ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଡାରି ବନାଞ୍ଚଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ: ବନ ବିଭାଗ ତଥ୍ୟ ଲୁଚାଉଛି କି ?

ଗୁଡାରି ବନାଞ୍ଚଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ: ବନ ବିଭାଗ ତଥ୍ୟ ଲୁଚାଉଛି କି ?

ରାୟଗଡ଼ା:ଖଣ୍ଡିୟ ବନାଧିକାରୀ, ରାୟଗଡ଼ ଅଧିନସ୍ଥ ଗୁଡାରି ବନାଞ୍ଚଳରେ ବ୍ୟାପକ ଦୁର୍ନୀତି ହୋଇଥିବା ଅବିଯୋଗ ହୋଇ ଆସୁଅଛି | ହେଲେ ବିଭାଗୀୟ ଅଧିକାରୀ ତଥ୍ୟ ଲୁଚାଇବା ସଧାରଣରେ ସନ୍ଧେହ ଘେରକୁ ଆସିଛି । କାର୍ଯ୍ଯକ୍ରମ ସମ୍ପର୍କରେ ପଚାରିଲେ ଅଧିକାରୀ ତୁତୁ ମେମେ ହେଉଛନ୍ତି, ସୂଚନା ମାଗିଲେ ଏଡାଇ ଦେଉଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି | ଗୁଡାରୀ ରେଞ୍ଜର ଦୁର୍ନିତୀ ସମ୍ପର୍କରେ ଖଣ୍ଡିୟ ବନାଧିକାରୀ, ରାୟଗଡ ଅନ୍ନା ସାହେବ ସହେଲଙ୍କ ଦୃଷ୍ଠି ଆକର୍ଷ କରାଗଲା | ହେଲେ ଡିଏଫ୍ଓ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ନେବେ କହିଲେ କିନ୍ତୁ ଇତି ମଧ୍ଯରେ ଏକବର୍ଷ ପୁରିଗଲାଣି ହେଲେ କାର୍ଯ୍ଯାନୁଷ୍ଠାନ ଶୂନ ! ସ୍ଥାନୀୟ ଲୋକ ଏବଂ ଗୁଡାରୀ ରେଞ୍ଜରେ କାର୍ଯ୍ଯକରିଥିବା ଲୋକଙ୍କ ସୂଚନା ମୁତାବକ ପ୍ରକୃତ ଘଟଣା ଓ ତଥ୍ଯ ଜାଣିବା ପାଇଁ ଗୁଡାରୀ ରେଞ୍ଜ କାର୍ଯ୍ଯାଳୟକୁ ସୂଚନା ଅଧିକାର ଆଇନ, ଆର.ଟି.ଆଇ (RTI) ବଳରେ ତଥ୍ଯ ବା ସୂଚନା ପାଇବା ନିମନ୍ତେ 30 ଅଗଷ୍ଟ 2024 ତାରିଖରେ ଏକ ଆରଟିଆଇ ଜଣେ ସମାଜସେବୀ ଦାଖଲ କରିଥିଲେ | ଗୁଡାରୀ ରେଞ୍ଜ୍ କାର୍ଯ୍ଯାଳୟରେ ପିଆଇଓ ବା ପବ୍ଲିକ ଇନଫର୍ମେଶନ ଅଫିସର କେହି ନାହାନ୍ତି ଲେଖି ଆରିଟିଆଇ ଆବେଦନ ପତ୍ରକୁ 19 ସେପ୍ଟେମ୍ବର 2024 ରେ ସଂପୃକ୍ତ ବ୍ଯକ୍ତିଙ୍କୁ ଫେରସ୍ତ କରିଦେଲେ | ଆରଟିଆଇ ଦରଖାସ୍ତ ଫେରସ୍ତ କରାଯିବାର କାରଣ ଦିଆଯାଇଥିଲା ଯେ ଗୁଡାରି ରେଞ୍ଜ ଅଫିସରେ କୌଣସି PIO ଉପସ୍ଥିତ ନାହାନ୍ତି, ଯାହା ଆର.ଟି.ଆଇ ଆଇନ ଅନୁଯାୟୀ ଏହାଏକ ଗମ୍ଭୀର ଅନିୟମିତତା ବୋଲି କୁହାଯାଉଛି । 

ସମାଜସେବୀଙ୍କ ଦ୍ବାରା ଆରଟିଆଇ ମଗାଯାଇଥିଲା ଯେ କରଞ୍ଜପଦର, କିଞ୍ଜିରୀ ଓ ଖରିକୁଟି ଗ୍ରାମରେ 2023–24 ଓ 2024–25 ଆର୍ଥିକ ବର୍ଷରେ କରାଯାଇଥିବା ବନିକରଣ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ଚାହିଁଥିଲେ। ଏହା ପରେ ଆବେଦନକାରୀ ଏହି ଆବେଦନକୁ ଜିଲ୍ଲା ବନ ବିଭାଗର PIO ନିକଟରେ ପୁଣି ଦାଖଲ କରିଥିଲେ | ଆର୍ଟିଆଇ ଦାଖଲ କରି ଦୀର୍ଘଦିନ ବିତିଯିବା ପରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦ୍ବିତୀୟ ଅପିଲ କରିବା ପରେ କାଳବିଳମ୍ବ କରି ଗୁଡାରୀ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି ଯେ 2023–24 ଓ 2024–25 ମସିହାରେ ଗୁଡାରି ବନାଞ୍ଚଳରେ କୌଣସି ବନିକରଣ କାମ ହୋଇନାହିଁ। ତେବେ, ଏହି ଉତ୍ତରକୁ ସ୍ଥାନୀୟ ଲୋକେ ଓ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ମାନେ ଖଣ୍ଡନ କରୁଛନ୍ତି। ସ୍ଥାନୀୟ ବାସିନ୍ଦାମାନଙ୍କ ଅନୁସାରେ, ଏହି ଅଞ୍ଚଳରେ ବନିକରଣ କାର୍ଯ୍ୟ ସଂପନ୍ନ ହୋଇଛି। କେତେକ ଲୋକ କାର୍ଯ୍ଯଅଞ୍ଚଳ ପରିଦର୍ଶନ କରି ନୂଆ ଗଛ ଲଗାଯାଇଥିବା ପ୍ରମାଣ ମଧ୍ୟ ଦେଖିଛନ୍ତି ଏବଂ ଯାହା ବନ ବିଭାଗ ଦ୍ୱାରା ଦିଆଯାଇଥିବା ଉତ୍ତର ସହ ବିପରୀତ । ଖରଡଙ୍କ, ଗୋବରପଦର ରେ କୌଣସି ଚାରା ବା ବନିକରଣ ହୋଇନଥିବା ସ୍ଥାନୀୟ ଲୋକେ କହିଛନ୍ତି ଏବଂ ତଦନ୍ତକାରୀ ଦେଖିବାକୁ ପାଇଥିଲେ | ବିଭିନ୍ନ ସ୍ଥାନରେ ବନିକରଣ ହୋଇଥିଲେ ମଧ୍ଯ ବନୀକରଣ ହୋଇନଥିବା ଦର୍ଶାଇଛନ୍ତି | ଅପ୍ଲ ସଂଖ୍ଯକ ବନିକରଣ କରି ଅଧିକା ଦେଖାଇ ଯୋଜନା ଅର୍ଥ ହେରଫେର, ବ୍ଯାଙ୍କକୁ ଦାଖଲ କରିଥିବା କୁଲି ମଜୁରିଆଙ୍କ ମଜୁରୀ ପ୍ରଦାନ ତାଲିକାରେ ହେରାଫେରୀ, ଯାହା ରାମନାଗୁଡା ବ୍ଯାଙ୍କ ଏବଂ ଗୁଣୁପୁରର ଏକ ବ୍ଯାଙ୍କ ସହ ହୋଇଥିବା ଦେଣନେଣରେ ସ୍ପଷ୍ଟ ବାରିହୋଇପଡୁଛି | ଫାୟାର ଓ୍ବାଚରଙ୍କ ନିଯୁକ୍ତି ବା ନିୟଜନରେ ମଧ୍ଯ ଘୋଟାଲା, ଯାହା 15 ଦିନର କାମ କରାଇ ମାସକର ବିଲକରି ଜଣେ କର୍ମଚାରୀଙ୍କ ଦ୍ବାରା 15 ଦିନର ଅର୍ଥ ଆଦାୟ କରି ସ୍ବହାଂ କରିବା, ଅଫିସ ଗାଡିକୁ ବ୍ଯକ୍ତି ଗତ ଭାବେ ବ୍ଯବହାର କରିବା | ସାମଗ୍ରୀ କିଣା, ଚାରା ଟ୍ରାନସ୍ପୋର୍ଟିଂ, ଅପ୍ଲ ସଂଖ୍ଯକ କୁଲି ମଜୁରିଆଙ୍କୁ କାମରେ ଲଗାଇ ଅଧିକ ଲୋକଙ୍କ ଦର୍ଶାଇ ଯୋଜନା ଅର୍ଥ ବାଟମାରଣା ଏଭଳି ଅନେକ ଦୁର୍ନୀତିର ସୂଚନା ଓ ତଥ୍ଯ ରହିଛି ଏହାର ତଦନ୍ତ କରିବାକୁ ଡିଏଫ୍ଓଙ୍କୁ ଲିଖିତ ଦେଇଥିଲେ ମଧ୍ଯ ଡିଏଫ୍ଓ କିଂକର୍ତ୍ତବ୍ଯ ମୁଡରେ ରହିଥିବା ଜଣାପଡିଛି | ଡିଏଫ୍ଓ କୌଣସି କାର୍ଯ୍ଯାନୁଷ୍ଟାନ ନନିଅନ୍ତି ତେବେ ଆଉ ଜଣେ କର୍ମଚାରୀ ଭିଜିଲାନସ୍ ଜାଲରେ ଛନ୍ଦି ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି |

ଏଥିରୁ ଏହି ଅନୁମାନ ହେଉଛି ଯେ, ଅଧିକାରୀ ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ତଥ୍ୟ ଲୁଚାଇ ଲୋକଙ୍କୁ ଭ୍ରମିତ କରିବା ଚେଷ୍ଟା କରୁଛନ୍ତି, ଏବଂ ଗୁଡାରୀ ରେଞ୍ଜ୍ ରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ଯେତେବେଳେ ଶ୍ରମିକଙ୍କ ନାମ ଠିକଣା, NEFT ର କପି, ଟଙ୍କା ଟ୍ରାନ୍ସଫର କରାଯାଇଥିବା ତଥ୍ଯ, ବ୍ୟାଙ୍କ ଖାତାର ନମ୍ବର, ଫାୟରୱାଚର ରେଜିଷ୍ଟର, ରେଞ୍ଜ ଅଧିକାରୀ ବ୍ଯବହାର କରୁଥିବା ଗାଡିର ଲଗବୁକ୍ ସମ୍ବନ୍ଧିତ ଦଲିଲ ସମ୍ପର୍କରେ ତଥ୍ୟ ମାଗାଯାଇଥିଲା, କାଳବିଳମ୍ବ କରି ଯେଉଁ ସୂଚନା ଦେଲେ, ଉତ୍ତର ଅସ୍ପଷ୍ଟ, ଭ୍ରମିକ, ଏବଂ ଅବାସ୍ତବ ଥିଲା। କେତେକ ଉତ୍ତରରେ ଲେଖାଯାଇଥିଲା: “ଏହି ତଥ୍ୟ ଦେଲେ ଦେଶର ସୁରକ୍ଷା ହାନୀ ପାଇପାରେ” ବା “କୌଣସି ଫାଇଲ ଉପଲବ୍ଧ ନୁହେଁ” ବୋଲି ଲେଖିଥିବାରୁ ସନ୍ଦେହ ବେଶି ମାତ୍ରାରେ ବୃଦ୍ଧିକରିଛି । ଏପରି ଉତ୍ତରଗୁଡିକ ଜବାବଦେହିତା ଠାରୁ ପଳାଇବା ପ୍ରୟାସ ବୋଲି ଦେଖାଯାଉଛି। ସରକାରୀ ଧନ ଓ ଗ୍ରାମୀଣ ନିଯୁକ୍ତି ସହିତ ଜଡିତ କାର୍ଯ୍ୟରେ ପୂର୍ଣ୍ଣ ପାରଦର୍ଶିତା ଅତିଆବଶ୍ୟକ। କୁଲି ମଜୁରିଆଙ୍କ ନାମ, ଏନ୍ଇଏଫ୍ଟି, କର୍ମଚାରୀଙ୍କ ଉପସ୍ଥାନ ଦେବାରେ ଦେଶର କେଉଁ ସୁରକ୍ଷା ହାନୀ ହେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ | ଦୁର୍ନୀତିର ତଦନ୍ତ ନିମନ୍ତେ ଡିଏଫ୍ଓ ରାୟଗଡଙ୍କୁ ଲିଖିତ ଜଣାଇଥିଲେ ମଧ୍ଯ ଅଭିଯୋଗ ଫର୍ଦ୍ଦ ଡିଏଫ୍ଓଙ୍କ ଫାଇଲ ଭିତରେ ଆବଦ୍ଧ ହୋଇ ରହିଛି ନା ଅଧିକାରୀଙ୍କ ଡଷ୍ଟବିନ୍ ରେ | ଅଭିଯୋଗର ତଦନ୍ତ ନହୁଏ ତେବେ ଡିଏଫଓ ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ବୋଲି କୁହାଯିବା ଭୁଲହୋଇନପାରେ | ଜିଲ୍ଲାରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଲମ୍ବା ତାଲିକା ଜଣକ ପରେ ଜଣେ ଛନ୍ଦି ହେଉଥିଲେ ମଧ୍ଯ ବିଭାଗୀୟ ଅଧିକାରୀ ଅଧସ୍ତନ କର୍ମଚାରୀଙ୍କୁ ଘଣ୍ଟଘୋଡାଉଥିବା ଅଭିଯୋଗ ହେଉଛି |  

ଏହି ମାମଲାରେ ତୁରନ୍ତ ଏକ ସଠିକ୍ ଓ ନିଷ୍ପକ୍ଷ ତଦନ୍ତ ଆବଶ୍ୟକ। ଯଦି ଯଥାଯଥ ଖୋଜଖବର ଓ କାର୍ଯ୍ୟ ଗ୍ରହଣ କରାଯିବ ନାହିଁ, ତେବେ ଏହାକୁ ରାଜ୍ୟ ସୂଚନା ଆୟୋଗ ଓ ଅନ୍ତର୍ଗତ ଦୁର୍ନୀତି ବିରୋଧୀ ଏଜେନ୍ସୀମାନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସାମାଜିକ କର୍ମୀ ମତପ୍ରକାଶ କରିଛନ୍ତି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସ୍ଵତନ୍ତ୍ର ଅତିଥି ଭାବେ ଲାଲକିଲ୍ଲା ୭୯ତମ ସ୍ଵାଧୀନତା ଦିବସରେ ଯୋଗ ଦେବେ କଳାହାଣ୍ଡିର ପୁଅ। ଭାରତ ସରକାରଙ୍କ ତରଫରୁ ନିମନ୍ତ୍ରିତ ହୋଇଛନ୍ତି ଯୁବ ଲେଖକ ଡିଲେଶ୍ୱର ରଣା

Sunil Chandra Nayak

Senior Journalist Rajiv Lochan Ponda Passes Away, Journalistic Community in Mourning

masiha

ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!