ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସମବାୟ ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ

ଜିଲ୍ଲା ସମବାୟ ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, ୦୩/୦୪/୨୫: ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଚତୁର୍ଥ ଜ଼ିଲ୍ଲା ସମବାୟ ଉନ୍ନୟନ ପରିଷଦର ବୈଠକ ଜ଼ିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି |

ଏହି ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ବୈଠକ କୁ ଜ଼ିଲ୍ଲା ସମବାୟ ଅଧିକାରୀ ଶ୍ରୀ ଉମାଶଙ୍କର ଦାସ ପରିଚାଳନା କରିଥିଲା। ବୈଠକ ରେ ଅନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ତଥା ସମବାୟକୁ ସୁଦୂର ପ୍ରସାର କରିବା ନେଇ ବିଭିନ୍ନ ଯୋଜନାମାନ ଉପରେ ଆଲୋଚନା କରାଯାଇଥିଲା | ସମବାୟ ଆନ୍ଦୋଳନକୁ ମଜବୁତ କରିବାରେ ସଦସ୍ୟମାନଙ୍କ ଅବଦାନ ଉଲ୍ଲେଖନୀୟ, ତେଣୁ ନୂତନ ସଦସ୍ୟତା ଅଭିଯାନ ଉପରେ ବୈଠକ ରେ ବିଶେଷ ଆଲୋଚନା ହେଲା | ଜ଼ିଲ୍ଲାରେ ସମବାୟକ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରାଗଲା, ବିଭିନ୍ନ ସମବାୟ ସମିତି ଗୁଡିକର ଭିତ୍ତିଭୂମି ବିକାଶ ଏବଂ ନୂତନ ପରିବେଶ ଅନୁକୂଳ ବ୍ୟବସାୟ ହାତକୁ ନେଇ ସେଠାରେ ସଦସ୍ୟ ମାନଙ୍କୁ ସୁଲଭ ସୁବିଧା ଯୋଗାଇଦେବା, ନୂତନ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିବା, ସଦସ୍ୟମାନଙ୍କୁ ସ୍ୱାବଲମୀ କରେଇବା, କୃଷି, ପଶୁପାଳନ, ମତ୍ସ୍ୟ କ୍ଷେତ୍ରରେ ସମବାୟ ମାଧ୍ୟମରେ ସମୃଦ୍ଧି କରିବା ଓ ଚାଷୀଙ୍କୁ ଲାଭନ୍ୱିତ କରେଇବା ନିମନ୍ତେ ବିଶେଷ ଆଲୋଚନା ହୋଇଥିଲା | ଶେଷରେ ୨୦୨୫ କୁ ସମବାୟ ବର୍ଷ ପାଳନ ଅବସରରେ ଶୁଭେଚ୍ଛା ଦିଆଯାଇଥିଲା | 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଗୋଲାମୁଣ୍ଡା ରେ ବିଜେପି ର ତ୍ରିରଙ୍ଗା ଶୋଭାଯାତ୍ରା

masiha

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ହାତୀ ନେଇଗଲା ଦୁଇ ଜୀବନ

Sunil Chandra Nayak

Leave a Comment

error: Content is protected !!