ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସୋରଡା ଶାଖା ବୈଠକ

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସୋରଡା ଶାଖା ବୈଠକ

ବ୍ରହ୍ମପୁର, ତା. ୨୨/୦୮ :  କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ର ଆହ୍ବାନ କ୍ରମେ ସଂଘର ସୋରଡା ଶାଖାର ଏକ ବୈଠକ ସୋରଡା ଜଗନ୍ନାଥ ମନ୍ଦିର ପରିସରସ୍ଥ ଗୀତ ଗୋବିନ୍ଦ କକ୍ଷ ଠାରେ ଅନୁଷ୍ଠିତ ହୋଇ ଯାଇଛି। ସୋରଡା ସଭାପତି ରାଧାକୃଷ୍ଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘ ଉପଦେଷ୍ଟା ଉମାଶଙ୍କର ଦାଶ, ଲକ୍ଷ୍ମଣ ସାହୁ, ମୂରଲୀଧର ଗୌଡ, ଶିଶିର କୁମାର ଦାଶ, ପ୍ରଦୀପ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ସଂଘର କାର୍ଯ୍ୟଧାରା ସଂପର୍କରେ ଆଲୋକପାତ କରିଥିଲେ। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସବୁ କଳାକାର ଏକ ପରିବାର ମର୍ମରେ ପରିଚାଳିତ ହେବା ନିମନ୍ତେ ପରାମର୍ଶ ଦେବା ସହ ସମାଜ ପ୍ରତି ଥିବା କଳାକାରଙ୍କ ମହନୀୟ ଦିଗନ୍ତ ପ୍ରତି ସିଂହାବଲୋକନ କରିଥିଲେ। ସୋରଡା ସଂପାଦକ ସନ୍ତୋଷ କୁମାର ସ୍ବାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ କୃଷ୍ଣଚନ୍ଦ୍ର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିବ ପ୍ରସାଦ ସାହୁ ଓ ପ୍ରସନ୍ନ ବଦନ ତ୍ରିପାଠୀ ସହଯୋଗ କରିଥିଲେ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନନ୍ଦାହାଣ୍ଡି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

ପୋଡାଗଡକୁ ନୂତନ ପଞ୍ଚାୟତ ସମିତି ଘୋଷଣା ଦାବୀ 

masiha

ବନ୍ଧୁଗାଁ ହାଇସ୍କୁଲ ଠାରେ ୭୬ ତମ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି 

masiha

Leave a Comment

error: Content is protected !!