ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମନାଗୁଡା ପୋଲିସ ଆଦିବାସୀ କୁଂ ମିଥ୍ଯା କେସ କରି ଗିରଫ କରିବା ପ୍ରତିବାଦ ରେ ଗଣ ପ୍ରତିବାଦ

ରାମନାଗୁଡା ପୋଲିସ ଆଦିବାସୀ କୁଂ ମିଥ୍ଯା କେସ କରି ଗିରଫ କରିବା ପ୍ରତିବାଦ ରେ ଗଣ ପ୍ରତିବାଦ

       ରାୟଗଡା :- ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ଏ ଆଇ ଏ ଆର ଏଲ ଏ ତରଫରୁ ରାୟଗଡ଼ା ଡାକ ବଗଂଲା ଠାରୁ ଏକ ଶୋଭାଯାତ୍ରା ବାହାରି କପିଳାସ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ 14 ଦଫା ଦାବି ନେଇ ଦେଶ ବ୍ୟାପି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

      କ୍ଷେତ ମୁଲିଆ ମାନକୁଂ ଏମ ଜି ଏନ ଆର ଏସ ରେ କାମ ରେ ଶ୍ରମିକ ମାନଙ୍କୁ ବର୍ଷକୁ ୨୦୦ ଦିନ କାମ ଏବଂ ଦୈନିକ ୬୦୦ ଟଙ୍କା ମଜୁରୀ , ରେସନ୍ କାର୍ଡ ଧାରି ମାନଙ୍କୁ ୫୦ କେଜି ଚାଉଲ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ବୁଲଡୋଜର ରାଜ ବଦଂ କରିବା, ଦଳିତ -ଗରିବଙ୍କ ପ୍ରତ୍ୟେକ ଘରକୁ ମାଗଣା ଜଳ ଏବଂ ୩୦୦ ୟୁନିଟ୍ ବିଦ୍ୟୁତ୍ ଯୋଗାଇବା, ରାମନାଗୁଡା ପୋଲିସ ତିନି ଜଣ ଆଦିବାସୀ କୁଂ ମିଥ୍ୟା କେସ କରି ଜେଲ ହାଜତକୁ ପଠାଇ ଦିଆଯାଇଛି ତୁରନ୍ତ ଖଲାସ କରିବା, ଏସ ଟି ଓ ଏସ୍ ସି ମାନଙ୍କୁ ସଂରକ୍ଷଣ କାଟିବା ବଦଂ କରିବା, ଜଙ୍ଗଲ ଜମି ଓ ସିଲିଂ ବହିର୍ଭୁତ ଜମି ବଣ୍ଟନ କରିବା, ଆନ୍ଧ୍ର ପ୍ରଦେଶ ର ଜମିଦାର ବେ ଆଇନ ଜମି ରେଜିଷ୍ଟ୍ରେସନ ବାତିଲ କରିବା, ଗ୍ରାମୀଣ କ୍ଷେତ ମୁଲିଆ ମାନକୁଂ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଅଧିକାର ଯୋଗାଇ ଦେବା, ସମସ୍ତ ଅବସରପ୍ରାପ୍ତ ଶ୍ରମିକ, ବୃଦ୍ଧ ଏବଂ ଭିନ୍ନକ୍ଷମଙ୍କୁ ମାସିକ 5000 ଟଙ୍କା ପେନସେନ ଯୋଗାଇବା, ପ୍ରକୃତ କୃଷକଙ୍କୁ ଚାଷ ପାଇଁ ଜମି ଯୋଗାଇବା, କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ SC / ST ଉପ-ଯୋଜନା କାର୍ଯ୍ୟକାରୀ କରିବାକୁ ଆଇନ ଆଣିବା ଓ କେନ୍ଦ୍ରୀୟ ବଜେଟରେ ଏସସି / ଏସଟି ବିକାଶ ଏବଂ କଲ୍ୟାଣ ଯୋଜନା ପାଇଁ ପରିମାଣ ବୃଦ୍ଧି କରିବା, ଖାଦ୍ୟ ଅଧିକାର ଆଇନରେ ଚାଉଳ, ଗହମ ସହିତ,ଡାଲି, ତେଲ ଏବଂ ମସଲା ଯୋଗାଇବା, ପେସା ଆକ୍ଟକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଓ ଗରିବ ଲୋକ ମାନଙ୍କ ଉପରେ ଆକ୍ରମଣ, ହତ୍ୟା ଏବଂ ବଳାତ୍କାରକୁ ବଦଂ କରିବା, ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକର ଅତ୍ୟାଚାର ଏବଂ ଲୁଟ୍ ରୋକିବା ପାଇଁ ଏକ ଆଇନ ପ୍ରସ୍ତୁତ କରିବା। 

ଶରତ ଚନ୍ଦ୍ର ତ୍ରିପାଠୀ,କୈଳାସ ଶବର, ପ୍ରାସ୍କା ରାମଚନ୍ଦ୍ର , ଅନାସିମ ଶବର, ବୃନ୍ଦାବନ ଗୁନା, ଛବି ଲାଲ ହିହାଲ, ରାଜେନ୍ଦ୍ର ମାଝୀ, ଆଛାନା ମଣ୍ଡାଙ୍ଗି, ବନ ହୁଇକା, କାଣିକା ପାଣ୍ଡୁ, ନାଗ ରାଜୁ, ସୁଦଂର ମଣି ମିଣିଆକା, ପ୍ରକାଶ ମାଝୀ, କୃଷ୍ଣ ପାଲାକା ପ୍ରମୁଖ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଦିବାସୀଙ୍କୁ ଲୁଟୁଛନ୍ତି ଅଙ୍ଗନୱାଡ଼ି କର୍ମୀ

Sunil Chandra Nayak

ମୟୂରଭଂଜ ସାଂସଦଙ୍କ ଶତାୟୂମାତା ଧର୍ମପ୍ରାଣ ସଲମା ମାଝୀଙ୍କ ଦେହାନ୍ତ

Sunil Chandra Nayak

ସାଇବର ଠକେଇର ଅତ୍ୟଧିକ ତଦନ୍ତ ଜାରି ରଖିବା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ହିଞ୍ଜିଳି ଥାନା ଅଧିକାରୀ ସମ୍ମାନିତ 

Sunil Chandra Nayak

Leave a Comment

error: Content is protected !!