ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୁଞ୍ଚିଲା ଲ୍ୟାମ୍ପସ ଏମଡି ଙ୍କ ତଦନ୍ତ ତାରିଖ 

ଘୁଞ୍ଚିଲା ଲ୍ୟାମ୍ପସ ଏମଡି ଙ୍କ ତଦନ୍ତ ତାରିଖ 

ନବରଙ୍ଗପୁର:(୨୩|୮)(ରବି ନାରାୟଣ ମହାନ୍ତି)ଝରୀଗାଁ ଲ୍ୟାମ୍ପସ ଏମଡି ଶ୍ରୀ ନରସିଂହ ଗୌଡ଼ଙ୍କ ବିରୋଧରେ ଝରୀଗାଁ ଲ୍ୟାମ୍ପସ ପରିଚାଳନା ପରିଷଦର ସଦସ୍ୟ ଓ ସଦସ୍ୟାମାନେ ନବରଙ୍ଗପୁର ଜିଲ୍ଲାପାଳ ନିକଟରେ କରିଥିବା ଅଭିଯୋଗର ତଦନ୍ତ ଚଳିତ ମାସ ୨୧ ତାରିଖରେ ହେବାର ଥିଲା, କିନ୍ତୁ ଉକ୍ତ ଦିନ ଭାରତୀୟ ଆଦିବାସୀ ମିଳିତ ସଂଗଠନର ଭାରତ ବନ୍ଦ ଯୋଗୁଁ ଉକ୍ତ ଦିନ ତଦନ୍ତକୁ ଘୁଂଚେଇ ଦିଆ ଯାଇଛି l ଏହି ତଦନ୍ତ ନିମନ୍ତେ ଏ ଆର ଶି ଏସ ପୁନଶ୍ଚ ଚଳିତ ମାସ ୩୦ ତାରିଖ ଧାର୍ଯ୍ୟ କରିଥିବା ଚିଠି ନଂ ୯୩୭ ତା ୨୦. ୦୮. ୨୪ ଅନୁସାରେ ଉଭୟ ପକ୍ଷଙ୍କୁ ଜଣେଇଥିବା ସୂଚନା ମିଳିଛି l ପୂର୍ବରୁ ସୂଚନା ଅନୁଯାୟୀ ଚଳିତ ମାସ ୬ ତାରିଖରେ ଝରୀଗାଁ ଲ୍ୟାମ୍ପସର ପରିଚାଳନା ପରିଷଦର ୯ ଜଣ ସଦସ୍ୟ ଓ ସଦସ୍ୟା ଜିଲ୍ଲାପାଳଙ୍କ ନିକଟରେ ଏମଡି ଶ୍ରୀ ଗୌଡ଼ଙ୍କ ବିରୋଧରେ ତାଙ୍କ କାର୍ଯ୍ୟକଳାପ, ଅନିୟମିତତା, ଆସାଧୁ ଉପାୟରେ ଟଙ୍କା ଉପାର୍ଜନ, ସାର କାରବାରରେ ଟାଳ ଟୁଳ ନୀତି ଆପଣେଇବା, ଧାନ ମଣ୍ଡିରେ ଅନିୟମିତତା କରି ଆସାଧୁ ଉପାୟରେ ଟଙ୍କା ଅର୍ଜନ କରିବା ଓ ଚାଷୀଙ୍କୁ ଦୁର୍ବ୍ୟବହାର ଦେଖେଇବା ବିଷୟ ନେଇ ଉଚିତ ତଦନ୍ତ କରି ଶ୍ରୀ ଗୌଡ଼ଙ୍କୁ ଲ୍ୟାମ୍ପସରୁ ବହିଷ୍କାର କରିବା ନିମନ୍ତେ ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଥିଲେ ଓ ଉକ୍ତ ଅଭିଯୋଗ ଉପରେ ତଦନ୍ତ କରିବାକୁ ତତ୍କାଳିନ ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ର ସମବାୟ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ(ଏ ଆର ସି ଏସ) ଶ୍ରୀ ଶିବ ଶଙ୍କର ପ୍ରଧାନଙ୍କୁ ଆଦେଶ ଦେଇ ଥିବା ଜଣା ପଡିଛି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ଗଣିତ ବିଜ୍ଞାନ ଅଲିମ୍ପିଆଡେ ଉତ୍ସବ ପାଳିତ

masiha

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଜୁନ ୧୯ରେ ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ କଟକ ସଦର ବ୍ଲକ ଘେରାଉ

Sunil Chandra Nayak

ସ୍ୱର୍ଗତ ଲଲିତ ମୋହନ ପାଣୀ ପ୍ରଥମ ଶ୍ରାଦ୍ଧବାର୍ଷିକୀ 

masiha

Leave a Comment

error: Content is protected !!