିବା ସହିତ ସ୍ମୃତିଚାରଣ କରିଥିଲେ ।ପ୍ରାରମ୍ଭରେ ଯୋଗେଶ ଚନ୍ଦ୍ର ରାଉଳ ମଞ୍ଚ ଆମନ୍ତ୍ରଣ କରିଥିଲେ।ଜ୍ଞାନ ବିକାଶ ଆଇଟିଆଇ ଅଧ୍ୟକ୍ଷ ଲେଲିନ କୁମାର ପ୍ରଧାନ,ମିହିର କୁମାର ପ୍ରଧାନ,ଗ୍ରାମ ମୁଖ୍ୟ ଗଣେଶ ଚନ୍ଦ୍ର ପରିଡା, ସୁଶୀଲ କୁମାର ମାହାନା, ରଞ୍ଜନ କୁମାର ଘୋଷ, ବଂଶୀ ଧର ବାରିକ, ପୁତ୍ର ତାରାପଦ ମହାନ୍ତି ଓ କାଳିପଦ ମହାନ୍ତି, ତନୁଜ କୁମାର ହୁଇ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ସିଂହ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପର୍କରେ ମତ ରଖିଥିଲେ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡଃ ଅଜିତ କୁମାର ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ସେବା ପର୍ବ ପାଳନ ଉପଲକ୍ଷେ ଆର୍ଥିକ ସାକ୍ଷରତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ

Sunil Chandra Nayak

ଶ୍ରୁତି ଭବନରେ ବାଳ ସଂସ୍କାର କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!