ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ରେ ବହୁ ସଂଖ୍ୟାରେ ଯୋଗଦାନ କରବାକୁ ଜିଲ୍ଲାପାଳଙ୍କ ଅପିଲ
ରାଉରକେଲା : ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ଓ ଖାଦ୍ୟମେଳା ଆସନ୍ତା ୧ ରୁ ୭ ଫେବୃଆରୀ ପର୍ଯ୍ୟନ୍ତ ଭଞ୍ଜଭବନ ନିକଟସ୍ଥ ପ୍ରଦର୍ଶନୀ ପଡିଆ, ସେକ୍ଟର ୫ ରେ ଆୟୋଜନ କରାଯାଉଛି l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାର ଯୋଗଦାନ କରିବାକୁ ଜିଲ୍ଲାପାଳ ମନୋଜ ମହାଜନ ରାଉରକେଲା ଜନସାଧାରଣଙ୍କୁ ଅପିଲ କରିଛନ୍ତି l ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସେ କହିଛନ୍ତି ଯେ ଏହି ପ୍ରଦର୍ଶନୀ ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ଓରମାସ, ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ , ସୁନ୍ଦରଗଡ ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଉଛି l ଏହି ମେଳାରେ ହସ୍ତଶିଳ୍ପ ପ୍ରଦର୍ଶନୀ ,ପଲ୍ଲୀଶ୍ରୀ ମେଳା ଓ ଖାଦ୍ୟ ମେଳା ପାଇଁ ୨୦୦ ଷ୍ଟଲ ଲାଗିବ l
ସେଥିମଧ୍ୟରୁ ହସ୍ତଶିଳ୍ପ ପ୍ରଦର୍ଶନୀ ପାଇଁ ୧୦୦ ଟି ଷ୍ଟଲ,ପଲ୍ଲୀଶ୍ରୀ ମେଳା ପାଇଁ ୮୦ ଟି ଷ୍ଟଲ ଓ ଖାଦ୍ୟ ମେଳା ପାଇଁ ୨୦ ଟି ଷ୍ଟଲ ଲାଗିବ l ଏହା ବ୍ୟତୀତ ଫାୟର , ପୋଲିସ ଓ ମେଡିକାଲ ଲାଗି ବି ଷ୍ଟଲ ଲାଗିବ l ଏହାକୁ ନେଇ ପ୍ରସ୍ତୁତି ଚୁଡାନ୍ତହୋଇ ସାରିଛି l ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହସ୍ତଶିଳ୍ପ କାରିଗର, ସ୍ବୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ କରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ ତଥା ବିକ୍ରୟ ହେବ l ହସ୍ତଶିଳ୍ପ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ପ୍ରତ୍ୟେକ ଦିନ ସକାଳ ୧୦ ଘଟିକାରୁ ରାତ୍ରି ୧୦ ଘଟିକା ଯାଏଁ ଚାଲିବ l ଖାଦ୍ୟ ମେଳା ସଂଧ୍ୟା ୫ ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ l
ଏବଂ ପ୍ରତିଦିନ ସଂଧ୍ୟା ୬ ଘଟିକାରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ l ଏହି ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି ଉପସ୍ଥିତ ଥିଲେ l
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

