ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ପ୍ରତି ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ ରହିଛି

ନର୍ଲା (ମନିସ) ପୋଲିସ ଜନସାଧାରଣଙ୍କ ପ୍ରତି ଅତ୍ୟାଚାର କରୁ କିମ୍ବା ନିର୍ଦ୍ଦୋଷୀକୁ ଦୋଷୀ ସାବ୍ୟସ୍ତ କରୁ। ଅବାଟକୁ ଯିବା ବ୍ୟକ୍ତିକୁ ବାଟକୁ ଆଣିବା, ହେଲମେଟ ନ ପିନ୍ଧିଲେ ଫାଇନ କାଟି ଜୀବନ ସୁରକ୍ଷା କଥା କହିବା, ଚୋରା ମଦ ବ୍ୟବସାୟୀକୁ କାବୁ କରି ଶାସ୍ତି ଦେବା ଭଲି କାର୍ଯ୍ୟ କରୁଥିବା ଯୋଗୁଁ ପୋଲିସ ପ୍ରତି ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି। ନର୍ଲାରେ ନୂତନ ଆଇଆଇସି ଗଙ୍ଗାଧର ମେହେରଙ୍କ ଯୋଗଦାନ ପରେ ଅପରାଧ କ୍ଷେତ୍ରରେ ଅନେକ ସୁଧାର ହୋଇଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି। ଟ୍ରାଫିକ ସମସ୍ୟା ଧିରେ ଧିରେ ସୁଧୁରିବା ସହ ଜନସାଧାରଣ ନିଜକୁ ସୁରକ୍ଷିତ ମଣିବା ଆଦି ଦେଖାଯାଇଛି। ଫାଇନ ପ୍ରତି ଭୟ କରି ହେଲମେଟ ପରିଧାନ କରିବା ଦ୍ଵାରା ଲୋକଙ୍କ ଜୀବନକୁ ବଞ୍ଚାଇବା ନର୍ଲା ପୋଲିସର ଢେର୍ ଅବଦାନ ରହିଛି ବୋଲି ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି। ଚୋରି, ରାହାଜାନୀ ଡ଼କାୟତି ମାମଲାରେ ଖବର ଆସିଲେ ପୋଲିସ ତତ୍ପରତା ଦେଖାଇ ତଦନ୍ତ କରୁଥିବା ଯୋଗୁଁ ନର୍ଲା ପୋଲିସ ପ୍ରତି ଜନସାଧାରଣଙ୍କର ଆସ୍ଥା ରହିଛି। କୈ।ଣସି ଆନ୍ଦୋଳନ ହେଉ ବା ଦୁର୍ଘଟଣା ସମୟରେ ପୋଲିସ ପହଞ୍ଚି ସମାଧାନ ଦାବିରେ ସକ୍ଷମ ହେଉଥିବା ଜଣାପଡ଼ିଛି। ବେଆଇନ ମଦ କୋଠି ଖୋଳି ବା ବିଷାକ୍ତ ମଦ ତିଆରି କରୁଥିବା ମଦବେପାରୀ ପ୍ରତି ନର୍ଲା ପୋଲିସର ନଜର ସବୁବେଳେ ରହି ଆସୁଥିବାରୁ ମହିଳା ମାନେ ପୋଲିସର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶଂସା କରି ଆସୁଛନ୍ତି। ବୁଦ୍ଧିଜୀବୀ ମାନଙ୍କୁ ନେଇ ସମ୍ପର୍କ ବୈଠକ ମାଧ୍ୟମରେ ଲୋକ ସମ୍ପର୍କକୁ ଆହୁରି ଦୃଢିଭୂତ କରି ନର୍ଲା ଆଇଆଇସି ଗଙ୍ଗାଧର ମେହେର ସମସ୍ତଙ୍କ ପ୍ରିୟପାତ୍ର ହେଉଥିବା ରୁ ନର୍ଲା ପୋଲିସ ପ୍ରତି ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବିଶ୍ବ ଭିନ୍ନକ୍ଷମ ଦିବସ 

masiha

ଅଟୋ ଟ୍ରକ ମୁହାଁମୁହିଁ ଧକ୍କା ୩ ମୃତ ୬ ଗୁରୁତ୍ୱର

masiha

ରାୟଗଡ଼ା ଠାରେ ଦିବ୍ୟଦର୍ଶନ ସଂଘର 37ତମ ସର୍ବଭାରତୀୟ ଦିବ୍ୟ ସମ୍ମିଳନୀ ଆୟୋଜନ 

masiha

Leave a Comment

error: Content is protected !!