ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡାରେ ଅଙ୍ଗନୱାଡ଼ି ହେଲପର ଙ୍କ ମୃତ୍ୟୁ

ବନ୍ଧୁଗାଁ ତା ୧୧/୮/୨୩ ଆଜି ବନ୍ଧୁଗାଁ ବ୍ଲକ ନିଲାବାଡି ପଞ୍ଚାୟତ ପିଲକା ଦଣ୍ଡାବାଡି ଗ୍ରାମର ଅଙ୍ଗନୱାଡ଼ି ହେଲପରଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଯାଇଛି । ନିଜ ଧାନ ବିଲରେ କିଛି ଲୋକଙ୍କୁ ନେଇ ଧାନ ଲଗାଉ ଥିଲେ । ସେମାନଙ୍କ ପାଇଁ ନିଜ ଘରେ ଦୁର ୱାଡାକା (ମ) ୫୦ ବର୍ଷ ରହି ଖାଇବା ପାଇଁ ଖାଦ୍ୟ ରୁଷେଇ କରୁଥିଲେ। ସମସ୍ତ ଧାନ ରୁଇବା ପାଇଁ ଆସିଥିବା ମାଆ ମାନଙ୍କୁ ଦ୍ୱିପହର ସମୟରେ ଖାଇବା ଖାଦ୍ୟ ନିଜ ଘରେ ବସାଇ ଖାଇବାକୁ ଦେଉଥିଲେ। ଠିକ ଏହି ସମୟରେ ମହିଳାଙ୍କ ପଛ ପଟରୁ ଥିବା ମୂଷା ଗାତ ଭିତରୁ ଦୁଇଟି ମୂଷା ବାହାରି ଦୌଡ଼ି ଯାଇ ଥିଲେ। ସେହି ମୂଷା ଗାତ ଭିତରକୁ ସାପ ବାହାରି ମହିଳାଙ୍କ ପଛ ପିଛା ରେ କାମୁଡି ହଠାତ ଗାତ ଭିତରକୁ ଚାଲି ଯାଇଥିବା ବେଳେ ପାଖରେ ବସି ଖାଉଥିବା ମାଆ ମାନେ ସାପର ଲାଞ୍ଜ କୁ ହିଁ ଦେଖିଥିବା ଜଣାଇଛନ୍ତି। ଉପସ୍ଥିତ ମାଆ ମାନଙ୍କ ବୟାନ ଅନୁସାରେ ଅଳ୍ପ ସମୟ ପରେ ଉକ୍ତ ମହିଳା ଜଣକ ପଛ ଭାଗରେ ବିଷ ହେଉଥିବା କହିବା ସହିତ ପିଇବା ପାଇଁ ପାଣି ମାଗିଥିଲେ ଓ ବାନ୍ତି ମଧ୍ଯ କରିଥିଲେ। ଏହା ପରେ ମହିଳା ଜଣକ ଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ ଓ ଡାକ୍ତର ଦେଖିବା ପରେ ମୃତ୍ୟୁ ହୋଇଥିବା ଘୋଷଣା କରି ଥିଲେ। ମୃତ ଅଙ୍ଗନୱାଡ଼ି ସହାୟିକା ଙ୍କ ପୁଅ ଅଳ୍ପ କିଛି ମାସ ତଳେ ମୃତ୍ୟୁ ହୋଇଥିଲେ ତାଙ୍କର ବହୁ ଓ ତିନୋଟି ଛୁଆ ଏବଂ ଆଉ ଏକ ପୁଅର ଜଣେ ଛଟ ଛୁଆ ରହିଛନ୍ତି। ଏମାନେ ସମସ୍ତେ ମୃତ ମହିଳାଙ୍କ ରୋଜଗାର ଉପରେ ନିର୍ଭର କରି ଆସୁଥିଲେ। ନିଜ ପୁଅ ଦାସ ୱାଡାକା ବନ୍ଧୁଗାଁ ଥାନା ଠାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଶବକୁ ଶବ ଦାହ ଘରେ ରଖି ଆସନ୍ତା କାଲି ଶବକୁ ପୋଷ୍ଟମଟମ କରାଯିବ। ସାପ କାମୁଡ଼ାରେ ମୃତ ମହିଳା ଜଣେ ଗରିବ ହୋଇଥିବାରୁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ପଞ୍ଚାୟତର ଜନସାଧାରଣ ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ଵାଙ୍ଗାରି ଙ୍କ ରିପୋର୍ଟ 

Related posts

ରବି ଚାଷ ଧାନ ବିକ୍ରି ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ କୋକସରା ସଚେତନ କୃଷକ ମଞ୍ଚର କର୍ମକର୍ତ୍ତା

Sunil Chandra Nayak

ରେତ ଡାହାଣ କେନାଲ ସମ୍ପ୍ରସାରଣ ଦାବି। ବିକଶିତ କଳାହାଣ୍ଡି ନୂଆପଡ଼ା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର.

ଅନ୍ବେଷାର ୧୧୮ ତମ ମାସିକିଆ ମାଗଣା ହାଟ

Sunil Chandra Nayak

Leave a Comment

error: Content is protected !!