ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୨୦/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝିଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନ ୪ ଘ. ସମୟରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ କିପରି ସାଧାରଣତନ୍ତ୍ର ଦିବସ ପାଳନ କରାଯିବ, ବିଭିନ୍ନ କମିଟି ଗଠନ, ଅତିଥି ଚୟନ, ଜାନୁଆରୀ ୨୪ ତାରିଖ ଦିନ ପ୍ୟାରେଡ ଅଭ୍ୟାସ ଅନୁଷ୍ଠିତ ହେବ ଓ ଜାନୁଆରୀ ୨୨ ତାରିଖ ଦିନ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବ୍ଲକ ସ୍ତରୀୟ କ୍ରିଡା ପ୍ରତିଯୋଗୀତା ଅନୁଷ୍ଠିତ ହେବା ନେଇ ଆଲୋଚନା ହୋଇଥିଲା | ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ | ଏହି ବୈଠକରେ ବିଡିଓ ଶରତ ମାଝି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ଏମ୍.ଆପ୍ପା ରାଓ, ଜୟନ୍ତ କୁମାର ପାତ୍ର, ଜି. ସତ୍ୟା ରାଓ, ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ, ବିଶ୍ଵନାଥ ରାୟ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ମହାନ୍ତି, ବାବି ଜେନା, ଶିକ୍ଷୟତ୍ରୀ ଗିରିଶବାଳା ଜେନା, ପୁଷ୍ପଲତା ପରିଡା, ଅନ୍ନପୂର୍ଣ୍ଣା ମାଝି, ଗୀତାଞ୍ଜଳି ନିହାଲ, ଶୈଳବାଳା ମୁଦୁଲି, କ୍ରିଡାଶିକ୍ଷକ ହେମନ୍ତ କୁମାର ସାମଲ ଓ ଭାଗବତ ପ୍ରସାଦ ମୁର୍ମୁ, ଶିକ୍ଷକ ବିକାଶ ରଞ୍ଜନ ନିଶଙ୍କ, ବଲ୍ଲଭ ନାରାୟଣ ପଣ୍ଡା, ବିଶ୍ଵେଶ କୁମାର ତ୍ରିପାଠୀ, ପ୍ରଦୀପ କୁମାର ସାହୁ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ | ଅମୂଲ୍ୟ ଦଳାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଏମ୍ ଏସ ଏସ ବି ଏମ ହାତୀଓଟ ରେ ରକ୍ଷା ବନ୍ଧନ ଉତ୍ସବ ଏବଂ ପରିବେଶ ସୁରକ୍ଷା ସଂକଳ୍ପ କାର୍ଯ୍ୟକ୍ରମ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଓ ଆଇଆଇପିଏମ୍ କାଂସବାହାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ କାର୍ଯ୍ୟକ୍ରମ

masiha

ହୃଦଘାତ ଯୋଗୁଁ ସି.ଆର୍‌.ପି.ଏଫ୍ ଯବାନଙ୍କ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!