ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ମଧ୍ୟରେ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ନବରଙ୍ଗପୁର ୨୩.୦୮.୨୦୨୩ : (ମସିହା)ଆଜି ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ରାଜ୍ଯ ସରକାର (ଓସଡମା) ଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ସୁରକ୍ଷା ସମ୍ବନ୍ଧୀୟ ତାଲିମ ଶିବିର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗୋଟିଏ ଛାତ୍ର କିମ୍ବା ଛାତ୍ରୀ ନିଜ ଘରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଏବଂ ବିଦ୍ୟାଳୟ ରୁ ଘର କୁ ପହଞ୍ଚିବା ପର୍ଯ୍ୟନ୍ତ ଯେତେ ସବୁ ବିପର୍ଯ୍ୟୟ ଓ ବିପତ୍ତି ର ସମ୍ମୁଖୀନ ହେଉଛନ୍ତି, ତାହାର ପ୍ରତିକାର ଓ ସଫଳ ମୁକାବିଲା କିପରି ଭାବରେ କରାଯାଇ ପାରିବ , ତାହା ଜିଲ୍ଲାପାଳ ଡଃ ମିଶ୍ର ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଙ୍କ ସହିତ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବୁଝାଇଥିଲେ l ନିଜେ ସଚେତନ ରହି ଅନ୍ୟ ଙ୍କୁ ସଚେତନ କଲେ ହିଁ ପ୍ରାକୃତିକ ବିପର୍ଯ୍ୟୟ ରୁ ଆମେ ସୁରକ୍ଷିତ ରହି ପାରିବା l ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମନ୍ଧରେ ନିୟମିତ ଭାବେ ସଚେତନତା ସୃଷ୍ଟି କରି ଅଭ୍ୟାସ କରିବା ଦ୍ଵାରା ଓଡିଶା ବିପର୍ଯ୍ୟୟ ସମୟରେ ମଧ୍ଯ ଧନ ଜୀବନ କିପରି ସୁରକ୍ଷିତ ରହି ପାରିବ ସାରା ବିଶ୍ଵ ରେ ଏକ ଉଦାହରଣ ସୃଷ୍ଟି କରି ପାରିଛି ବୋଲି ଜିଲ୍ଲାପାଳ ଡଃ ମିଶ୍ର ପ୍ରକାଶ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ସହ ସେମାନଙ୍କ ଅଭିଭାବକ ମାନଙ୍କ ମଧ୍ୟରେ ଅଧିକରୁ ଅଧିକ ବିପର୍ଯ୍ୟୟ ପରିଚାଳନା ଓ ତାର ସଫଳ ମୁକାବିଲା ସମନ୍ଧରେ ସଚେତନତା ସୃଷ୍ଟି କରିବା ହିଁ ଆଜିର ମୂଳ ମନ୍ତ୍ର ଥିଲା lପ୍ରଥମ ପର୍ଯ୍ୟାୟରେ ରାଜ୍ଯ ସରକାରଙ୍କ (ଓସଡମା) ତରଫରୁ ନବରଙ୍ଗପୁର ଜିଲ୍ଲାର ସରକାରୀ ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ନବରଙ୍ଗପୁର, ଓଡିଶା ଆଦର୍ଶ ବିଦ୍ୟାଳୟ ହୀର୍ଲି , ସରକାରୀ ଉଚ୍ଚ ବିଦ୍ୟାଳୟ ସିରିସି, ସରକାରୀ ଉଚ୍ଚ ବିଦ୍ୟାଳୟ ଚଢ଼େଇଗୁଡା , ଏସ ଏସ ଡି ଉଚ୍ଚ ବିଦ୍ୟାଳୟ (କନ୍ୟାଶ୍ରମ) ଡାବୁଗାଁ କୁ ମନୋନୀତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକ, ନବୀନ ଚନ୍ଦ୍ର ନାୟକ , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପି ମନସ୍ମିତା, ଜରୁରୀକାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ , ମୀନା ବାଘ, ରାଜେନ୍ଦ୍ର ମହାପାତ୍ର, ରାମକୃଷ୍ଣ ପ୍ରଧାନୀ, ପ୍ରଫୁଲ୍ଲ ରାଉତ, ଆରତି ବିଶୋଇ, ଡଃ ପ୍ରଦୀପ୍ତ କୁମାର ଷଡଙ୍ଗୀ, ଅରୁଣ କୁମାର ବେହେରା, ତ୍ରିପତି ବାଲାଜୀ ସାହୁ, ମବିନା ସୁଲତାନ, ନୀଳକଣ୍ଠ ରାଜୁ, ସନ୍ଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡବ୍ଲ୍ୟୁଓଡିସି ସିଇଓଙ୍କ କୋକସରା ବ୍ଲକ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

Sunil Chandra Nayak

ଆସନ୍ତା ୧୨ ତାରିଖ ରାଉରକେଲା ର ସାହିତ୍ୟ ସଂଗଠନ ପାଳିବ କଳାଦିବସ  ଆଦର୍ଶ ପାଠାଗାର ପାଇଁ ଏକ ହେଲେ ସାହିତ୍ୟିକ, ସାଂସ୍କୃତିକ, ସାମାଜିକ, ଶ୍ରମିକ ସଂଗଠନ ଓ ରାଜନୈତିକ ଦଳ

Sunil Chandra Nayak

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସହ ୧୭ ନୂତନ ନିଯୁକ୍ତ ଶିକ୍ଷକଙ୍କୁ ସ୍ଵାଗତ 

masiha

Leave a Comment

error: Content is protected !!