ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜନର ଦିତ୍ୱୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜନର ଦିତ୍ୱୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ (ମନିସ )2/11/23 /ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମତ୍ସ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜନର ଦିତ୍ୱୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ନଭେମ୍ବର 21ଓ 22 ତାରିଖରେ ମହିଷାପାଟସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହେବ l ଏହି 2ଦିନ ମେଳାରେ ଜିଲ୍ଲାର ପ୍ରାୟତଃ 1400 ଚାଷୀ ଯୋଗଦେବେ l ମେଳା ମାଧ୍ୟମରେ ଚାଷୀଙ୍କୁ ଚାଷ ସମ୍ବନ୍ଧରେ ନୂତନ ଜ୍ଞାନକୌଶଳ ଓ ଉନ୍ନତ ପଦ୍ଧତି ବିଷୟରେ ପ୍ରଶିକ୍ଷଣ ଓ ସଚେତନ କରାଯିବ l ଏହା ସହ ଚାଷୀମାନଙ୍କ ସହିତ କୃଷି ବିଜ୍ଞାନୀଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ଯାହାଫଳରେ ଚାଷୀମାନଙ୍କର ଚାଷ ସମ୍ବଦ୍ଧରେ ଜ୍ଞାନର ପରିସୀମା ବୃଦ୍ଧି ଘଟିବ l

 ଏହି ବୈଠକରେ ଜିଲ୍ଲାପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତିଶଙ୍କର ସାହୁ, ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଡ. ଡମ୍ବୁରୁଧର ସାମଲ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଡ. ସଂଗ୍ରାମ କେଶରୀ କର ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଷ୍ଟା ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ 

masiha

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

ଜୁନାଗଡରେ କଳା ବିକାଶ କେନ୍ଦ୍ରର ଗ୍ରୀଷ୍ମ ଉତ୍ସବ ୨୦୨୫ ଉଦଯାପିତ 

masiha

Leave a Comment

error: Content is protected !!