ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର:ମନରେଗା ଓ ସି ଏଫ୍ ସି ଯୋଜନା ସମୀକ୍ଷା

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର:ମନରେଗା ଓ ସି ଏଫ୍ ସି ଯୋଜନା ସମୀକ୍ଷା

ତେନ୍ତୁଳିଖୁଣ୍ଟି ୦୬/୦୨/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ କକ୍ଷ ରେ ଆଜି ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ ଯୋଜନା ରେ ଏକ ଏପ୍ରିଲ ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୪ ମଧ୍ୟରେ ହୋଇଥିବା ଖର୍ଚ୍ଚ ତଥା ପ୍ରକଳ୍ପ ର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଅଧ୍ୟକ୍ଷା ନିଲେଦ୍ରି ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏ ପି ଡି (ପ୍ରଶାସନ ) ଯଦୁମଣି ନାୟକ ନୋଡାଲ ଅଫିସର ଭାବେ ଯୋଗ ଦେଇଥିଲେ। ବି ଡି ଓ କପିଲ ଦେବ ସାହୁ ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମନରେଗା ପ୍ରକୃତ ହିତାଧିକାରୀ ଙ୍କ ଉପସ୍ଥିତି ନଗନ୍ୟ ଥିବା ଦେଖି ଆଶ୍ଚର୍ୟ୍ଯ ପ୍ରକଟ କରିଥିଲେ। ପ୍ରଥମେ ମଞ୍ଚାସୀନ ଅତିଥି ମହାତ୍ମାଗାନ୍ଧୀ ଙ୍କ ଫୋଟ ଚିତ୍ର ରେ ଦ୍ୱୀପ ଧୂପ ଦେଇ କାର୍ଯକ୍ରମ ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ସାମାଜିକ ସମୀକ୍ଷକ ବୈବାସୁତ ଚାଲାଣ ବ୍ଲକ ସମୀକ୍ଷକ ଙ୍କ ଅନୁଯାୟୀ ବ୍ଲକ ର ପନ୍ଦର ଟି ପଞ୍ଚାୟତ ର ସମୀକ୍ଷା ବିବରଣୀ ପାଠ କରିଥିଲେ,ସମୀକ୍ଷକ ଙ୍କ ସମୀକ୍ଷା ଅନୁଯାଇ ସର୍ବ ମୋଟ 81ଗୋଟି ସମସ୍ୟା ମଧ୍ୟରୁ 36ଗୋଟି ସମସ୍ୟା କାଗଜାତ ଗୁଡିକ ଠିକ ଭାବରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ନ କରିବା, ସେହିପରି 19ଗୋଟି ସମସ୍ୟା ମଧ୍ୟରୁ ଯବ କାର୍ଡ ଯୋଗାଇଦେବା ରେ ବିଫଳ , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଶ୍ରମିକ ପାଉଣା ଠିକ ସମୟରେ ପ୍ରଦାନ ରେ ଅବହେଳା ଏବଂ କିଛି ସ୍ଥାନରେ ସୂଚନା ଫଳକ ନ ରହିବା ଓ 10ଗୋଟି ସମସ୍ୟା କାମ ନ କରି ଲୋକଙ୍କ ନାମରେ 96511/- ଟଙ୍କା, 3ଗୋଟି ମୁର୍ତ୍ୟୁ ବରଣ କରିଥିବା ଲୋକଙ୍କ ନାମରେ 31,242/-ଟଙ୍କା ପ୍ରଦାନ କରାଯାଇଥିବା ସମୀକ୍ଷ ଦ୍ୱାରା ଜଣାପଡି ଥିବା ପ୍ରକାଶ କରିଥିଲେ। ଏହିପରି ସରକାରୀ ଟଙ୍କା ଆତ୍ମସାତ ତଥା ଅବହେଳା ପାଇଁ ଜିଲ୍ଲାପରିଷଦ ଅତିରିକ୍ତ କାର୍ଯନିର୍ବାହୀ ଅଧିକାରୀ ଯଦୁମଣି ନାୟକ ସମସ୍ତ ପି ଇ ଓ, ଏବଂ ଜି ଆର ଏସ ମାନଙ୍କୁ 7ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ତାଗିଦ କରିଛନ୍ତି। ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଜନତା ଙ୍କ ଉପସ୍ଥିତି ବଦଳ ରେ କେବଳ କିଛି ଅଧିକାରୀ ଓ କର୍ମଚାରୀ ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ପ୍ରତି ବର୍ଷ ହେଉଛି କିନ୍ତୁ ସଚେତନତା ଅଭାବ ଯୋଗୁଁ ଜନ ଶୁଣାଣି ଶିବିର ଔପଚାରିକ ହୋଇ ରହିଯାଉଛି ବୋଲି ମତ ପ୍ରକାଶ ପାଉଛି। ବ୍ଲକ ର ପ୍ରାୟ ସବୁ ପଞ୍ଚାୟତ ରେ ମନରେଗା ଜବ କାର୍ଡ ଧାରୀ ଙ୍କ ନାମ ତିରିଶ ରୁ ଚାଳିଶ ପ୍ରତିଶତ କଟି ଯାଇ ଥିବା ଯୋଗୁଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ମନରେଗା ଅର୍ଥ ପାଇବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଆଧାର ବେଶ୍ ଡ ପେମେଣ୍ଟ ସିଷ୍ଟମ ଯୋଗୁଁ ଜବ କାର୍ଡ କଟିଛି ନୂଆ ହୋଇ ପାରୁନି କିନ୍ତୁ ଜନ ଶୁଣାଣି ଶିବିର ସମ୍ପର୍କରେ ପ୍ରଚାର ହିତାଧିକାରୀ ଙ୍କ ପାଖ ରେ ପହଞ୍ଚି ନ ଥିବାରୁ ଉପସ୍ଥିତ ହୋଇ ଅଭିଯୋଗ କରି ପାରି ନାହାଁନ୍ତି। ସବୁଠାରୁ ଛୋଟ ପଞ୍ଚାୟତ ଗୌଡ଼ ଦେଓ ପାଲି ର ପ୍ରାୟ ୮୩୦ ଜବ କାର୍ଡ ଧାରୀ ଙ୍କ ମଧ୍ୟରୁ ୨୫୦ ରୁ ଉର୍ଦ୍ଧ୍ବ ଜବ୍ କାର୍ଡ କରିଥିବା ବେଳେ ଏଭଳି ଅଭିଯୋଗ ଶୁଣାଣୀ ରେ ବିଷୟ ବସ୍ତୁ ହୋଇ ନ ପାରିବା ପ୍ରହସନ ପାଲଟିଛି। କେନ୍ଦ୍ରୀୟ ପଞ୍ଚ ଦଶ ଅର୍ଥ କମିଶନ ପାଣ୍ଠି ର ସମୀକ୍ଷା ମଧ୍ୟ ସଚେତନ ତା ଅଭାବ ରୁ ନାମ କୁ ମାତ୍ର ସମୀକ୍ଷା ବୋଲି ଅଭିଯୋଗ ହେଉଛି। ଆଜିର ଏହି ଜନ ଶୁଣାଣୀ ରେ ବରିଷ୍ଠ ରାଜନେତା ନାରାୟଣ ପାତ୍ର, ସୁଶାନ୍ତ ଶତପଥୀ ଏଲ ସନ୍ତୋଷ ରାଓ ସଭ୍ୟ ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଶଙ୍କର ବେଡ଼କେ ,ଜି ପି ଡି ଓ ରାଧାକାନ୍ତ ରଣା,ଏ ପି ଓ ସଦାବ ଅହମ୍ମଦ , ଏ ସି ପି ପ୍ରକାଶ ସୁନା ,ବି ଏସ ଏ ପି ସୁନିଲ ରାଓ ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁର ମହାବିଦ୍ୟାଳୟରେ ୭୫ ବନମହୋତ୍ସବ 

masiha

ଓଡ଼ିଆ ପକ୍ଷ ଅବସରରେ ଦେବାଳୟ ଓ ଐତିହ୍ୟ ସ୍ଥଳୀର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବଡବସୁଲ ଗ୍ରାମଠାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!