ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସୋରଡା ଶାଖା ବୈଠକ

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସୋରଡା ଶାଖା ବୈଠକ

ବ୍ରହ୍ମପୁର, ତା. ୨୨/୦୮ :  କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ର ଆହ୍ବାନ କ୍ରମେ ସଂଘର ସୋରଡା ଶାଖାର ଏକ ବୈଠକ ସୋରଡା ଜଗନ୍ନାଥ ମନ୍ଦିର ପରିସରସ୍ଥ ଗୀତ ଗୋବିନ୍ଦ କକ୍ଷ ଠାରେ ଅନୁଷ୍ଠିତ ହୋଇ ଯାଇଛି। ସୋରଡା ସଭାପତି ରାଧାକୃଷ୍ଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘ ଉପଦେଷ୍ଟା ଉମାଶଙ୍କର ଦାଶ, ଲକ୍ଷ୍ମଣ ସାହୁ, ମୂରଲୀଧର ଗୌଡ, ଶିଶିର କୁମାର ଦାଶ, ପ୍ରଦୀପ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ସଂଘର କାର୍ଯ୍ୟଧାରା ସଂପର୍କରେ ଆଲୋକପାତ କରିଥିଲେ। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସବୁ କଳାକାର ଏକ ପରିବାର ମର୍ମରେ ପରିଚାଳିତ ହେବା ନିମନ୍ତେ ପରାମର୍ଶ ଦେବା ସହ ସମାଜ ପ୍ରତି ଥିବା କଳାକାରଙ୍କ ମହନୀୟ ଦିଗନ୍ତ ପ୍ରତି ସିଂହାବଲୋକନ କରିଥିଲେ। ସୋରଡା ସଂପାଦକ ସନ୍ତୋଷ କୁମାର ସ୍ବାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ କୃଷ୍ଣଚନ୍ଦ୍ର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିବ ପ୍ରସାଦ ସାହୁ ଓ ପ୍ରସନ୍ନ ବଦନ ତ୍ରିପାଠୀ ସହଯୋଗ କରିଥିଲେ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ କର୍ମଚାରୀମାନେ କଳା ଵ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ

ସାବିତ୍ରୀ ପାଇଁ ଫଳ ବଜାରରେ ନିଆଁ

ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ ବିଶ୍ୱ ଅର୍ଥନୀତିର ବିକାଶରେ ବାଣିଜ୍ୟର ଗୁରୁତ୍ୱ ଉପରେ ଆଲୋକପାତ

Sunil Chandra Nayak

Leave a Comment

error: Content is protected !!