ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଅଂଚଳରେ ସାର ଅଭାବକୁ ନେଇ ଚାଷୀ ମହସଂଘ ତରଫରୁ ତହସିଲଦାର ଙ୍କୁ ୩ଦଫା ଦାବିପତ୍ର 

ଡାବୁଗାଁ ଅଂଚଳରେ ସାର ଅଭାବକୁ ନେଇ ଚାଷୀ ମହସଂଘ ତରଫରୁ ତହସିଲଦାର ଙ୍କୁ ୩ଦଫା ଦାବିପତ୍ର 

ଡାବୁଗାଁ, ୨୯/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟାଳୟ ଠାରେ ଡାବୁଗାଁ ବ୍ଳକ କୃଷକ ମହାସଂଘ ତରଫରୁ ଡାବୁଗାଁ ଅଞ୍ଚଳରେ ସାର ଅଭାବ ନେଇ ୩ ଦଫା ଦାବୀପତ୍ର ତହସିଲଦାର ହରିଓମ ଭୋଇ ଙ୍କୁ ପ୍ରଦାନ କରିଛନ୍ତି । ଡାବୁଗାଁ ଅଞ୍ଚଳରେ ସାର ଅଭାବ ଥିବା ସମୟରେ ଡାବୁଗାଁ ସମବାୟ ସମିତି ତରଫରୁ ସରକାରୀ ଦରରେ ଚାଷୀଙ୍କୁ ସାର ଯୋଗାଇଦେବା, ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟୀ ମାନେ ଅଧିକ ଦରରେ ସାର ବିକ୍ରୀକରୁ ଥିବା ନେଇ ଦୃଷ୍ଟି ଦେବା , ବର୍ତ୍ତମାନ ପର୍ଯ୍ୟନ୍ତ ସମବାୟ ସମିତି ପକ୍ଷରୁ କାହିଁକି ଚାଷି ଙ୍କୁ ସାର ଯୋଗାଇ ଦିଆଯାଇନାହିଁ ତାହାର ତଦନ୍ତ କରିବା ଭଳି ୩ଦଫା ଦାବୀ ଦାବିପତ୍ରରେ ଉଲ୍ଲେଖ ରହିଛି । ଏହାର ତଦନ୍ତ ଶୀଘ୍ର କରାଯିବ ବୋଲି ଡାବୁଗାଁ ତହସିଲଦାର ଚାଷୀମାନଙ୍କୁ ପ୍ରତିଶୃତି ଦେଇଥିଲେ। ଦାବୀ ପ୍ରଦାନ ସମୟର ଚାଷୀ ମହସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ରାଜେଶ ଜାନୀ, ରାଜେନ୍ଦ୍ର ମିଶ୍ର, ଚନ୍ଦ୍ର ଶେଖର ନିହାଲ, ରଘୁ ବିଶୋଇ, ବିଶ୍ଵରଂଜନ ରାୟ ପାତ୍ର, ଗଙ୍ଗା ଗୌଡ, ତାରିଣୀ ରେଲି ଓ ବହୁ ଚାଷୀ ଉପସ୍ଥିତି ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କାଳ ବୈଶାଖୀର ତାଣ୍ଡବ , ଉଡ଼ିଲା ଚାଳ ଛପର,ଭାଙ୍ଗିଲା ଆଜବେଷ୍ଟସ ଘର,ଉପୁଡ଼ିଲା ଗଛ,୧୦ ଘଣ୍ଟା ବିଦ୍ୟୁତ ବିଚ୍ଛିନ୍ନ 

ରାଇରଙ୍ଗପୁର ମୁଖ୍ୟ ଡାକ୍ତର ଖାନା ରେ ରକ୍ତ ଦାନ ଶିବିର ଦେବ ବିହଙ୍ଗମ ଯୋଗ ସଂସ୍ଥାନ ଆନୁକୁଲ୍ୟରେ ଆୟୋଜନ

Sunil Chandra Nayak

ବିଜୁଳୀ ଘଡଘଡ଼ି ପଡି ୨ ଟି ମଇଁଷି ମୃତ୍ୟୁ

masiha

Leave a Comment

error: Content is protected !!