ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରଶାସନ ପକ୍ଷରୁ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ତ୍ବରିତ ପଦକ୍ଷେପ

ଜିଲ୍ଲା ପ୍ରଶାସନ ପକ୍ଷରୁ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ତ୍ବରିତ ପଦକ୍ଷେପ

  ଯାଜପୁର , ୨୦ ଜୁନ ୨୦୨୫ (ପ୍ରଦୀପ କୁମାର ମଲ୍ଲିକ ) : ଯାଜପୁର ଜିଲ୍ଲାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସଂକ୍ରମଣ ଓ ଡାଇରିଆ ରୋକିବା ପାଇଁ ଜିଲ୍ଲାର ସରକାରୀ ବେସରକାରୀ ଟ୍ୟୁବ୍ ୱେଲ୍, କୂପ, ଓଭର ହେଡ଼ ଟ୍ୟାଙ୍କ ଗୁଡ଼ିକୁ ବିଶୋଧନ କରାଯାଉଛି। କ୍ଲୋରିନେସନ ହେବା ପରେ ଯେଉଁଠାରେ ପଜିଟିଭ କେସ ଦେଖିବାକୁ ମିଳୁଛି ତାହାକୁ ଚିହ୍ନଟ କରାଯାଇ ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଗ୍ରାମ୍ୟ ଜଳାଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଆଜି ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୧୮,୮୫୧ ଟି ସରକାରୀ ଟ୍ୟୁବ୍ ୱେଲ୍ , ଦ୍ଵିତୀୟ ପର୍ଯ୍ୟାୟରେ ସମୁଦାୟ ୧୦,୭୨୫ ଟି ସରକାରୀ ଟ୍ୟୁବ୍ ୱେଲ୍ ଡିସଇନ୍ଫେକ୍ସନ୍ କରାଯାଇଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୩୭,୦୪୩ ଟି ବେସରକାରୀ ଟ୍ୟୁବ୍ ୱେଲ୍, ଦ୍ଵିତୀୟ ପର୍ଯ୍ୟାୟରେ ୬୮୧ ଟି ବେସରକାରୀ ଟ୍ୟୁବ୍ ୱେଲ୍ ଡିସଇନ୍ଫେକ୍ସନ୍ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୨୪୯ ଟି ଓଭର ହେଡ଼ ଟାଙ୍କି ଡିସଇନ୍ଫେକ୍ସନ୍ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ୨୪୯ ଟି ଓଭର ହେଡ ଟାଙ୍କି ଡିସଇନ୍ଫେକ୍ସନ୍ କରାଯାଇଛି। ଅନ୍ୟାନ୍ୟ ଜଳଉତ୍ସ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୫୫୯ ଟି ଜଳଉତ୍ସ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ୫୫୯ ଟି ଅନ୍ୟାନ୍ୟ ଜଳଉତ୍ସ ଗୁଡ଼ିକୁ ଡିସଇନ୍ଫେକ୍ସନ୍ କରାଯାଇଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ୬,୭୩୩ ଟି କୂଅ ଡିସଇନ୍ଫେକ୍ସନ୍ କରାଯାଇଛି। ଜିଲ୍ଲାରେ ଆଜି ସୁଦ୍ଧା ସମୁଦାୟ ୫୫ ଟି ଟ୍ୟାଙ୍କର ନିୟୋଜିତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ୧୪୮ ଜଣ ନୂଆ ରୋଗୀ ଆଡମିଟ ହୋଇଥିବାବେଳେ ୦୭ ଜଣଙ୍କୁ ରେଫେର କରାଯାଇଛି ଏବଂ ୧୦୦ ଜଣଙ୍କୁ ଡ଼ିସଚାର୍ଜ କରାଯାଇଛି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ ଚିକିତ୍ସାଳୟ ରେ ମୋଟ ୧୮୦ ଜଣ ରୋଗୀ ଚିକିତ୍ସତ ହେଉଛନ୍ତି।ଆଜି ର ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୁସ୍ଥ ହୋଇ ଘରକୁ ଫେରୁଥିବା ବ୍ୟକ୍ତିଙ୍କୁ ଜିଲ୍ଲା ନିୟନ୍ତ୍ରଣ କକ୍ଷରୁ ଫୋନ ଯୋଗେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ସେମାନେ ପ୍ରୋଟୋକୋଲ ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦିଆଯାଉଛି। ରୋଗୀଙ୍କ ପରିଚାରକ ସମସ୍ତଙ୍କୁ ଡକ୍ସି ସାଇ କ୍ଲିନ ଡୋଜ ଦେବାକୁ ନିର୍ଦେଶ ଦେଇଥିଲେ।ଡାକ୍ତର ମାନେ ରୋଗୀଙ୍କୁ ଶୀଘ୍ର ଡ଼ିସ ଚାର୍ଜ ନକରି ବିହିତ ପ୍ରୋଟୋ କଲ ଅନୁଯାୟୀ ଡିସ୍ଚାର୍ଜ କରିବେ। ଲୋକମାନଙ୍କୁ ସରକାରୀ ନଳକୂପ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ଆସନ୍ତା କାଲି ଠାରୁ ବିଦ୍ୟାଳୟ ମାନଙ୍କର ଜଳଉତ୍ସ ଗୁଡିକ ଡ଼ିସ ଇନ ଫେକସନ କରାଯିବ। ପ୍ରତ୍ୟେକ ଘରେ ସାବୁନ ବଣ୍ଟନ ଚାଲୁରହିଛି। କୌଣସି ପରିସ୍ଥିତି ରେ ନଦୀ ଜଳ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି।

 

Related posts

ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ୩୭୪ ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଛନ୍ତି

Sunil Chandra Nayak

ଇତିହାସ ରଚିଲା ଲାଞ୍ଜିଗଡ଼ ବ୍ଲକ , ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବରେ ୩୦ ହଜାର ଜନସମାଗମ

Sunil Chandra Nayak

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!