ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାବ୍ଦୀ ଙ୍କ ଚିତ୍ରକଳା, ଚାନ୍ଦୁଆ ଓ ଅଦରକାରୀ ସାମଗ୍ରୀ ରେ କରୁଛନ୍ତି ପ୍ରଭୁ ଜଗନ୍ନାଥ ଙ୍କ ଚିତ୍ର 

ଶତାବ୍ଦୀ ଙ୍କ ଚିତ୍ରକଳା, ଚାନ୍ଦୁଆ ଓ ଅଦରକାରୀ ସାମଗ୍ରୀ ରେ କରୁଛନ୍ତି ପ୍ରଭୁ ଜଗନ୍ନାଥ ଙ୍କ ଚିତ୍ର 

ବ୍ରହ୍ମପୁର ୨୫/୦୭ ନୂଆ ଖଜୁରିଆ ନିବାସୀ ତ୍ରିଲୋଚନ ପାଣିଗ୍ରାହୀ ଓ ମିନତୀ ପାଣିଗ୍ରାହୀଙ୍କ କନ୍ୟା ଶତାବ୍ଦୀ ପାଣିଗ୍ରାହୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ କଳାକୃତୀ ପ୍ରସ୍ତୁତ କରିଛନ୍ତି । ସେ ଅଦରକାରୀ ସାମଗ୍ରୀ ଗୁଡ଼ିକରେ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଛନ୍ତି। ସେହିପରି ତିନି ଠାକୁର ଓ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୁର୍ତି ଚାନ୍ଦୁଆରେ ପ୍ରସ୍ତୁତ କରିଛନ୍ତି। ସେ ଉଦ୍ଭିଦ ବିଜ୍ଞାନରେ ଶିକ୍ଷା ଗ୍ରହଣ କରିବା ସହ ରାଜ୍ୟ କଳା ଓ ଶିଳ୍ପ ବିକାଶ ପ୍ରତିଷ୍ଠାନରେ କ୍ରାଫ୍ ଡିଜାଇନର ଭାବେ ଶିକ୍ଷା ଗ୍ରହଣ କରିଛନ୍ତି । ଚାନ୍ଦୁଆ ସହ କାନ୍‌ଭାସ,ପଥର, କପଡ଼ା,ପତ୍ର, ବିଭିନ୍ନ ବସ୍ତୁ ଓ ଛୋଟ ଛୋଟ ଜିନିଷରେ ପଟଚିତ୍ର ଓ ଆଦିବାସୀ ଚିତ୍ର କଳା ମଧ୍ୟ କରିଛନ୍ତି । ଭବିଷ୍ୟତରେ ସେ ଭାରତର ହସ୍ତଶିଳ୍ପ ଓ ବୟାନ ବିଭାଗ ତରଫରୁ ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ମାତ୍ର ସାତ ବର୍ଷରୁ ଶତାବ୍ଦୀ ଏପରି ଚିତ୍ର ଆଙ୍କୁଛନ୍ତି । ନିଜ ମାତାଙ୍କ ଠାରୁ ହସ୍ତଶିଳ୍ପ ଏବଂ ଆଦିବାସୀ ଚିତ୍ରକଳା ଗୁରୁ ଦୀନବନ୍ଧୁ ସୋରେନ୍‌ଙ୍କ ଠାରୁ ସେ ଏପରି ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିବା କହିଛନ୍ତି ।

Related posts

ଚାଉଳ ବଣ୍ଟନରେ ଅନିମିୟତାକୁ ନେଇ, କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ପଞ୍ଚାୟତ ବାସି

Sunil Chandra Nayak

ଟ୍ରକ ଚାଳକଙ୍କୁ ଦୁର୍ବୁତ୍ତ ମାନେ ଛୁରାମାଡ଼ କରି ନଗଦ ଟଙ୍କା ମୋବାଇଲ ଲୁଟ 

Sunil Chandra Nayak

ସୃଜନୀ ପରିବାର ଚେନ୍ନାଇର ସୃଜନ- ମନ୍ଥନ ଆସର

Sunil Chandra Nayak

Leave a Comment

error: Content is protected !!