ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା

ତେନ୍ତୁଳିଖୁଣ୍ଟି ୨୩/୦୮/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତିନି ଟି ବର୍ଗ ସବ ଜୁନିଅର ,ଜୁନିଅର ଓ ସିନିଅର ବର୍ଗ ର ଛାତ୍ର ଛାତ୍ରୀ ସମୁଦାୟ ଦୁଇଶହ ପଚାଶ ଜଣ ଭାଗ ନେଇଥିଲେ। ତୃତୀୟ ରୁ ପଞ୍ଚମ ଶ୍ରେଣୀ ସବ ଜୁନିଅର ବର୍ଗ ,ଷଷ୍ଠ ରୁ ଅଷ୍ଟମ ଜୁନିଅର ବର୍ଗ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ସିନିୟର ବର୍ଗରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏ ଡି ଇ ଓ ରୋଷ୍ନ ଲାଲ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଡିଓ ମନୋଜ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଏହି ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ବି ଇ ଓ ରମେଶ ରାୟ ଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଜିଲ୍ଲା ବିଜ୍ଞାନ ସୁପର ଭାଇଯର୍ ଚିତ୍ତ ରଞ୍ଜନ ପଟ୍ଟନାୟକ , ପେଡ଼ା ଗୋଗି ସଂଯୋଜକ କବିତା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ଉମର ସିଂ ନାୟକ ,ଇନ୍ଦିରା ପଟ୍ଟନାୟକ ,କ୍ଷେତ୍ର ମୋହନ ବିଶୋଇ , ପ୍ରଦୀପ ସୁନା, ପ୍ରଫୁଲ୍ଲ ମହାପାତ୍ର ସମେତ ସମସ୍ତ ବାର ଜଣ ସି ଆର ସି ସି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଆବାହକ ତଥା ଏ ବି ଇ ଓ ମୋହନ ମଧୁସୂଦନ ବାଘ ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। କୁଇଜ୍ ପ୍ରତିଯୋଗିତା ର ସମସ୍ତ ବର୍ଗର କୃତି ପ୍ରତିଯୋଗୀ ଙ୍କୁ ମାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ସମୀକ୍ଷା ବୈଠକ ଅନୁଷ୍ଠିତ

ଅବସରପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକାରୀ ବୈଠକ 

ଡ୍ରାଇଭର ସଂଘର ବାର୍ଷିକ ଉତ୍ସବ ଓ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ

masiha

Leave a Comment

error: Content is protected !!