ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜେକେ ପେପର ମିଲ୍ସରେ ଜରୁରୀକାଳୀନ ଅଗ୍ନିକାଣ୍ଡ ମକ୍ ଡ୍ରିଲ୍ 

ରାୟଗଡ଼ା ଜେକେ ପେପର ମିଲ୍ସରେ ଜରୁରୀକାଳୀନ ଅଗ୍ନିକାଣ୍ଡ ମକ୍ ଡ୍ରିଲ୍ 

ଗତ ତା ୨୮.0୬.୨୦୨୪ ରିଖରେ ରାୟଗଡାସ୍ଥିତ ଜେକେ ପେପେର ମିଲ ଏହାର ରିକଭରୀ ପ୍ଲାଣ୍ଟ ପରିସରରେ ଫର୍ଣ୍ଣେସ ତେଲ ଟାଙ୍କିରେ ନିଆଁ ଲାଗିଲେ ସମ୍ଭାବିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାପାଇଁ ନିଜର ପ୍ରସ୍ତୁତିର ସମୀକ୍ଷା କରିବାପାଇଁ ଜିଲ୍ଲାପ୍ରଶାସନର ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ପୂର୍ଣ୍ଣବିକଶିତ ମକ୍ ଡ୍ରିଲ୍ ର ଆୟୋଜନ କରିଥିଲା | 

ଜେକେ ପେପରମିଲର ଜି.ଏମ୍ (ଇ.ଏଚ.ଏସ) ଶ୍ରୀ ସତ୍ୟଜିତ ମହାନ୍ତି, କାରଖାନା ଓ ବାଷ୍ପୀତ୍ର ବିଭାଗର ରାୟଗଡା ଡିଭିଜନର ଉପନିର୍ଦ୍ଧେଶକ ଶ୍ରୀ ଚିତ୍ତରଞ୍ଜନ ବେଉରା, ସହନିର୍ଦ୍ଦେଶକ ଶ୍ରୀ ବିନୀତ କୁମାର ଷଡ଼ଙ୍ଗୀ, ରାୟଗଡ଼ା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଲଳିତ ମଣ୍ଡଳ, ରାୟଗଡ଼ା ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଓ.ଏସ.ଡି.ଏମ.ଏ) ଶ୍ରୀ ଜ୍ୟୋତିର୍ମୟ ପାତ୍ର, ଅଗ୍ନିଶମ ଅଧିକାରୀ, ବିଷମକଟକ ଶ୍ରୀ କୈଳାଶ ଚନ୍ଦ୍ର ପ୍ରଧାନ ଓ ଜିଲ୍ଲାର ପ୍ରମୁଖ ଉଦ୍ୟୋଗ ତଥା ଉତ୍କଳ ଆଲୁମିନା, ଇମ୍ଫା, ହିନ୍ଦୁସ୍ଥାନ ପେଟ୍ରୋଲିଅମ ସମେତ ପରିପାର୍ଶ୍ଵିକ ଗ୍ରାମଗୁଡିକର ପ୍ରତିନିଧିମାନଙ୍କୁ ପୁଷ୍ପଗୁଚ୍ଛସହିତ ସ୍ୱାଗତ କରିଥିଲେ | ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଓ ପଦ୍ଧତି ବିଷୟରେ ନିମନ୍ତ୍ରିତ ସମସ୍ତ ଅତିଥିମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ବିସ୍ତୃତ ବିବରଣୀ ଦିଆଯାଇଥିଲା |    

ଜେକେ ପେପରମିଲ୍ର ପ୍ରଶିକ୍ଷିତ ଜରୁରୀକାଳୀନ ଦଳ ତାଙ୍କ ୱାର୍କ୍ସମ୍ୟାନ କଣ୍ଟ୍ରୋଲର ଶ୍ରୀ ବିନୟ ଦ୍ବିବେଦୀଙ୍କ ମାର୍ଗଦର୍ଶନରେ ଫର୍ଣ୍ଣେସ ତେଲ ଟାଙ୍କିରେ ନିଆଁ ଲିଭାଇବା ସହିତ ଉଦ୍ଧାର କାର୍ଯ୍ୟକୁ ଯଥାଶୀଘ୍ର ସମ୍ପାଦନ କରିବାର କୌଶଳ ବହୁତ ସୁନ୍ଦର ଭାବରେ ମକ୍ଡ୍ରିଲ୍ ଜରିଆରେ ପ୍ରଦର୍ଶନ କରିଥିଲେ |

ଅପରାହ୍ନ ପ୍ରାୟ ୫ଟା ୧୧ ମିନିଟରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ସନ୍ଧ୍ୟା ୫ଟା ୨୭ ମିନିଟରେ ଶେଷ ହୋଇଥିଲା। ଜିଲ୍ଲା କର୍ତ୍ତୃପକ୍ଷ ବର୍ତ୍ତମାନର ଭିତ୍ତିଭୂମି, ଦକ୍ଷତା ଏବଂ ଅଗ୍ନିଶମ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ମେସର୍ସ ଜେକେ ପେପର ମିଲ୍ସର ଜରୁରୀକାଳୀନ ଟିମ୍ ଦ୍ୱାରା ଅନୁସରଣ କରାଯାଇଥିବା ଶୃଙ୍ଖଳିତ ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଇସ୍ପାତ ନଗରୀ ରେ ପହିଲିରଜ ଧୁମଧାମରେ ପାଳିତ

masiha

ଆମ ଘର ଆମ ପରିବେଶ ସାହିତ୍ୟ କର୍ମଶାଳା 

Sunil Chandra Nayak

Leave a Comment

error: Content is protected !!