ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ଭବାନୀପାଟଣା/ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣାପଡା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ କୁ ଉତ୍ସବ ମୁଖର ଓ ଶୃଙ୍ଖଳାର ସହ ପାଳନ କରିବା ପାଇଁ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମନ୍ଦିର ସମୂହ କମିଟି ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଅଧ୍ୟକ୍ଷତା କରିଥିଲେ l ମନ୍ଦିରର ସକ୍ରିୟ ସଦସ୍ୟ ମାନେ ନିଜ ନିଜ ସୁଚିନ୍ତିତ ମତାମତ ଦେଇ ଥିଲେ l ମୁଖ୍ୟତଃ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ରାଧାକୃଷ୍ଣ ମନ୍ଦିର ଗୁଡିକ ମଧ୍ୟରେ ପୁରୁଣା ପଡା ରାଧାକୃଷ୍ଣ ମନ୍ଦିର ଠାରେ ଭକ୍ତଙ୍କ ଭିଡ଼ ମାତ୍ରାଧିକ ହୋଇଥାଏ l ଏହି ଭିଡକୁ ନିୟନ୍ତ୍ରଣ କରିବା ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ଵ ଦିଆ ଯାଇଥିଲା l ଆସନ୍ତା ୧୬ ତାରିଖ ନନ୍ଦ ଉତ୍ସବରେ ପ୍ରଭୁଙ୍କ ବିମାନ ମନ୍ଦିରରୁ ବାହାରି ତଳ ପଡା ଦେଇ ଶବର ପଡା, ଓ ମୁଖ୍ଯ ରାସ୍ତା ଦେଇ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ସନ୍ଧ୍ୟାରେ ପ୍ରବଚନ କାର୍ଯ୍ଯକ୍ରମ ର ବ୍ୟବସ୍ଥା କରାଯାଇଛି l ବଲାଙ୍ଗୀର ଜିଲ୍ଲାର ଦିଗସରା ଗ୍ରାମର ପ୍ରବଚକ ତରଣୀସେନ ବେହେରା ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି l ଆଲୋକ ସାହୁ, ବିକାଶ ପ୍ରଧାନ, ବେଣୁଧର ପ୍ରଧାନ, ଚନ୍ଦ୍ର ଶେଖର ଡାକୁଆ, କାଳୀ ପ୍ରସାଦ ଡାକୁଆ, ତ୍ରିଭୁବନ ଡାକୁଆ, ସିନ୍ଧୁ ଡାକୁଆ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ପରୀକ୍ଷିତ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ l 

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ 

masiha

ରାଜ୍ୟ ପୁରସ୍କାର ପାଇଲେ ଶୈଳବାଳା କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀ 

masiha

Leave a Comment

error: Content is protected !!