ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳନ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳନ

ନବରଙ୍ଗପୁର:(୧୪/୧୧/୨୦୨୪)(ରବି ନାରାୟଣ ମହାନ୍ତି)ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗଡଠାରେ ଶିଶୁ ଦିବସକୁ ନେଇ ଏକ ଆଈନ ସଚେତନା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗଡର ପିଲାମାନେ ଓ ଶିକ୍ଷକ ଶିକ୍ଷୟତ୍ରୀ, ପାରା ଲିଗାଲ ସଦସ୍ୟ, ଆଇନଜୀବି ପ୍ରମୁଖ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର, ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା ମଞ୍ଚାସୀନ ହୋଇ, ପିଲାମାନଙ୍କୁ ପାକ୍ସୋ ଆକ୍ଟ ବିଷୟରେ ବୁଝେଇ କହିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ଶ୍ରୀମତୀ ଅଜନ୍ତା ସୁଭଦର୍ଶିନୀ ଅଧକ୍ଷ୍ୟା ଜିଲ୍ଲା ଶିଶୁ କଲ୍ୟାଣ ସମିତି, ନବରଙ୍ଗପୁର, ଡ୍ରପ ଆଉଟ ଛାତ୍ରଛାତ୍ରୀ ଉପରେ ଆଲୋକପାତ କରିଥିଲେ ଶ୍ରୀମତୀ କିଶୋରୀ ପଟ୍ଟନାୟକ, ଆଇନଜୀବି, ନବରଙ୍ଗପୁର, ମୌଳିକ ଅଧିକାର ବିଷୟରେ ଆଲୋକପାତ କରିଥିଲେ, ଶ୍ରୀଯୁକ ପ୍ରସନ୍ନ ପ୍ରସାଦ ପଟ୍ଟନାୟକ, ମୁଖ୍ୟ ଏଲ॰ଏ॰ଡି॰ସି, ନବରଙ୍ଗପୁର, ଶ୍ରୀଯୁକ୍ତ ରାଜ କିଶୋର ନାଗ, ଉପମୁଖ୍ୟ ଏଲ॰ଏ॰ଡି॰ସି, ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଶ୍ରୀମତୀ କୁନିମଣୀ ସ୍ଵାଇଁ, କିଶୋର ନ୍ୟାୟ ବିଷୟରେ କହିଥିଲେ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗଡର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ କୁମାର ବସ୍ତିୟା ପ୍ରମୁଖ ଯଗୋଦେଇ ପିଲା ମାନଙ୍କ ପାଇଁ ଥିବା ବିଭିନ୍ନ ଆଈନ ବିଷୟରେ ସଚେତନ କରାଇଥିଲେ । ଶେଷରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗଡର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ କୁମାର ବସ୍ତିୟା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗଡ ଦ୍ଵାରା ପରିଚାଳନା କରାଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଧର୍ମଗଡ:ବେହେରା ବିଜୁ ଏକ୍ସପ୍ରେସ ୱେ ରେ କୁକୁଡ଼ା ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ

Sunil Chandra Nayak

ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଅତିରିକ୍ତ ସଚିବ ଙ୍କୁ କାର୍ଯ୍ୟରତ ଏସ,ଇଏମ କର୍ମଚାରୀ ଙ୍କ ଦାବୀ ପତ୍ର ପ୍ରଦାନ

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଦ୍ୱିତୀୟ ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!