ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ଫାଟକ ତାଲା ପକାଇବା ଘଟଣା ଦ୍ବିତୀୟ ଦିନରେ:ସାତଦିନ ରେ ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆନ୍ଦୋଳନରୁ ଓହରିଲେ କମିଟି

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧିନ ବାଇଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା କମିଟି ମଙ୍ଗଳବାର ବିଦ୍ୟାଳୟ ର ଅନେକ ସମସ୍ୟା କୁ ଆଧାର କରି ବିଦ୍ୟାଳୟ ର ମୁଖ୍ୟ ଫାଟକ ତାଲା ପକାଇ ଫାଟକ ବାହାରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ବସିଥିଲେ । ବିଦ୍ୟାଳୟ ର ମୁଖ୍ୟ ସମସ୍ୟା ହେଲା ବିଦ୍ୟାଳୟରେ ୮ଟି ଶ୍ରେଣୀ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ରେ ୨୭୪ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ୬ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ। ସେଥି ମଧ୍ୟରୁ ଜଣେ ଶିକ୍ଷକ ଡେପୁଟେସନ ରେ ଦାଢିଆଗୁଡ଼ା ବିଦ୍ୟାଳୟ କୁ ଯାଇଛନ୍ତି। ଏତେ ସଂଖ୍ୟକ ଛାତ୍ର ଛାତ୍ରୀ ଙ୍କୁ ପଢ଼ାଇବା ପାଇଁ ଦୁଇ ଶିକ୍ଷୟତ୍ରୀ ଓ ୩ ଜଣ ଶିକ୍ଷକ ବିଦ୍ୟାଳୟ ରେ ଅଛନ୍ତି । ତେଣୁ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ଦାବୀ ଓ ବିଦ୍ୟାଳୟ ପରିସରରେ ଥିବା ଏକ ନଳକୂପ ଗତ ୨ବର୍ଷ ପୂର୍ବରୁ ଖରାପ ହୋଇଥିବା ନେଇ ବାରମ୍ବାର ବିଦ୍ୟାଳୟ ପରିଚାଳନା କମିଟି ସମସ୍ତ ଅଧିକାରୀ ଓ ସରପଞ୍ଚ ଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନଳକୂପ ସଜାଡ଼ି ନ ଥିବା ଓ ବିଦ୍ୟାଳୟ ରେ ପାନୀୟ ଜଳ ର ସୁବିଧା ନ ଥିବା ନେଇ ମତବ୍ୟକ୍ତ କରିଥିଲେ । ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟ ରେ ୧୦୬ଜଣ ଛାତ୍ର ଛାତ୍ରାବାସ ରେ ରହୁଛନ୍ତି, କିନ୍ତୁ ଉକ୍ତ ଛାତ୍ରାବାସ ରେ ଅନେକ ସମୟରେ ବିଦ୍ୟୁତ୍ ସର ବରାହ ବିଛିନ୍ନ ରହୁଥିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ଅଭିଯୋଗ ଆଣିଥିଲେ । ପ୍ରଥମ ଦିନରେ ଡାବୁଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ପହଞ୍ଚି ବୁଝା ସୁଝା କରିଥିଲେ,ଦୁଇ ତିନି ଦିନ ମଧ୍ୟରେ ସମାଧାନ ହେବ, କିନ୍ତୁ ବିଦ୍ୟାଳୟ କମିଟି କୁ ଲେଖିକରି ଦିଅନ୍ତୁ ବୋଲି କହିବାରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସାହୁ ଲେଖି କରି ଦେଇ ନ ଥିଲେ lକିନ୍ତୁ ବିଦ୍ୟାଳୟ କମିଟି କିଛି ନ ବୁଝି ବିଦ୍ୟାଳୟ ଛୁଟି କରି ଛାତ୍ର ଛାତ୍ରୀ ମାନଙ୍କୁ ଘରକୁ ପଠାଇଥିଲେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ବିଦ୍ୟାଳୟ ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଗ୍ରହଣ କରିବାରେ ବାଧାପ୍ରାପ୍ତ କରିବା ପାଇଁ କିଏ ଦାୟୀ? କାହା ନିର୍ଦ୍ଦେଶ ରେ ବିଦ୍ୟାଳୟ ଛୁଟି କରାଯାଇଥିଲା ଏ ବିଷୟରେ ଶ୍ରୀ ସାହୁ ଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲଳିତ ମାଝୀ ଙ୍କୁ ଏ ବିଷୟରେ ପଚାରିବାରୁ ସମସ୍ୟା ର ସମାଧାନ ନ ହେବା ଯାଏଁ ବିଦ୍ୟାଳୟ ଫାଟକ ବନ୍ଦ ରହିବ କହିଥିଲେ । ତେଣୁ ଦ୍ବିତୀୟ ଦିନରେ ଫାଟକ ବନ୍ଦ କରି ଥିବା ବେଳେ ବାହାରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ/ଶିକ୍ଷୟତ୍ରୀ ପଢ଼ାଉଥିଲେ l ଡାବୁଗାଁ ବ୍ଳକ ଅଧ୍ୟକ୍ଷା ବୀଣା ମାଝୀ ବିଦ୍ୟାଳୟ ଫାଟକ ପାଖରେ ପହଞ୍ଚି କମିଟି ସହ କଥା ବାର୍ତ୍ତା କଲାପରେ ଏଇ ସାତ ଦିନ ଭିତରେ ସମସ୍ୟା ର ସମାଧାନ ର ପ୍ରତିଶ୍ରୁତି ଦେଲା ପରେ ଫାଟକ ଖୋଲା ଯାଇ ବିଦ୍ୟାଳୟ ଗୃହରେ ବିଦ୍ୟା ଅଧ୍ୟୟନ ଚାଲୁ ରହିଥିଲା lଏଥିରେ କମିଟି ର ସମସ୍ତ ସଦସ୍ୟ ଙ୍କ ମଧ୍ୟରୁ ସନ୍ନ୍ୟାସୀମାନଙ୍କ ମାଝୀ, ଲକ୍ଷ୍ମଣ ପୁଝାରୀ, ଜଗତ ଭତ୍ରା,ପିତମ ଗୌଡ, ଜୟରାମ ମାଝୀ, ଘାସିରାମ ପାଇକ, ହରି କଲାର,କମଳୁ ଭତ୍ରl, ଯୁଗରାଜ ଭତ୍ରl, ମନୁ ତନ୍ତୀ ପ୍ରମୂଖ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶ୍ରୀ ସାଇ ଜଗନ୍ନାଥ ଜୁଏଲର୍ସର ଉଦ୍ୟମରେ ରଥଯାତ୍ରା ସମୟରେ ଜନସେବା

Sunil Chandra Nayak

ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ 

masiha

ସାହିତ୍ୟିକ ସୁରେଶ ଚନ୍ଦ୍ର ନେଗୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ

Sunil Chandra Nayak

Leave a Comment

error: Content is protected !!