ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା 

ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା 

ନବରଙ୍ଗପୁର:(୧୯|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଅଧିନରେ ଶିକ୍ଷକତା କରୁଥିବା ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ନିରଞ୍ଜନ ଦାସ ଙ୍କୁ ଖୁଟୁବାଇ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଥାଉ କି ଉକ୍ତ ଶିକ୍ଷକ ଶିରୀ କନ୍ଧଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ତା ୩୧|୧୦|୨୦୨୪ ତାରିଖ ଦିନ ଅବସର ନେଇଥିଲେ।ଏହି ଅବସରରେ ଉକ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ପନ୍ଦର ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କ ପ୍ରଚେଷ୍ଟାରେ ସାନ ପାଞ୍ଜାରିଗୁତା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଖୁଟୁବାଇ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜି.ଭେଙ୍କଟ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ପୁରୋଧା ଶିରୀ କନ୍ଧଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟକାନ୍ତ ଚୌଧୁରୀ ଙ୍କ ଉପସ୍ଥିତିରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀ ଦାସ ଙ୍କୁ ମାନ ପତ୍ର, ଉତ୍ତରୀୟ ଓ ବିଦାୟକାଳୀନ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ l ସେ ଜଣେ ଆଦର୍ଶ ଶିକ୍ଷକ, ଛାତ୍ରଛାତ୍ରୀ ବତ୍ସଳ, ପରୋପକାରୀ ଶିକ୍ଷକ ଥିବାରୁ ସବୁରି ଆଡୁ ଅବସରକାଳୀନ ନିମନ୍ତେ ବିଦାୟକାଳୀନ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରି ଚାଲିଛନ୍ତି l

ସମ୍ବର୍ଦ୍ଧନା ସଭାରେ ବହୁ ଶିକ୍ଷକ ଶ୍ରୀ ଦାସ ଙ୍କ ଗୁଣ ଅବତାରଣା କରିଥିଲେ l ଏହି ଦିନଟି ରେ ସମସ୍ତ ଶିକ୍ଷକ ଏକକାଳୀନ ଭୋଜନ କରି ଆନନ୍ଦିତ ହୋଇଥିଲେ l

(ମ ନି ସ )

Related posts

ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳନ 

masiha

ଦାସୀ ଗାଁରେ ୫ ଟି ସ୍କୁଲ ଲୋକାର୍ପିତ

ଭାରସାମ୍ୟ ହରାଇ ଚାହ ଦୋକନକୁ ପଶିଗଲା ବ୍ୟାଟେରୀ ଚାଳିତ କାର୍ 

Sunil Chandra Nayak

Leave a Comment

error: Content is protected !!