ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ କର୍ମଚାରୀ ମଞ୍ଚର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ 

ଶିକ୍ଷକ କର୍ମଚାରୀ ମଞ୍ଚର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ 

ରାଉରକେଲା: ସେକ୍ଟର -୧ ସ୍ଥିତ ଡିଭାଇନ୍ ଲାଇଫ ଏକାଡେମୀ ପରିସରରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ ଙ୍କ ଆବାହକତ୍ଵ ରେ ଅନୁଷ୍ଠିତ ଏହି ସଭାରେ ଅଲଓଷ୍ଟାର ପୂର୍ବତନ ସଭାପତି କୁଞ୍ଜବିହାରୀ ରାଉତ ସଭାପତିତ୍ବ କରିଥିଲେ। ସଭାରେ ରାଜ୍ୟ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, ଜିଲ୍ଲା ଓଷ୍ଟା ର ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସ୍ବାଇଁ,ପୂର୍ବତନ ସଦସ୍ୟ ରମାକାନ୍ତ ମଲ୍ଲିକ ପ୍ରଭୁତି ଯୋଗଦେଇ ଆଗାମୀ ତା ୧୦.୦୩.୨୫ ରିଖ ରେ ଭୁବନେଶ୍ୱର ଠାରେ ହେବାକୁ ଥିବା ଅହୋରାତ୍ର ଗଣଧାରଣା କୁ ସଫଳ କରାଇବା ସହିତ ସରକାରଙ୍କ ଶିକ୍ଷକ ମାରଣ ନୀତି ରେ ଦୃଢ଼ ପ୍ରତିବାଦ କରିଥିଲେ। ମିଳିତ ମଞ୍ଚ ର ବିଭିନ୍ନ ଦାବି ଗୁଡ଼ିକ ମଧ୍ୟ ରୁ ମୁଖ୍ୟ ଦାବି ଗୁଡ଼ିକ ଯଥା ଅନୁଦାନରୁ ବଞ୍ଚିତ ୧୯୪ ମାଧ୍ୟମିକ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟକୁ ପେନସନ ପ୍ରଦାନ ଦାବିରେ ଆସନ୍ତା ତା ୧୦ ତାରିଖ ଠାରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗ ଠାରେ ଅନିର୍ଦ୍ଧିଷ୍ଟ କାଳ ଅହୋରାତ୍ର ଗଣଧାରଣା ଦିଆଯିବ। ଏହି ସଭାରେ ବିଭିନ୍ନ ସ୍କୁଲ କଲେଜ ରେ ଶତାଧିକ ଶିକ୍ଷକ କର୍ମଚାରୀ ସର୍ବଶ୍ରୀ ଶିଶିର କୁମାର ପାଣି,ପ୍ରଫୁଲ୍ଲ କୁମାର ସ୍ବାଇଁ,ହୃଷୀକେଶ ନାୟକ,ମଙ୍ଗଳୁ ମହନ୍ତ,କୃଷ୍ଣ ଚନ୍ଦ୍ର ସାହୁ, ଜଗନ୍ନାଥ ମହନ୍ତ,ସୁଦର୍ଶନ ଦାସ,ଅମୂଲ୍ୟ ସାମଲ,ପ୍ରମୋଦ ମହାନ୍ତି,ମୀନକେତନ ମହାପାତ୍ର,ରଞ୍ଜନ ସାମଲ,ଦଇତାରୀ ଠାକୁର, ସରୋଜ ସାହୁ ,ବିନୋଦ ବିହାରୀ ସାହୁ,ବିଜୟ ରଥ ପ୍ରମୁଖ ଯୋଗ ଦେଇ ଆନ୍ଦୋଳନ କୁ ସଫଳ କରାଇବା ପାଇଁ ଶପଥ ନେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏମ ବି କେ ମାନଙ୍କ ଧାରଣା ଓ ଇ ସି ସଦସ୍ୟା ଙ୍କ ଦାବିପତ୍ର ପ୍ରଦାନ 

Sunil Chandra Nayak

ଦେଶୀ ତାଲିମ ଗୃପ ର ସିଡିଏଓ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

masiha

ରାଇରଙ୍ଗପୁରରେ ଵାମନଘାଟୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମହାସମାରୋହରେ ବିଶ୍ବ ପଖାଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!