ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ପ୍ରଚାରରେ ଜନ ଶୁଣାଣି ଶିବିର କାହା ସ୍ୱାର୍ଥରେ ?

ବିନା ପ୍ରଚାରରେ ଜନ ଶୁଣାଣି ଶିବିର କାହା ସ୍ୱାର୍ଥରେ ?

ନର୍ଲା/ମସିହା  //  :କଛି ଦିନ ଆଗରୁ ନର୍ଲା ବ୍ଲକ୍‌ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଟିତ ହୋଇଥିଲା |ଅତି ଦୁର୍ଭାଗ୍ୟ ଜନକ ବିଷୟ ଏହି କିଯେ:- ଏହି ଶିବିର ରେ ହାତ ଗଣତି କିଛି ଅଭିଯୋଗ କାରୀ ଥିବାବେଳେ ଅନେକ ଖବର ନପାଇ କିଛି ଜାଣି ନଥିବା,ତଥା କୋଉଁଠି ହୋଇଛି ଲୋକେ କୁହାକୁହି ହେଉଛନ୍ତି | ପୁର୍ବରୁ ଗୋଟିଏ ଦିନ ଆଗରୁ ନାରାବାଜି ସହ ମାଇକ୍‌ ମାଧ୍ୟମରେ ପ୍ରଚାର ପ୍ରସାର କରିଥାନ୍ତି,ଫଳରେ ଅଧାରୁ ଅଧିକଲୋକ ଜାଣି ଅଭିଯୋଗ କାରୀ ମାନେ ଆସିଥାନ୍ତି |ମୁଖ୍ୟତଃ ସବୁ ସ୍ତରରେ ଗଣମାଧ୍ୟମ ର ଭୂମିକା ଗୁରୁତ୍ତ୍ବପୂର୍ଣ୍ଣ ଥିବାବେଳେ କୌଣସି ଗଣମାଧ୍ୟମ କୁ ଖବର ନଦେବା ଅତି ଦୁର୍ଭାଗ୍ୟ ଜନକ ବୋଲି ଗଣମାଧ୍ୟମ ପ୍ରତିନିଧି ମାନେ ଚର୍ଚ୍ଚା କରୁଛନ୍ତି | ଆଗରୁ ହେଉଥିବା କାର୍ଯକ୍ରମ ମାନଙ୍କ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଚିଠା ମାଧ୍ୟମରେ ଅବଗତ କରୁଥିଲେ,କିନ୍ତୁ କେଉଁ କାରଣ ରୁ ବ୍ଲକ୍‌ ପ୍ରଶାସନ ଗଣମାଧ୍ୟମକୁ ଖବର ଦେଇନଥିବା ବିଷୟ ରେ ଚର୍ଚ୍ଚା ଜୋର ଧରିଛି |କାଳେ ଦୁର୍ନିତି ରେ ଲିପ୍ତ ଥିବା ଅଫିସର ମାନଙ୍କ ପର୍ଦ୍ଧାଫାସ ହୋଇଯିବ ଏହି ଭୟରେ ଖବର ବେଇନଥିବା ଚର୍ଚ୍ଚା ହେଉଛି | ସେ ଯାହା ହେଉ ଜନ ଶୁଣାଣି ଶିବିର କୁ ଲୋକ ଲୋଚନ କୁ ଆଣିବା ପାଇଁ ନାରାବାଜି ସହ ମାଇକ୍‌ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଇ ବ୍ଲକ୍‌ ର ସମସ୍ତ କାର୍ଯକ୍ରମ କୁ ଗଣମାଧ୍ୟମ କୁ ଖବର ଦିଆଯାଉ |ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନା ଙ୍କୁ ନର୍ଲା ପ୍ରେସ୍‌ କ୍ଲବ୍‌ ର ସଭାପତି ଦୀପକ କୁମାର ଠାକୁର ଅନୁରୋଧ କରିଛନ୍ତି |

ନର୍ଲା ରୁ ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

ଉର୍ଦ୍ଦୁରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

masiha

ସେବାପ୍ରାଣ ଦମ୍ପତି ଗୋସେବକ ସ୍ଵର୍ଗତ ଗୁଣ୍ଡିଚା ବେହେରା ଓ ଧର୍ମପତ୍ନୀ ମଲ୍ଲୀ ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ 

masiha

Leave a Comment

error: Content is protected !!