ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଗାଗ୍ରସ୍ତ ବାପା ମୄତ୍ୟୁ ପରେ ଅନାଥ ଦୁଇଝିଅ , ମୁଖାଗ୍ନି ଦେଇଛନ୍ତି ଦୁଇ କୁନି ଭଉଣି.

ରୋଗାଗ୍ରସ୍ତ ବାପା ମୄତ୍ୟୁ ପରେ ଅନାଥ ଦୁଇଝିଅ ,

ମୁଖାଗ୍ନି ଦେଇଛନ୍ତି ଦୁଇ କୁନି ଭଉଣି...

 ଧର୍ମଗଡ ଗତବର୍ଷ ମାଁର ମୄତ୍ୟୁ ଆଉ ଆଜି ରୋଗାଗ୍ରସ୍ତ ବାପାର ମୄତ୍ୟୁ ପରେ ମୁଖାଗ୍ନି ଦେଇଛନ୍ତି ଦୁଇ କୁନି ଭଉଣି।ଏଭଳି ଏକ ଅଭାବନୀୟ ଘଟଣା ଆଜି ଧର୍ମଗଡ ସହରରେ ଦେଖିବାକୁ ମିଳିଛି । ଗତ କିଛିବର୍ଷ ହେବ ଧର୍ମଗଡ ବ୍ଲକ ପର୍ଲା ପଂଚାୟତର ସେମଲା ଗାଁର ଦୟାନିଧି ସାହୁ କୁଲି ମଜୁରି କରିବା ପାଇଁ ଧର୍ମଗଡ ସହରକୁ ଆସିଥିଲେ।ସେ କୁଲିମଜୁରି କରି ସ୍ତ୍ରୀ ଓ ତିନି ଝିଅକୁ ନେଇ ଚଳୁଥିଲେ । ଗତବର୍ଷ ସ୍ତ୍ରୀ ର ଅଚାନକ ମୄତ୍ୟୁ ହୋଇଥିଲା । ଆଉ ଦୀର୍ଘ ଦିନ ରୋଗରେ ପଡିବା ପରେ ଆଖି ବୁଜିଦେଇଥିଲେ ଦୟାନିଧି । ମୄତ୍ୟୁର ବହୁ ବିଳମ୍ବ ପରେ ସ୍ଥାନୀୟ ଲୋକ ସ୍ଥାନୀୟ ଲୋକ ଜାଣି ପାରିଥିଲେ । ଖବରପାଇ ଘଟଣା ସ୍ଥଳକୁ ଧର୍ମଗଡ ଏନ୍ ଏ ସି ଉପାଧ୍ୟକ୍ଷା ମନିଷା ମିଶ୍ର,ସମାଜସେବୀ ବିବେକ ରଂଜନ ମିଶ୍ର ,ଟୁନିଆ ସାହୁ,ଉମାକାନ୍ତ ସୁନାନୀ ପ୍ରମୂଖ ଏକ ଶବ ବାହକ ଗାଡି ଓ କାଠ ଆୟୋଜନ କରି ସ୍ଥାନୀୟ ସ୍ମଶାନ ରେ ଦାହ କରାଯାଇ ସେମାନଙ୍କ ସହୄଦୟତା ର ପରିଚୟ ଦେଇଥିଲେ।ମୄତ ଦୟାନିଧି ଙ୍କ ଦୁଇ କୁନିକୁନି ଝିଅ ଫୁଲମତି ଓ ଉର୍ବଶୀ ବାପାଙ୍କୁ ମୂଖାଗ୍ନି ଦେଇଥିଲେ । ବଡଝିଅ ଆଗରୁ ବାହା ହୋଇ ସାରିଥିବା ବେଳେ ୧୪ବର୍ଷ ର ଫୁଲମତି ସାହୁ ଓ ୮ବର୍ଷ ର ଉର୍ବଶୀ ଏବେ ଅନାଥ ହୋଇଛନ୍ତି । ତେବେ ସରକାରୀ ସ୍ତରରେ ଥିବା ବିଭିନ୍ନ ଯୋଜନା ରେ ଏମାନଙ୍କୁ ସାମିଲ କରି ଥଇଥାନ ପାଇଁ ଦାବି ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

Sunil Chandra Nayak

ଜିଲ୍ଲା ର ଶ୍ରେଷ୍ଠ ଲେମ୍ପ ଏମଡି ଓ କେସିସି ବ୍ୟାଙ୍କ ମ୍ୟନେଜର ଭାବେ ପୁରସ୍କୃତ ହେଲେ 

ଡ଼ାବୁଗାଁ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

masiha

Leave a Comment

error: Content is protected !!