ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ବିଶ୍ୱ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ସମାରୋହ ସିଧା ପ୍ରସାରଣ ଓ କବି ମାନଙ୍କୁ ସମ୍ମାନୀତ 

ଡାବୁଗାଁ ରେ ବିଶ୍ୱ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ସମାରୋହ ସିଧା ପ୍ରସାରଣ ଓ କବି ମାନଙ୍କୁ ସମ୍ମାନୀତ 

ଡାବୁଗାଁ, ୩/୨ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ସିଧା ପ୍ରସାରଣ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଯୋଗଦେଇ ଉଦବୋଧନ ଦେଇଥିଲେ | ପୂର୍ବାହ୍ନ ୧୧ ଘ. ସମୟରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଥିଲା | ପରେ ଡାବୁଗାଁ ବ୍ଲକ ର କବୟତ୍ରୀ କବି ମାନେ ଯଥା:- ଅଧ୍ୟାପକ ରମେଶ ଚନ୍ଦ୍ର ନାହାକ, ଅବସରପ୍ରାପ୍ତ ଶିକ୍ଷକ ଅଜୟ ବଲ୍ଲଭ ପଣ୍ଡା, ଶିକ୍ଷକ ସୁବ୍ରତ ମହାନ୍ତି, ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ହୋତା, ଗିରିଶବାଳା ଜେନା, ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ ଏବଂ ସୁଷମା ପାଣିଗ୍ରାହୀ, ସୂରଥ ଚନ୍ଦ୍ର ଜେନା ପ୍ରମୁଖଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା | ଏଥିରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲା ପରିଷଦ ସଭ୍ୟ ଧନ ସିଂ ଭତରା ଓ ଗୁପ୍ତ ବିଶୋଇ, ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ଓ ଜନସାଧାରଣ ମାନେ ଉପସ୍ଥିତ ଥିଲେ | ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗୁଡ଼ାରି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା 

Sunil Chandra Nayak

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ // ଲୋକ ପରମ୍ପରା ଓ ଧର୍ମୀୟଧାରା ର ମହାପ୍ରବାହ କାମନା ଦଣ୍ଡ

Sunil Chandra Nayak

Leave a Comment

error: Content is protected !!