ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜେ.ଆର.ସି ଶାଖା ଉଦଘାଟିତ

 ମୟୂରଭଞ୍ଜ:- ୧୪/୪(ମସିହା) ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜୁନିୟର ରେଡ କ୍ରସର ନୂତନ ଶାଖା ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି I

ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଚିତ୍ତ ରଞ୍ଜନ ମହାନ୍ତଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାI ମୁଖ୍ୟ ଅତିଥି ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଲଳିତ ମହାନ୍ତ, ସମ୍ମାନୀୟ ଅତିଥି ଭାବେ ରାଜ୍ୟର ବରିଷ୍ଠ ପ୍ରାଥମିକ ଚିକିତ୍ସା ସାଧନକର୍ମୀ ଲୀଲାପୂଣ୍ୟ ତୀର୍ଥ ସ୍ୱାଇଁ ଓ ବାବୁଲାଲ ଦାସ ଯୋଗ ଦେଇଥିଲେI ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମର ଉଦେଶ୍ୟ ପ୍ରଦାନ କରିଥିଲେI ସାରା ବିଶ୍ବରେ ରେଡକ୍ରସର ନାମ ଅନନ୍ୟ ଯାହା ଫଳରେ ଏହା ସ୍ବାସ୍ଥ୍ୟ,ସେବା ଓ ବିଶ୍ୱବନ୍ଧୁତାର ପ୍ରତୀକ ଭାବେ ଉଭା ହୋଇଛିI ମାନବ ସେବା ହିଁ ମାଧବ ସେବା ହେଉଛି ଏହାର ମୂଳମନ୍ତ୍ର ବୋଲି ମୁଖ୍ୟ ଅତିଥି ଲଷ୍ମଣ ସ୍ୱାଇଁ ମତବ୍ୟକ୍ତ କରିଥିଲେIପ୍ରତ୍ୟେକ ମଣିଷ କାହାରି ନା କାହାରି ସାହାଯ୍ୟରେ ସମାଜରେ ଆଗକୁ ବଢିଛି Iତେଣୁ ସେହି ମଣିଷ ମଧ୍ୟ କାହାକୁ ସାହାଯ୍ୟ କରି ଋଣ ଶୁଝିବା ଦରକାର । ତେଣୁ ମଣିଷର ଗୋଟିଏ ଅଂଶ ରହିଲା ଜୀବିକା ପଛରେ ଗୋଡାଇବା ଆଉ ଗୋଟିଏ ଅଂଶରେ କିଛି ନା କିଛି ସାମାଜିକ ସେବାକାର୍ଯ୍ୟ କଲେ ମଣିଷ ଜୀବନ ଧନ୍ୟ ହେବ ବୋଲି ପ୍ରକାଶ କରିଥିଲେ Iତେଣୁ ପ୍ରତ୍ୟେକ ମଣିଷ ରେଡକ୍ରସକୁ ଭଲ ପାଇବା,ରେଡକ୍ରସ୍ ଉଦ୍ଦେଶ୍ୟକୁ ବୁଝି ନିଜ ଜୀବନରେ ଲଗାଇଲେ ଜୀବନ ଧନ୍ୟ ହେବ ବୋଲି ମଞ୍ଚାସୀନ ଅତିଥି ଗଣ କହିଥିଲେI ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ମାନେ ଗୁରୁମା ସାବିତ୍ରୀ ମିଶ୍ରଙ୍କ ନିର୍ଦେଶନାରେ ସରସ୍ବତୀଙ୍କ ସଙ୍ଗୀତ ଓ ମନ୍ତ୍ର ଉଚ୍ଚାରଣ କରିଥିଲେ I ବିଦ୍ୟାଳୟର ବରିଷ୍ଠ ଗୁରୁଜୀ କେଦାରନାଥ ବାରିକ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେI କାଉନସେଲର ଭାବେ ସଞ୍ଜୀବ ଗିରି ଓ ଶିକ୍ଷା ପ୍ରଜାପତିଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲାI ଏଥିରେ ଗୁରୁଜୀ ସନାତନ ମହାନ୍ତ, ଉଦୟ ମୁଣ୍ଡା, ଜିତେନ୍ ବାରିକ, କମଳେନ୍ଦୁ ମହାନ୍ତ ଗୁରୁମା ମାଳତୀ ମହାନ୍ତ, ଚନ୍ଦ୍ରିକା ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେI

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପର୍ଲା ମଣ୍ଡିରେ ଧାନ ଉଠାଣ ମନ୍ଥର: ଖୋଲା ଆକାଶ ତଳେ ୧୮ ହଜାର କୁଇଣ୍ଟାଲ ଧାନ, ଗଜା ହେବା ଆଶଙ୍କା

Sunil Chandra Nayak

ନର୍ଲା ବ୍ଲକକୁ ଦୁର୍ନୀତି ମୁକ୍ତ କରିବାକୁ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବୀ ପତ୍ର ପ୍ରଦାନ 

Sunil Chandra Nayak

ଶିକ୍ଷ୍ୟା ହିଁ ଯୁବପୀଢ଼ିଙ୍କୁ ଉର୍ଜା ଦେଇଥାଏ ସାମାଜିକ ଉତ୍ଥାନ ପାଇଁ

Sunil Chandra Nayak

Leave a Comment

error: Content is protected !!