ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତବର୍ଷ ବାସନ୍ତୀ ଦୁର୍ଗାପୂଜା ର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହ ରେ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ଚଳିତବର୍ଷ ବାସନ୍ତୀ ଦୁର୍ଗାପୂଜା ର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହ ରେ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ରାଉରକେଲା: ସେକ୍ଟର ୩ସ୍ଥିତ ବାସନ୍ତୀ ପରିଷଦର ବାସନ୍ତୀ ପୂଜା ପଡିଆ ରେ ନିରନ୍ତର ଭାବେ ମା ବାସନ୍ତୀ ଦୁର୍ଗା ପୂଜା ୪୯ ବର୍ଷ ଧରି ପାଳନ କରିଆସୁଛି। ଚଳିତ ବର୍ଷ ମା’ଙ୍କ ର ପୂଜା ୫୦ ବର୍ଷ ରେ ପଦାର୍ପଣ କରୁଥିବା ବେଳେ ସୁବର୍ଣ୍ଣ ଜୟନ୍ତୀ କୁ ଧୂମଧାମରେ ପାଳନ ପାଇଁ ସମସ୍ତ ପ୍ରସ୍ତୁତିପର୍ବ ପରିଷଦ ପକ୍ଷରୁ ଆରମ୍ଭ ହୋଇଛି। ଏନେଇ ପରିଷଦ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇ କୁହାଯାଇଛି ଯେ ବାସନ୍ତୀ ପରିଷଦ ସେକ୍ଟର ୨,୩,୪,୫ ଓ ଆଖପାଖ ଜନସାଧାରଣ ବଜାର ଶୁଭେଚ୍ଛୁ ଓ ଭକ୍ତ ଙ୍କ ସହଯୋଗ ରେ ପୂଜା ଆୟୋଜନ କରିଥାଏ। ଚଳିତ ବର୍ଷ ପୂଜା ଅପ୍ରେଲ ୩ ତାରିଖ ଷଷ୍ଠୀ ଠାରୁ ଆରମ୍ଭ ହୋଇ ଅପ୍ରେଲ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମା ଙ୍କ ପୂଜା ସମସ୍ତ ବିଧି ଅନୁସାରେ ଦଶମୀ ପର୍ଯ୍ୟନ୍ତ ଚାଲିବା ପରେ ୧୬ ତାରିଖ ଦିନ ଭଷାଣୀ ଅନୁଷ୍ଠିତ ହେବ। ପୂଜା ସମୟରେ ପରିଷଦ ଓଡ଼ିଶା ର ସଂସ୍କୃତି ପରମ୍ପରା କୁ ବଜାୟ ରଖି ଅଷ୍ଟମୀ, ନବମୀ ଓ ଦଶମୀ ରେ ତିନି ଦିନିଆ ପାଲା ମହୋତ୍ସବ ଅନୁଷ୍ଠିତ ହେବ। ଯେଉଁଥିରେ କଟକ ର ପାଲାଗାୟକ ଯୁବଜ୍ଯୋତି କବି ପ୍ରସାଦ ତରାଇ ଓ ସାଥୀ ପାଲା ପରିବେଷଣ କରିବେ। ଅପ୍ରେଲ ୮ ଓ ୯ ତାରିଖ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ ଓଡ଼ିଶା ର ସୁନାମଧନ୍ୟ ଭଜନ ଗାୟକ ଓ ଗାୟିକା ମଧ୍ୟରେ ଭୁବନେଶ୍ୱର, ବାଲେଶ୍ଵର, କଟକର ଗଗନ ଜେନା,ବାଦଲ ଆଚାର୍ଯ୍ୟ, ମାନସୀ ଦାସ, ପ୍ରିୟଙ୍କା ସ୍ବାଇଁ, ସତ୍ୟରଞ୍ଜନ ମାହାନ୍ତି ଓ ପୂର୍ଣ୍ଣ ଜେନା ପ୍ରମୁଖ ଭଜନ ପରିବେଷଣ କରିବେ।ଏହା ବ୍ୟତୀତ ପ୍ରତିବର୍ଷ କୁନି ଓ ଯୁବ କଳାକାରଙ୍କ ପ୍ରତିଭା ବିକାଶ ନିମନ୍ତେ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇ ସୋଲୋ, ଗ୍ରୁପ ନୃତ୍ୟ ପ୍ରତିଯୋଗିତା ୫ ଦିନ ଧରି ଆୟୋଜିତ ହୋଇ ୧୫ ତାରିଖ ଦିନ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ସୁବର୍ଣ୍ଣ ଜୟନ୍ତୀ ଅବସର ରେ ଚଳିତବର୍ଷ କିଛି ବିଶିଷ୍ଟ ବ୍ଯକ୍ତି ଓ ପରିଷଦ ପ୍ରତି ଅତୁଳନୀୟ ଅବଦାନ ଥିବା ବରିଷ୍ଠ ସଦସ୍ୟ ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ସୁନ୍ଦର ପୂଜା ତୋରଣ ସହ ଚଳିତବର୍ଷ ସେକ୍ଟର ୨ ରୁ ମଧୁବନ ଛକ ପର୍ଯ୍ୟନ୍ତ ଆଲୋକମାଳାରେ ସଜସଜ୍ଜା ଓ ମୀନା ବଜାର ମେଳା ପୂଜା ରେ ମା ଙ୍କ ଦର୍ଶନ ସହ ମନୋରଞ୍ଜନ ର ଖୋରାକ ଯୋଗାଇବ। ଜିଲ୍ଲା ର ସାଂସଦ ଙ୍କ ସମେତ ସମସ୍ତ ବିଧାୟକ ସୁବର୍ଣ୍ଣ ଜୟନ୍ତୀ ସମାରୋହ ରେ ଅତିଥି ଭାବେ ଯୋଗ ଦେବା ସହ ଆରଏସପି ଡିଆଇସି ଆଲୋକ ବର୍ମା ଓ ଇଡି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ୧୨ ଦିନ ବ୍ୟାପୀ ଏହି ସୁବର୍ଣ୍ଣ ଜୟନ୍ତୀ ପୂଜା କାର୍ଯ୍ୟକ୍ରମ ରାଉରକେଲାବାସୀ ଭରପୂର ସହଯୋଗ ପାଇଁ ପରିଷଦ ପକ୍ଷରୁ ନିବେଦନ କରାଯାଇଛି। ଆୟୋଜିତ ସମ୍ବାଦିକ ସମ୍ମିଳନୀ ରେ ଉପଦେଷ୍ଟା ଅନିରୁଦ୍ଧ ବିଶ୍ବାଳ, ଭାସ୍କର ପୁହାଣ ସାଧାରଣ ସମ୍ପାଦକ ସତ୍ଯବାନ ରାଉତ, କୋଷାଧ୍ୟକ୍ଷ ଏଚ କେ ପରିଡା, ଉପସଭାପତି ରବିନ୍ଦ୍ର କୁମାର ବାରିକ, ଉଗ୍ରସେନ ବିଶ୍ବାଳ, ଇଶ୍ଵର ଚନ୍ଦ୍ର ଟୁଡୁ, ସଂଯୋଜକ ସଞ୍ଜୀବ କୁମାର ନାୟକ, ଯୁଗ୍ମ ସମ୍ପାଦକ ବି ଏସ ଦାସ,ରାଜପ୍ତି ପାଲ,ଏ କେ ସାହୁ, କାର୍ତ୍ତିକ ଚନ୍ଦ୍ର ଖଣ୍ଡୁଆଳ, ପ୍ରହ୍ଲାଦ ନାୟକ କାର୍ଯ୍ୟକାରୀ ସଦସ୍ୟ ଗିରିଶ ଚନ୍ଦ୍ର ଶତପଥୀ, କେଶବ ତାଣ୍ଡି,ସୁବାଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କର୍ଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ମିଳନୀ କକ୍ଷରେ ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମରେ ୧୬୫ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଓ ପୁସ୍ତକ ବଣ୍ଟନ

Sunil Chandra Nayak

ପୋଖରୀରେ ବୁଡି ବୃଦ୍ଧ ମୃତ

masiha

Leave a Comment

error: Content is protected !!