ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ମହାସମାରୋହ ରେ ପାଳିତ

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ମହାସମାରୋହ ରେ ପାଳିତ 

କୋରାପୁଟ //  ଆଜି ତା.02.11.2023ରିଖ ଦିନ କୋରାପୁଟ ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ମହାସମାରୋହ ରେ ପାଳନ ହୋଇଯାଇଛି l ସକାଳ 9 ଘଟିକା ସମୟରେ ଜିଲ୍ଲାପାଳ, କୋରାପୁଟଙ୍କ କାର୍ଯ୍ୟାଳୟରୁ ଏକା ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସଦଭାବନା ସଭାଗୃହ ଠାରେ ପହଞ୍ଚିଥିଲା l ଏହି ଶୋଭାଯାତ୍ରା ରେ ବିଭିନ୍ନ ବିଦ୍ୟାଳୟର ଛାତ୍ର /ଛାତ୍ରୀ ଓ଼ ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀ ସଦସ୍ୟା ମାନେ ଅଂଶଗ୍ରହଣ କରିଥିଲେ l ଦିବା 11 ଘଟିକା ସମୟରେ ସଦଭାବନା ସଭାଗୃହଠାରେ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ଅବ୍ଦlଲ ମ. ଅଖତର, ଭା. ପ୍ର. ସେ ଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଓ଼ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା l ସଭା ପ୍ରାରମ୍ଭରେ ଶ୍ରୀଯୁକ୍ତ ଅରୁଣ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ଜୟପୁର ସ୍ୱାଗତ ଅଭିଭାଷଣ ଦେବା ସହ ଏହି ଦିବସ ପାଳନର ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ l ଏହା ପରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀ, ରାଜନୈତିକ ବ୍ୟକ୍ତି ବିଶେଷ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶପଥ ପାଠ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ତଥା କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀଯୁକ୍ତ ରଘୁରାମ ପୋଡାଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଭିନଵ ସୋନକାର, ଭା.ପୁ. ସେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ, କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଉପାଧ୍ୟକ୍ଷା ଶ୍ରୀମତୀ ଲଷ୍ମୀ ହନ୍ତାଳ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝି, ବନଖଣ୍ଡ ଅଧିକାରୀ ଶ୍ରୀ କେ. ଭି. ଭାସ୍କର ରାଓଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଦ୍ୟାଳୟ ଓ଼ ମହାବିଦ୍ୟାଳୟର ଛାତ୍ର, ଛାତ୍ରୀ ଅଂଶଗ୍ରହଣ କରିଥିଲେ. ଏହି ଅବସରରେ ବିଦ୍ୟାଳୟ ଓ଼ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା, ପ୍ରବନ୍ଧ ଓ଼ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଦୁର୍ନୀତି ନିବାରଣ ବିଭାଗ ଜୟପୁର ର ଇନିସପେକଟର ସଞ୍ଜୟ ପ୍ରଧାନ, ସାବିତ୍ରୀ ପ୍ରଧାନ, ସନ୍ତୋଷ ପାଣିଗ୍ରାହୀ ଓ଼ ଦିଲୀପ ଭୂୟାଁ ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ଼ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସ୍ୱରାଜ୍ୟ ସୀସା ପରିଚାଳନା କରିଥିଲେ।

କୋରାପୁଟ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ୍

Related posts

ଡବ୍ଲ୍ୟୁଜେୟୁ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ 

Sunil Chandra Nayak

ମମିତା ରଥ କରି ବିଜେପି ହୀନ ରାଜନୀତି କରୁଛି …ବିଜେଡି 

masiha

ବିହାର ଦିବସ ପାଳିତ 

masiha

Leave a Comment

error: Content is protected !!