ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠାକୁରାଣୀଵେଡା ରାସ୍ତା ଵେହାଲ; ଦିର୍ଘ ଦଶନ୍ଧୀ ଧରି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ; ଦଶ ହଜାରରୁ ଉର୍ଦ୍ଧ୍ବ ଲୋକେ ହନ୍ତସନ୍ତ 

ଠାକୁରାଣୀଵେଡା ରାସ୍ତା ଵେହାଲ; ଦିର୍ଘ ଦଶନ୍ଧୀ ଧରି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ; ଦଶ ହଜାରରୁ ଉର୍ଦ୍ଧ୍ବ ଲୋକେ ହନ୍ତସନ୍ତ 

 ମୟୂରଭଞ୍ଜ – ୨୩/୦୮ ( ମସିହା)ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଭାଇଚାରାର ୧୦ ନମ୍ବର ଓ୍ବାର୍ଡ ଠାକୁରାଣୀବେଡା ଗ୍ରାମ୍ୟ ରାସ୍ତା ୧୦୦ ମିଟର ରାସ୍ତା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ।ଏହି ରାସ୍ତା ଇଚିଣ୍ଡା ରାସ୍ତାକୁ ସଂଯୋଗୀକରଣ ରହିଛି । ସେହି ୧୦୦ ମିଟର ରାସ୍ତା ବର୍ଷାଦିନେ ନାହିଁ ନ ଥିବା ଅବସ୍ଥା ।ଆଣ୍ଠୁଏ ଆଣ୍ଠୁଏ ଖାଲ,କମାଲ ।ଏହି ରାସ୍ତା ଦେଇ ଚାରି ୫ ଟି ଗ୍ରାମର ୧୦ ହଜାର ଲୋକଙ୍କ ମୁଖ୍ୟ ଗମନା ଗମନ ରାସ୍ତା ପାଇଁ ନିର୍ଭର କରନ୍ତି ।ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଗ୍ରାମବାସୀ ରାଇରଙ୍ଗପୁର ସହରକୁ, ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ବସଷ୍ଟାଣ୍ଡ,ରେଳଷ୍ଟେସନ, ଶିକ୍ଷା ଅନୁଷ୍ଠାନ,ବେପାର ବାଣିଜ୍ୟ ପାଇଁ ଯିବା ଆସିବା କରନ୍ତି ।କିନ୍ତୁ ଏହି ରାସ୍ତା ଉଭୟପାର୍ଶ୍ବରେ ଘରୋଇ ଚାଷ ଜମି ଏବଂ ଏକ ବିରାଟ ଜଳାଶୟ ଅଛି ।ରାସ୍ତାଟି ଅଙ୍କାବଙ୍କା ।ଏହି ରାସ୍ତାକୁ ବର୍ଷାଦିନେ ରୋଗୀ,ପଥିକ,ପରିବହନ, ଛାତ୍ରଛାତ୍ରୀ ଯିବାପାଇଁ ନାନା ହନ୍ତସନ୍ତ ହେଉଛନ୍ତି । ମଝିରେ ମଝିରେ ଦୁର୍ଘଟଣା ରେ ଶିକାର ହୋଇ କିଏ ବିଲ ଆଡେ ଖସି ପଡନ୍ତି ତ କିଏ‌ ପୋଖରୀ କଡ଼ରେ ଖସି ପଡନ୍ତି । ଗୋରୁ ଗାଈଙ୍କ ଯିବା ଆସିବା ଅସୁବିଧା ହୁଏ ।ଦିର୍ଘ ବର୍ଷ ବର୍ଷ ଧରି ସେହି ୧୦୦ ମିଟର ରାସ୍ତାକୁ କଂକ୍ରିଟ ଏବଂ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଉପଜିଲ୍ଲାପାଳ ,ପୌର ଅଧିକାରୀ ,ବିଧାୟକ,ପୌରାଧ୍ଯକ୍ଷ, ସାଂସଦଙ୍କୁ ଗୁହାରି କଲେ ମଧ୍ୟ ଆଜିଯାଏଁ କେହି ଠୋସ ପଦକ୍ଷେପ ଗ୍ରହଣ କଲେ ନାହିଁ । ଗ୍ରାମବାସୀଙ୍କ ର ଏକମାତ୍ର ଗୁହାରି ଶୁଣ୍ ସରକାର ସରକାର ଶୁଣ୍ , ଆମର କଥା ବୁଝ୍, ରାସ୍ତା ସମାଧାନ ତୁରନ୍ତ କର୍ ।ଏହିଭଳି ବିପର୍ଯ୍ୟସ୍ତ ରାସ୍ତାର ନେଇ ଗ୍ରାମବାସୀ ସେହି ରାସ୍ତାରେ ଏକଜୁଟ ହୋଇ ପୌର ଅଧିକାରୀ ପିତାମ୍ବର ନାଏକ,ଓ୍ଵାର୍ଡ କାଉନସିଲରଙ୍କୁ ଜଣାଇଥିଲେ ।ପୌର ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ମୁଁ କାଉନସିଲ ମିଟିଂ ଡକାଇ ପୌର ଅଧ୍ୟକ୍ଷ, ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇ କିଛି ଠୋସ୍ ପଦକ୍ଷେପ ନେବି ।ପୌର ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଗ୍ରାମବାସୀ ରାସ୍ତାରୁ ଘରକୁ ଫେରି ଯାଇଥିଲେ । ଗ୍ରାମବାସୀ ରାଜୁ ରଣା, ଗୋବିନ୍ଦ ବୋଷ, ରୋହିତ ନାଏକ,ବିଜୟ ସାହୁ,ସଂଜୟ ଗୁପ୍ତା,ପିଙ୍କି ରଣା, ରବୀନ୍ଦ୍ର ରଣା,ସୀମା ରଣା,ପ୍ରମୋଦ ମହାକୁଡ଼ ପ୍ରମୁଖ ଜଣାଇଛନ୍ତି ପ୍ରଶାସନକୁ ଅନୁରୋଧ ସ୍ଥାୟୀ ରାସ୍ତା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ନଚେତ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ସେତେବେଳେ ପ୍ରଶାସନ ଦାୟୀ ରହିବ !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡିରେ ସାର ବ୍ୟବସାୟୀଙ୍କ ଦୁର୍ଦ୍ଦଶା

ଧର୍ମଗଡରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କୁ ନେଇ ଜନ ସଚେତନତା ଶୋଭାଯାତ୍ରା

ନର୍ଲା ପଞ୍ଚାୟତ ସମିତି ସମେତ ବ୍ଲକ୍ ଅଧିନ ବିଭିନ୍ନ  ଅନୁଷ୍ଠାନ ତରଫରୁ ୭୪ତମ ଗଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!