ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋସିଙ୍ଗ ଦୈତ୍ୟ ଦରବାରର ଦ୍ଵିତୀୟ ସନ୍ଧ୍ୟା ,ପ୍ରଜାଙ୍କ ଅଭିଯୋଗ ଶୁଣିଲେ ସମ୍ରାଟ

ଗୋସିଙ୍ଗ ଦୈତ୍ୟ ଦରବାରର ଦ୍ଵିତୀୟ ସନ୍ଧ୍ୟା ,ପ୍ରଜାଙ୍କ ଅଭିଯୋଗ ଶୁଣିଲେ ସମ୍ରାଟ 

ନର୍ଲା: ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଦ୍ବିତୀୟ ଦିବସରେ ‘ଗୋସିଙ୍ଗ ଦୈତ୍ୟ ଦରବାର’ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦରଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ଅଧ୍ୟକ୍ଷତା କରିଥିଲେ। ରାଜ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବରିଷ୍ଠ ଅଧିବକ୍ତା ବିଶ୍ବରଞ୍ଜନ ଭୋଇ, ଯୁବ ଲେଖକ ସୁଶିଲ କୁମାର ବାଗ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଅନୁଷ୍ଠାନର ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ, ଯୁଗ୍ମ ସଂପାଦକ ସୁଧୀର କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ମଞ୍ଚାସୀନ ଥିବା ବେଳେ ବିଶିଷ୍ଟ ଉଦଘୋଷକ ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ ପାରମ୍ପରିକ ଗଣାବଜାର ତାଳେ ତାଳେ ମଞ୍ଚ ଉଦଘାଟନ କରିଥିଲେ ଶିକ୍ଷାବିତ ଜ୍ୟୋତ୍ସ୍ନାରାଣୀ ଧଙ୍ଗଡାମାଝୀ। ଦରବାରରେ ବିଭିନ୍ନ ସମସ୍ୟା ନେଇ ପ୍ରଜାମାନେ ଅଭିଯୋଗ କରିଥିବାବେଳେ ସମ୍ରାଟ ଗୋସିଙ୍ଗ ଦୈତ୍ୟ ଏସବୁର ସମାଧାନ ପାଇଁ ଅମାତ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ରଙ୍କୁ ‘ଦେବଗିରି ନାରଦ ସମ୍ମାନ’, ବିଶିଷ୍ଟ ଶିକ୍ଷାବିତ ସାଧୁରାମ ଭୋଇଙ୍କୁ ‘ଦେବଗିରି ଗୁରୁ ସମ୍ମାନ’, ଆଶୁ କବି ମଧୁସୂଦନ ରାଉତଙ୍କୁ ‘ଦେବଗିରି କଳା ସମ୍ମାନ’, ଯୁବ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ଏବଂ ବିରଞ୍ଚି କରୁଆଁଙ୍କୁ ‘ଦେବଗିରି ବାର୍ତ୍ତା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହା ସହ ପିଇଡବ୍ଲୁ ମିଡ଼ିଆ ଏସୋସିଏସନର ସଭାପତି ନିଲେଶ କୁମାର ନାଗ, ଲାଞ୍ଜିଗଡ଼ ପ୍ରେସ କ୍ଲବ ଉପସଭାପତି କ୍ଷମାନିଧି ମହାଖୁଡ, ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ଓ ରମେଶ ଚନ୍ଦ୍ର ନାୟକ ଏବଂ ଲାଞ୍ଜିଗଡ଼ ପ୍ରେସ କ୍ଲବ ସାଧାରଣ ସମ୍ପାଦକ ଏମ ଚନ୍ଦ୍ର ଶେଖର ପ୍ରମୁଖଙ୍କୁ ସମ୍ରାଟ ଗୋସିଙ୍ଗ ଦୈତ୍ୟ ନିଜ ରାଜ ଦରବାରରେ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ। ପରେପରେ ଚିଆଁପଦରର ଖଞ୍ଜଣୀ ଭଜନ, ଫତକାବାହାଲିର ଡମ୍ ବଜା, ସୋନପୁରର ମାଁ ବୃନ୍ଦାବତୀ ମହିଳା ଦଣ୍ଡନୃତ୍ୟ ଓ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଭୁଲ ଇଞ୍ଜେକ୍ସନ ଦେଇ ଶ୍ରମିକ କୁ ମାରିଦେଲା ସର୍ଦାର ….ଘଟଣା ଚାପିବାକୁ ପରିବାର କୁ ଧମକ ଚକମ , ନିଦାବିଷ୍ଣୁ ଲରମ୍ଭା ପୁଲିସ 

masiha

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ 

masiha

ଶିଶୁ ଦିବସ ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!