ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ସଂଘ ଓ ବନବିଭାଗ ପକ୍ଷରୁ ବୃକ୍ଷରୋପଣ:ଯୋଗ ଦେଲେ ସାଂସଦ, ବନ ଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀ 

ସାମ୍ବାଦିକ ସଂଘ ଓ ବନବିଭାଗ ପକ୍ଷରୁ ବୃକ୍ଷରୋପଣ:ଯୋଗ ଦେଲେ ସାଂସଦ, ବନ ଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀ 

ନଵରଙ୍ଗପୁର:( ୨୨/୮)(ରବିନାରାୟଣ ମହାନ୍ତି)ନଵରଙ୍ଗପୁର ଜିଲ୍ଲା ଓ୍ବାର୍କିଙ୍ଗଜର୍ଣ୍ଣାଲିଷ୍ଟ ୟୁନିୟନ ଓ ବନବିଭାଗ ମିଳିତ ଉଦ୍ୟମରେ ନବରଙ୍ଗପୁର ୨୬ନମ୍ଵର ଜାତୀୟରାଜପଥ ପାର୍ଶ୍ବର ବୃକ୍ଷରୋପଣ କରାଯାଇଛି। ୨୭ନମ୍ବର ଜାତୀୟରାଜପଥର ଫୁଲ ଯୋଡ଼ି ପୋଲ ଠାରୁ ଇନ୍ଦ୍ରାବତୀ ପୋଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ ରେ ୨୦୦ ବୃକ୍ଷରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ସମ୍ମାନିତ ଅତିଥି ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା, ରେଞ୍ଜର ଗୋପିନାଥ ସାହୁ, ଓ୍ବାର୍କିଙ୍ଗଜର୍ଣ୍ଣାଲିଷ୍ଟ ୟୁନିୟନ୍ ର ଉପସଭାପତି କିଶୋର ପଟ୍ଟନାୟକ, ସଂପାଦକ ଏ.ସତୀଶ, ରବି ପଟ୍ଟନାୟକ, କରେଶ ଉପାସୀ, ଦେବୀପ୍ରସାଦ ପଟ୍ଟନାୟକ, ଅମ୍ବିକା ଦାଶ, ସି.ଏଚ.ଈଶ୍ବର ରାଓ, ସୁକାନ୍ତ ରଥ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଛନ୍ତି। ସୂଚନାଯୋଗ୍ୟ, ଦିନ କୁ ଦିନ ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏଥି ପାଇଁ ନଵରଙ୍ଗପୁର ସହରରେ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷ୍ୟରେ ଓ୍ବାର୍କିଙ୍ଗଜର୍ଣ୍ଣାଲିଷ୍ଟ ୟୁନିୟନ ପକ୍ଷରୁ ‘ମିଶନ ଅକ୍ସିଜେନ୍ ‘ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବନବିଭାଗ ସହାୟତାରେ ସରକାରୀ, ବେସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ବିଭିନ୍ନ ସଂଗଠନର ମିଳିତ ଉଦ୍ୟମରେ ବୃକ୍ଷରୋପଣ କୁ ବ୍ୟାପକ କରିବା ଯୋଜନା ପ୍ରସ୍ତୁତ ହୋଇଥିଲା। ବିଭିନ୍ନ ଅନୁଷ୍ଠାନ ନିଜସ୍ବ ଉଦ୍ୟମରେ ଶତାଧିକ ବୃକ୍ଷରୋପଣ ଜାରୀ ରଖିଛନ୍ତି। ମିଳିତ ପ୍ରୟାସରେ କାର୍ଯ୍ୟକାରୀ କରାଯାଉଥିବାରୁ ମିଶନ ଅକ୍ସିଜେନ୍ କାର୍ଯ୍ୟକ୍ରମ କୁ ସାଂସଦ ବଳଭଦ୍ର ମାଝୀ ଓ ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ନିରନ୍ତର ଭାବେ ପ୍ରତି ବର୍ଷ ଜାରୀ ରଖିବାକୁ ୟୁନିୟନର ଉଦ୍ୟମ ଜାରୀ ରଖିଵ ବୋଲି ସଭାପତି କିଶୋର ପଟ୍ଟନାୟକ ପ୍ରକାଶ କରିଥାନ୍ତି।

ମସିହା ନିଯୁଜ ସର୍ଭିସ୍ 

Related posts

ଭକ୍ତ ଓ ଭଗବାନ ଭାଗ ୨ ପୁସ୍ତକ ଓ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ଲୋକାର୍ପଣ 

Sunil Chandra Nayak

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ବିଭାଗର ମକଡ୍ରିଲ 

Sunil Chandra Nayak

ଓଜେୟୁ ତରଫରୁ ଜିଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା । ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!