ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସାଧୁତାର ଶପଥ ପାଠ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସାଧୁତାର ଶପଥ ପାଠ

 ମୟୂରଭଞ୍ଜ – ୨୮/୧୦ ( ମସିହା)ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ “ସତ୍ୟ-ନିଷ୍ଠା ସଂସ୍କୃତି ହିଁ ରାଷ୍ଟ୍ରର ସମୃଦ୍ଧି ” ପ୍ରସଙ୍ଗ ଆଧାରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳନ କରାଯାଉଛି ।

ଏହି ଅବସରରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର କନଭେନସନ ହଲରୁ ରାଜ୍ୟର ସରକାରୀ କର୍ମଚାରୀ ଏବଂ ରାଜ୍ୟବାସୀଙ୍କୁ ଆଭାସୀ ମାଧ୍ୟମରେ ସାଧୁତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସେମାନଙ୍କ ନିଜ ନିଜ କର୍ମକ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ ସମୟରେ ସାଧୁତା ଓ ସ୍ୱଛତା ବଜାୟ ରଖିବା ପାଇଁ ନିଶ୍ଚିତ ଭାବେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ସାମୁହିକ ପ୍ରଚେଷ୍ଟା ଦ୍ୱାରା ହିଁ ଦୁର୍ନୀତିର ମୁଳୋତ୍ପାଟନ ସମ୍ଭବ ବୋଲି ଦୃଢୋକ୍ତି ପ୍ରକଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ କି ଦୁର୍ନୀତି ଏମିତି ଏକ ବ୍ୟାଧି ଯାହାକି ଜଣକର ବ୍ୟକ୍ତିଗତ ଜୀବନ ସହିତ ସାମାଜିକ ଜୀବନକୁ ଏମିତି କ୍ଷତାକ୍ତ କରିଥାଏ ଯାହାକି ଅତ୍ୟନ୍ତ ଯନ୍ତ୍ରଣାଦାୟକ । ତେଣୁ ସେବା ପ୍ରଦାନ ସମୟରେ କୌଣସି ପ୍ରକାର ଲୋଭ ର ବଶବର୍ତ୍ତୀ ହୋଇ ଲାଞ୍ଚ ନେବା ଓ ଦେବା ଭଳି ବିକୃତ ମାନସିକତା ଠାରୁ ସର୍ବଦା ଦୂରେଇ ରହିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କ୍ରମରେ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକତ୍ରିତ ହୋଇ ଏହି ଶପଥ ପାଠରେ ଅଂଶ ଗ୍ରହଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

masiha

ଓଡ୍ରାଫ ଟୀମ ଦେଲେ ଯୁବକମାନଙ୍କୁ ସନ୍ତରଣର ପ୍ରଶିକ୍ଷଣ

masiha

ଗଣେଷ ପୂଜା ପାଇଁ ବି ସି ରୋଡ ଉତ୍ସବ ମୁଖର, ସେନସର ଦ୍ଵାରା କାନ ହଲୁଥିବା ବିଶେଷ ଆକର୍ଷଣ

masiha

Leave a Comment

error: Content is protected !!