ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆକାଂକ୍ଷା ବ୍ଲକକୁ ନେଇ ପ୍ରଶିକ୍ଷଣ ଶିବିର ,ଯୋଗଦେଲେ ନବରଙ୍ଗପୁରରୁ ୨ସରପଞ୍ଚ

ଆକାଂକ୍ଷା ବ୍ଲକକୁ ନେଇ ପ୍ରଶିକ୍ଷଣ ଶିବିର ,ଯୋଗଦେଲେ ନବରଙ୍ଗପୁରରୁ ୨ସରପଞ୍ଚ

ତେନ୍ତୁଳିଖୁଣ୍ଟି , ୧୭/୦୨୨୪: କେନ୍ଦ୍ରିୟ ନିତିଆୟୋଗ ବିଭାଗ ସହିତ ଜଡ଼ିତ ପିରାମଲ ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ଦେଶର ପ୍ରତେକ ରାଜ୍ୟରୁ ଆକାଂକ୍ଷା ଜିଲ୍ଲା ଅନ୍ତର୍ଗତ ପ୍ରତେକ ବ୍ଲକରୁ ଜଣେ ଲେଖାଏ ସରପଞ୍ଚ ମାନଙ୍କୁ ନେଇ ସଂସ୍ଥାର ମୁଖ୍ଯାଳୟ ପିରାମଲ ଫଙ୍କସନ ସ୍କୁଲ ଅଫ୍ ଲିଡରସିପ୍ ରାଜସ୍ଥାନରେ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନବରଙ୍ଗପୁର ରୁ ଜଣ ଯୋଗଦେଇଥିଲେ । ସେମାନେ ହ୍ରଲେ ତେନ୍ତୁଳିଖୁଣ୍ଟି ବ୍ଳକରୁ କିଶୋର ନାୟକ ଓ ଦାବୁଗାଁ ରୁ ରାମ କୁମାର ଗଣ୍ଡଙ୍କ ସମେତ କୋରାପୁଟ, କନ୍ଧମାଳ, ଗଜପତି,ମାଲକାନଗିରି, ରାୟଗଡା, ଡେଙ୍କାନାଳ, ନୂଆପଡ଼ା,ବଲାଙ୍ଗୀର,କଳାହାଣ୍ଡି ଭଳି ସମସ୍ତ ଆକାଂକ୍ଷା ବ୍ଲକର ମୋଟ ୨୧ ଜଣ ସରପଞ୍ଚ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ ।ଏଥିସହିତ କେରଳ,ତାମିଲନାଡୁ,ଝାଡ଼ଖଣ୍ଡ, ଛତିଶଗଡ ଭଳି ଅନ୍ୟାନ୍ଯ ରାଜ୍ୟରୁ ମଧ୍ଯ ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟେକ ୱାର୍ଡରେ ଲୋକଙ୍କ ମନରେ ସଚେତନତା ଜାଗ୍ରତ ହେଲେ ଅଞ୍ଚଳର ଉନ୍ନତି ହୋଇପାରିବ ଅବହେଳିତ ଅଞ୍ଚଳରେ ନିୟମିତ ସୁଶାସନ ବ୍ୟବସ୍ଥାରେ ସୁଦୃଢ କରାଯାଇପାରିବ । ସେ ନେଇ ଖେଳ କାହାଣୀ ଉଦାହରଣ ସ୍ୱରୂପ ଆଲୋକପାତ କରିଥିଲେ । ଜିଲ୍ଲା ଏବଂ ରାଜ୍ୟ ପିରାମଲ ଫାଉଣ୍ଡେସନ କର୍ମକର୍ତ୍ତା ପକ୍ଷରୁ ସରପଞ୍ଚ ମାନଙ୍କୁ ନେବା ଆଣିବା ଭଳି ଉତ୍ତମ ବ୍ୟବସ୍ଥା କରିଥିଲେ ।

ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ୍ 

Related posts

୮ଦଫା ଦାବି ପୂରଣ ଦାବିରେ ପରଜଙ୍ଗ ବିଡ଼ିଓ ଙ୍କୁ ଅଙ୍ଗନବାଡି କର୍ମୀ ଙ୍କ ଦାବିପତ୍ର  

Sunil Chandra Nayak

ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

Sunil Chandra Nayak

ଓଡିଶା ଆଦିବାସୀ ଅଧିକାର ମଞ୍ଚ ତେନ୍ତୁଳିଖୁଣ୍ଟି ସାଙ୍ଗଠନିକ କମିଟି ତରଫରୁ ଜଙ୍ଗଲ ଅଧିକାର ଆଇନ ସଠିକ କାର୍ଯ୍ୟକାରୀ ପାଇଁ ଆଠ ଦଫା ଦାବିପତ୍ର 

Leave a Comment

error: Content is protected !!