ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନଏସି ପକ୍ଷରୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧିତ , ସାମ୍ୱାଦିକ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ହରି ପ୍ରସାଦ ଭାରତୀ ସମ୍ମାନୀତ…

ଧର୍ମଗଡ ଏନଏସି ପକ୍ଷରୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧିତ ,

ସାମ୍ୱାଦିକ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ହରି ପ୍ରସାଦ ଭାରତୀ ସମ୍ମାନୀତ…

ଧର୍ମଗଡ ଏନଏସି ପକ୍ଷରୁ ହର ଘର ତିରଙ୍ଗା କାର୍ଯ୍ୟକ୍ରମରେ ଶିକ୍ଷା, ସାହିତ୍ୟ, କଳା ସଂସ୍କୃତି , ସାମ୍ବାଦିକତା ଓ ସମାଜ ସେବା କ୍ଷେତ୍ର ରେ ବିଶେଷ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନୀତ କରାଯାଇଥିଲା। ସାମ୍ୱାଦିକ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ହରି ପ୍ରସାଦ ଭାରତୀ ସମ୍ମାନୀତ କରାଯାଇଥିବା ବେଳେ ଶିକ୍ଷା, ସାହିତ୍ୟ, କଳା ସଂସ୍କୃତି ଓ ସମାଜ ସେବା କ୍ଷେତ୍ର ରେ ବିଶେଷ ଅବଦାନ ପାଇଁ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଜନ୍ମେଜୟ ପାତ୍ର,ଅଞ୍ଚଳର ବରିଷ୍ଠ ମୃଦଙ୍ଗ ବାଦକ ଶ୍ରୀ ସନକ ଦାସ,ଆଇନଜୀବୀ ଚିନ୍ତାମଣି ପାତ୍ର, କଳାହାଣ୍ଡି ଜିଲ୍ଳାର ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମାଜ ସେବୀ ସ୍ବର୍ଗତ ଚିତ୍ରଲେଖା ମହାପାତ୍ର, ସମାଜସେବା ଓ ସ୍ଵାଧୀନତା ସଂଗ୍ରାମୀ କ୍ଷେତ୍ର ରେ ସ୍ବର୍ଗତ ଅର୍ଜୁନ ପଟ୍ଟଯୋଷୀ ଓ ସ୍ୱର୍ଗତ ରାମଚନ୍ଦ୍ର ପାତ୍ର, ଶିକ୍ଷା ଓ ସାହିତ୍ୟ କ୍ଷେତ୍ର ରେ ସ୍ୱର୍ଗତ ରାଜକିଶୋର ପଣ୍ଡା, ସୁରେଶ ଚନ୍ଦ୍ର ନେଗୀ ଓ ସ୍ୱର୍ଗତ ହରିହର ମିଶ୍ର ଙ୍କୁ ମରୋଣୋତ୍ତର ସମ୍ମାନ ପ୍ରଦାନ କରିଥିଲେ।

ଧର୍ମଗଡ଼ ଏନଏସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପଜିଲ୍ଲାପାଳ ଧିମାନ ଚକମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟବକ୍ତା ଭାବେ ଇଂରାଜୀ ଅଧ୍ୟାପକ ବଙ୍କିମ ମୁଣ୍ଡ, ସମ୍ମାନିତ ଅତିଥି ଭାବେ ଡ଼ା ମୋନିକା ପରଶିରା, ଲିଙ୍ଗରାଜ ପାତ୍ର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ଉପାଧ୍ୟକ୍ଷା ମନିଷା ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ବିବେକ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୪ର୍ଥ ସନ୍ଧ୍ୟା ଦର୍ଶକଙ୍କ ମନମୋହିଲା ଜାମସେଦପୁରର ନାଟକ “କନ୍ୟାଦାନ”

Sunil Chandra Nayak

ଉତ୍ତର ଓଡିଶା ରେଳ ସମନ୍ବୟ ସମିତିର ଦାବି..

Sunil Chandra Nayak

ଲେଡିଲାୟନ ର ବାର୍ଷିକୋତ୍ସବ ଓ ଆନ୍ତର୍ଜାତିକ ମହିଳା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!